କୋରାପୁଟ: ବାତିଲ ହେଲା 'ପରବ' ଶୁଭାରମ୍ଭ । ବୁଧବାର ଦିନ କୋଟିଆରେ ହେବାକୁ ଥିବା ପରବର ଶୁଭାରମ୍ଭ ଉତ୍ସବକୁ ଜିଲ୍ଲା ପ୍ରଶାସନ ବାତିଲ କରିଛି । ଏନେଇ ସୂଚନା ଦେଇଛନ୍ତି କୋରାପୁଟ ଜିଲ୍ଲାପାଳ ।
କୋରାପୁଟର ଆଦିବାସୀ ଲୋକ ମହୋତ୍ସବ 'ପରବ' ଶୁଭାରମ୍ଭକୁ ବାତିଲ କରାଯାଇଛି । କୋରୋନାର ନୂତର ଭାରିଆଣ୍ଟ ଓମିକ୍ରନକୁ ନେଇ ଆନ୍ତର୍ଜାତୀୟ ତଥା ଜାତୀୟ ସ୍ତରରେ ଚିନ୍ତା ବୃଦ୍ଧି ପାଇଛି । ପରବର ଶୁଭାରମ୍ଭ ଉତ୍ସବରେ ହଜାର ହଜାର ଲୋକଙ୍କ ସମାବେଶକୁ ଆଖି ଆଗରେ ରଖି ଏହି ଉଦଘାଟନୀ ଉତ୍ସବକୁ ବାତିଲ କରାଯାଇଥିବା ଜିଲ୍ଲାପାଳ ଅବଦଲ ଅକ୍ତର କହିଛନ୍ତି । ତେବେ ପରବର ମୁଖ୍ୟ ଉତ୍ସବ ପାଳନ ସମ୍ପର୍କରେ କୌଣସି ସରକାରୀ ନିର୍ଦ୍ଦେଶ ଆସିନାହିଁ । ସରକାରଙ୍କ ପାଖରୁ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି । ତାପରେ ପରବ ପାଳନ ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ