ETV Bharat / state

ଆଦିବାସୀ ସାଂସ୍କୃତିକ ମହୋତ୍ସବ 'ପରବ' ପାଇଲା ସ୍ଥାୟୀ ପଡିଆ - ପରବ ସ୍ଥାୟୀ ପଡିଆ

Koraput Parab Festival: ଆଦିବାସୀମାନଙ୍କ ସଂସ୍କୃତି ଓ ଐତିହ୍ୟର ଉତ୍ସବ 'ପରବ' । ଏବେ 'ପରବ' ମହୋତ୍ସବ ପାଇଁ ମିଳିଛି ସ୍ଥାୟୀ ପଡ଼ିଆ । ଅଧିକ ପଢ଼ନ୍ତୁ

'ପରବ' ପାଇଲା ସ୍ଥାୟୀ ପଡିଆ
'ପରବ' ପାଇଲା ସ୍ଥାୟୀ ପଡିଆ
author img

By ETV Bharat Odisha Team

Published : Jan 17, 2024, 4:49 PM IST

'ପରବ' ପାଇଲା ସ୍ଥାୟୀ ପଡିଆ

କୋରାପୁଟ: ଆଦିବାସୀମାନଙ୍କ ସଂସ୍କୃତି ଓ ଐତିହ୍ୟର ଉତ୍ସବ 'ପରବ' । କୋରାପୁଟ ଜିଲ୍ଲାରେ ପାଳିତ ହେଉଥିବା ସାଂସ୍କୃତିକ ମହୋତ୍ସବ 'ପରବ' ଚଳିତ ବର୍ଷ ଜାତୀୟ ସ୍ତରର ଆଦିବାସୀ ସାଂସ୍କୃତିକ ମହୋତ୍ସବର ମାନ୍ୟତା ପାଇଛି । ଆଉ ଏବେ 'ପରବ' ମହୋତ୍ସବ ପାଇଁ ମିଳିଛି ସ୍ଥାୟୀ ପଡ଼ିଆ । କୋରାପୁଟ ସହର ଠାରୁ 5 କିଲୋମିଟର ଦୂରରେ କୋଲାବ ଜଳଭଣ୍ଡାର କୂଳରେ ଥିବା ପଣ୍ଡି ଗ୍ରାମ ନିକଟରେ ପରବ ମହୋତ୍ସବ ପାଇଁ ମିଳିଛି ଏକ ସ୍ଥାୟୀ ପଡିଆ । ଏଥିପାଇଁ 63 ଏକର ଜାଗା ଚୟନ କରାଯାଇଥିବା ବେଳେ ରାଜ୍ୟ ସରକାର 1.8 କୋଟି ଟଙ୍କାର ଅନୁଦାନ ପ୍ରଦାନ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି କୋରାପୁଟ ଜିଲ୍ଳାପାଳ ଅବଦଲ ଏମ ଅଖତର ।

'ପରବ' ଓଡ଼ିଶାର ସାଂସ୍କୃତିକ ଇତିହାସର ଏକ ମାଇଲ ଖୁଣ୍ଟ ସାଜିଥିବା ବେଳେ ପରବ ମାଧ୍ୟମରେ କୋରାପୁଟ ତାର ଆତ୍ମୀୟତାକୁ ବିଶ୍ବ ଦରବାରରେ ପ୍ରଦର୍ଶିତ କରିପାରିଛି । କୋରାପୁଟ ଅଞ୍ଚଳର ଐତିହ୍ୟ ଓ ପ୍ରାକୃତିକ ପରିବେଶ ଭିତରେ ଖେଳି ବୁଲୁଥିବା ଆଦବାସୀ ଜୀବନର ଆନନ୍ଦମୟ ମୁହୂର୍ତ୍ତ ଗୁଡିକୁ ଅଭିବ୍ୟକ୍ତି କରିବାରେ ପରବ ସୋପାନ ପରେ ସୋପାନ ଆରୋହଣ କରି ଖ୍ୟାତି ଅର୍ଜନ କରି ଚାଲିଛି । 1996 ମସିହାରୁ ଆରମ୍ଭ କରାଯାଇଥିବା ପରବ ଉତ୍ସବ କେବଳ ଏକ ସାଂସ୍କୃତିକ ଉତ୍ସବ ନହୋଇ ଏହି ଅଞ୍ଚଳର ଜୀବନଧାରାର ଏକ ଅଭିନ୍ନ ଅଙ୍ଗ ପାଲଟିଯାଇଛି । ଏପରି ଏକ ଅନନ୍ୟ ପରିଚୟ ପ୍ରଦାନ କରିଥିବା ଏହି ଉତ୍ସବ ଏବେ ଏହାର ସ୍ଥାୟୀ ପଡିଆ ପାଇଛି ।

ଏହା ମଧ୍ୟ ପଢ଼ନ୍ତୁ........ପରବ-2023 ମହୋତ୍ସବର ଦ୍ବିତୀୟ ସନ୍ଧ୍ୟାରେ ଝୁମିଲା କୋରାପୁଟ

ତେବେ କୋଲାବ ଜଳଭଣ୍ଡାର କୂଳରେ ପରବ ମହୋତ୍ସବ ସ୍ଥାୟୀ ଜାଗା ଚୟନ କରାଯାଇଛି । ପଡିଆ ସମେତ ତା ସଂଲଗ୍ନ ପାହାଡ଼କୁ ଉତ୍ସବ ଉପଯୋଗୀ କରିବା ନିମନ୍ତେ ରାଜ୍ୟ ସରକାର 1.8 କୋଟି ଟଙ୍କାର ଅନୁଦାନ ପ୍ରଦାନ କରିଛନ୍ତି । ଏହାସହ ଚୟନ କରାଯାଇଥିବା 63 ଏକର ଜାଗାରେ ଆସନ୍ତା କିଛିଦିନ ମଧ୍ୟରେ କାର୍ଯ୍ୟ ଆରମ୍ଭ ହେବ । ଯଦି ସବୁକିଛି ଠିକ ଚାଲେ ତେବେ ଆସନ୍ତା ପରବ ଉତ୍ସବ ଏହି ନୂତନ ପଡ଼ିଆରେ ଆୟୋଜିତ ହୋଇପାରିବ ବୋଲି କୋରାପୁଟ ଜିଲ୍ଲାପାଳ ଅବଦଲ ଏମ ଅଖତର ଆଶାବ୍ୟକ୍ତ କରିଛନ୍ତି । ସେପଟେ ପରବ ପାଇଁ ନିଜସ୍ବ ସ୍ଥାୟୀ ପଡ଼ିଆ ମିଳିଥିବା ବେଳେ ଏହାଦ୍ବାରା ଅଞ୍ଚଳର ପର୍ଯ୍ୟଟନକୁ ମଧ୍ୟ ପ୍ରୋତ୍ସାହିତ କରିବ ବୋଲି ରାଜ୍ୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ସାହିତ୍ୟିକ ରବି ଶତପଥୀ ଆଶାବ୍ୟକ୍ତ କରିଛନ୍ତି । ପରବର ଏହି ନୂତନ ସ୍ଥାନ ନିକଟରେ କୋଲାବ ଜଳଭଣ୍ଡାର ଥିବା ଯୋଗୁଁ ପରବ ଉତ୍ସବରେ ଭାଗ ନେବାକୁ ଆସୁଥିବା କଳାକାର ତଥା ଦର୍ଶକଙ୍କ ପାଇଁ ନୌକ ବିହାରର ସୁଯୋଗ ଦେବା ସହିତ କେଚେଲାକୁ ନୌକା ଯାତ୍ରା କରି ପୁରାତନ ଜୈନ କୀର୍ତ୍ତିରାଜି ଦେଖିପାରିବେ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.