ଲକଡାଉନ ବେଳେ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ - ଲକଡାଉନବେଳେ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ
ମଙ୍ଗଳବାର ଦୁଷ୍କର୍ମ ପରେ ପୀଡିତାକୁ ମୁମୂର୍ଷୁ ଅବସ୍ଥାରେ ଛାଡି ଚାଲିଯାଇଥିଲା 34 ବର୍ଷୀୟ ଅଭିଯୁକ୍ତ ଯୁବକ । ଉକ୍ତ ଯୁବକଟି ଟ୍ରାକ୍ଟରରେ ଶ୍ରମିକ ଭାବେ କାମ କରୁଥିଲା । ଅଧିକ ପଢନ୍ତୁ...

କୋରାପୁଟ: ଲକଡାଉନ ବେଳେ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକରେ ଘଟିଛି ନାରକୀୟ କାଣ୍ଡ । କାକିରିଗୁମ୍ମା ନିକଟସ୍ଥ ଗୌଡଗୁଡା ଗ୍ରାମରେ ଦୁଷ୍କର୍ମର ଶିକାର ହୋଇଛି ଚାରି ବର୍ଷର ଶିଶୁକନ୍ୟା । ଘଟଣାରେ ପୋଲିସ ଜଣକୁ ଗିରଫ କରିଛି ।
ସୂଚନାନୁସାରେ ମଙ୍ଗଳବାର ଦୁଷ୍କର୍ମ ପରେ ପୀଡିତାକୁ ମୁମୂର୍ଷୁ ଅବସ୍ଥାରେ ଛାଡି ଚାଲିଯାଇଥିଲା 34 ବର୍ଷୀୟ ଅଭିଯୁକ୍ତ ଯୁବକ । ଉକ୍ତ ଯୁବକଟି ଟ୍ରାକ୍ଟରରେ ଶ୍ରମିକ ଭାବେ କାମ କରୁଥିଲା ବୋଲି ପୋଲିସ ସୂଚନା ଦେଇଛି । ପୀଡିତାକୁ ଏକା ପାଇ ଏହି ଜଘନ୍ୟ କାଣ୍ଡ କରିଥିଲା ଅଭିଯୁକ୍ତ । ତେବେ ଗୁରୁବାର ଅଭିଯୁକ୍ତ ଗିରଫ ହୋଇଥିବା ଜିଲ୍ଲା ଏସପି ମୁକେଶ କୁମାର ଭାମୁ ଜଣାଇଛନ୍ତି ।
ଅପରପକ୍ଷେ କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରେ ପୀଡିତାର ଚିକିତ୍ସା ଚାଲିଛି । ବର୍ତ୍ତମାନ ତାର ଅବସ୍ଥାରେ ସୁଧାର ଆସୁଥିବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସ ଜଣାଇଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ପ୍ରତିଶ୍ରୁତି ଦେଇଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ