ETV Bharat / state

୨୦ରେ କୋରାପୁଟ ଆସିବେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

author img

By

Published : Aug 17, 2021, 10:34 PM IST

ଆସନ୍ତା ୨୦ ତାରିଖରେ କୋରାପୁଟ ଗସ୍ତରେ ଆସୁଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ପ୍ରେସମିଟ କରି ସୂଚନା ଦେଲା ଜିଲ୍ଲା ବିଜେପି । ଅଧିକ ପଢନ୍ତୁ....

୨୦ ରେ କୋରାପୁଟ ଆସିବେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

କୋରାପୁଟ : ଆସନ୍ତା ୨୦ ତାରିଖରେ କୋରାପୁଟ ଗସ୍ତରେ ଆସୁଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଦେଶବ୍ୟାପୀ ବିଜେପି ଆରମ୍ଭ କରିଥିବା ଜନ ଆର୍ଶୀବାଦ ଯାତ୍ରାରେ କୋରାପୁଟ ଗସ୍ତ କରିବେ ରେଳମନ୍ତ୍ରୀ । ଏନେଇ ଜିଲ୍ଲା ବିଜେପି ପକ୍ଷରୁ ଆୟୋଜିତ ପ୍ରେସମିଟରେ ଦଳୀୟ ନେତା ତ୍ରିପୁରାରୀ ଗରଡ଼ା ସୂଚନା ଦେଇଛନ୍ତି ।

୨୦ରେ କୋରାପୁଟ ଆସିବେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ସ୍ଥିର ହୋଇଥିବା କାର୍ଯ୍ୟସୂଚୀ ଅନୁସାରେ, ରେଳମନ୍ତ୍ରୀ ଟ୍ରେନ ଯୋଗେ ରାୟଗଡା ଆସିବା ପରେ ୨୦ ତାରିଖରେ ସନ୍ଧ୍ୟାରେ କୋରାପୁଟ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । କୋରାପୁଟ ସ୍କିଲ ଡେଭଲପମେଣ୍ଟ କେନ୍ଦ୍ରରେ ବିଭିନ୍ନ ସଂସ୍ଥା ଦ୍ଵାରା ମନ୍ତ୍ରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଯିବା ପରେ ସନ୍ଧ୍ୟା ୬ଟାରେ ବୁଦ୍ଧିଜୀବୀଙ୍କ ସହ ଏକ ଆଲୋଚନା ରଖାଯାଇଛି । ସେହିପରି ସନ୍ଧ୍ୟା ୬.୩୦ ମିନିଟରେ ସାମ୍ବାଦିକଙ୍କ ସମ୍ମିଳନୀ ଅଂଶ ଗ୍ରହଣ କରିବେ ମନ୍ତ୍ରୀ ।

କେନ୍ଦ୍ର ସରକାରଙ୍କ ଜନଧନ, ଉଜ୍ବଳା, ସୁକନ୍ୟା ସମୃଦ୍ଧି ଯୋଜନା ଭଳି କେନ୍ଦ୍ର ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଥିବା ଯୋଜନାର କିଭଳି କାର୍ଯ୍ୟକାରୀ ହେଉଛି, ଜନ ସାଧାରଣ ଏହି ଯୋଜନାର ସୁଫଳ ପାଉଛନ୍ତି କି ନାହିଁ ସେ ସମ୍ପର୍କରେ ସିଧା ସଳଖ ଜନତାଙ୍କ ଠାରୁ ପଚାରି ବୁଝିବା ସହ ସାଧାରଣ ଜନତାଙ୍କ ଠାରୁ ଆର୍ଶୀବାଦ ମଧ୍ୟ ନେବେ ରେଳମନ୍ତ୍ରୀ । ଏନେଇ ଦଳ ପକ୍ଷରୁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରାଯାଇଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.