ETV Bharat / state

କୁହୁଡି ହେଲା କାଳ, ଅନ୍ୟ ଗାଡିକୁ ରାସ୍ତା ଦେଖାଇ ଓଲଟିପଡିଲା ବସ

author img

By

Published : Aug 30, 2021, 12:58 PM IST

ରାୟଗଡା ରାଜପଥ ନିକଟରେ ପୃଥକ ପୃଥକ ଦୁର୍ଘଟଣା । କେଉଁଠି ଓଲଟିଛି ବସ ତ କେଉଁଠି ବୋଲେରୋ । ଅଧିକ ପଢନ୍ତୁ...

ପୃଥକ ପୃଥକ ସଡକ ଦୁର୍ଘଟଣା,  ୧୬ ଆହତ
ପୃଥକ ପୃଥକ ସଡକ ଦୁର୍ଘଟଣା, ୧୬ ଆହତ

କୋରାପୁଟ: ରାୟଗଡା ରାଜପଥ ନିକଟରେ ପୃଥକ ପୃଥକ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଏକ ବସ ରାସ୍ତା ତଳକୁ ଖସିଯିବାରୁ ଏଥିରେ ୪ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆର.ବି କୋଚ ନାମକ ଏକ ଘରୋଇ ବସ ୩୦ ଜଣ ଯାତ୍ରୀଙ୍କୁ ନେଇ ପୋଲସରାରୁ କୋରାପୁଟ ଦେଇ ଇନ୍ଦ୍ରାବତୀ ଅଭିମୁଖେ ଯାଉଥିବା ସମୟରେ ରାଜପଥର ପଞ୍ଚଡା ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ।

ରାତି ପ୍ରାୟ ୪ଟା ୩୦ ମିନିଟ ସମୟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଏନେଇ ଖବର ପାଇ ଘଟଣାସ୍ଥଳରେ କାକିରିଗୁମା ପୋଲିସ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିବା ସହ ଆହତଙ୍କୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରିଛି । ତେବେ କୁହୁଡିରେ ରାସ୍ତା ଦେଖାଯାଇନଥିବାରୁ ବସଟି ଅନ୍ୟ ଏକ ଗାଡିକୁ ରାସ୍ତା ଦେଖାଇବା ସମୟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ।

ସେହିପରି ଗତକାଲି ରାଜପଥର ଆମ୍ବୀଳିଆମ୍ବଗୁଡା ନିକଟରେ ବିଳମ୍ବିତ ରାତ୍ରିରେ ଏକ ବୋଲେରୋ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିବାରୁ ୧୨ଜଣ ଯାତ୍ରୀ ଆହତ ହୋଇଛନ୍ତି । ବୋଲେରୋଟି କୋରାପୁଟ ଆଡକୁ ଆସୁଥିବା ସମୟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏନେଇ ସମସ୍ତ ଆହତଙ୍କୁ କୋରାପୁଟ ସ୍ଥିତ ମେଡ଼ିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିବା ପରେ ଏବେ ଚିକିତ୍ସିତ ହେଉଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.