ETV Bharat / state

କାରାଗାରରୁ କଏଦୀ ଫେରାର ଘଟଣା; ନିକଟ ଜଙ୍ଗଲରୁ କାବୁ କଲା ପୋଲିସ

କୋରାପୁଟ ଜିଲ୍ଲା ମଣ୍ଡଳ କାରାଗାରରୁ କାନ୍ଥ ଡେଇଁ ଜଣେ ଚମ୍ପଟ ମାରିଥିବା କଏଦୀକୁ ନିକଟବର୍ତ୍ତୀ ଜଙ୍ଗଲରୁ କାବୁ କରିଛି ପୋଲିସ । ଅଧିକ ପଢନ୍ତୁ...

author img

By

Published : May 20, 2021, 8:30 AM IST

Updated : May 20, 2021, 8:51 AM IST

ଧରା ପଡିଲା ଫେରାର କଏଦୀ
ଧରା ପଡିଲା ଫେରାର କଏଦୀ

କୋରାପୁର: କାରାଗାରରୁ କଏଦୀ ଫେରାର ଘଟଣା । କୋରାପୁଟ ଜିଲ୍ଲା ମଣ୍ଡଳ କାରାଗାରରୁ ଜଣେ କଏଦୀ ବୁଧବାର ଚମ୍ପଟ ମାରିଥିଲା । ତାକୁ କାବୁ କରିବା ପାଇଁ ଉଭୟ ପୋଲିସ ଓ ଜେଲ କର୍ତ୍ତୃପକ୍ଷ ତନାଘନା ଆରମ୍ଭ କରିଥିଲେ । ଆଜି (ଗୁରୁବାର) କଏଦୀ ଗଣେଶ ରାଉଳକୁ ମସ୍ତିପୁଟ ଛକ ପଖରୁ କାବୁ କରିଛି ପୋଲିସ ।

ଗଣେଷ ଏକ ହତ୍ୟା ମାମଲାରେ ତିନିମାସ ପୂର୍ବେ ଜେଲରେ ଭର୍ତ୍ତି ହୋଇଥିଲେ । ବୁଧବାର ଜେଲ କାନ୍ଥ ଡେଇଁ ସେ ଖସି ପଳେଇ ଯାଇଥିଲା । ଏହା ପରେ ଜେଲ କର୍ତ୍ତୃପକ୍ଷ କଏଦୀଙ୍କୁ ଖୋଜିବା ଆରମ୍ଭ କରିଥିଲେ । ବୁଧବାର ବହୁତ ଖୋଜାଖୋଜି କରିଥିଲେ ବି ପୋଲିସ ତାର ଟେର ପାଇ ନଥିଲା । ଆଜି ଗଣେଶକୁ କୋରାପୁଟଠାରୁ 6 କିଲୋମିଟର ଦୂରବର୍ତ୍ତୀ ମସ୍ତିପୁଟ ଜଙ୍ଗଲ ନିକରଟରୁ କାବୁ କରିଛି ପୋଲିସ । ସେ ରାତି ତମାମ ସେହି ଜଙ୍ଗଲରେ ରହିଥିବା ଜଣାପଡିଛି ।

ଭୋରୁ ଭୋରୁ ମସ୍ତିପୁଟ ଛକରେ ଚାହା ପିଇବା ପାଇଁ ଆସିଥିବା ବେଳେ ଜେଲ କର୍ତୃପକ୍ଷ ତାକୁ କାବୁ କରିଥିବା ବିଶେଷ ସୁତ୍ରରୁ ଜଣାପଡିଛି । ତେବେ ଜେଲ କର୍ତୃପକ୍ଷଙ୍କ ଠାରୁ ଏ ସମ୍ପର୍କରେ କୌଣଶି ପ୍ରତିକ୍ରିୟା ମିଳିପାରି ନାହିଁ । ଗଣେଶର ଘର ପାରଳା ଖେମୁଣ୍ଡିରେ ବୋଲି ଜଣାପଡିଛି ।

କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ

Last Updated : May 20, 2021, 8:51 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.