ETV Bharat / state

କୋରାପୁଟ ମେଡିକାଲକୁ ସ୍ଥାନାନ୍ତର ହେଲେ ପଦ୍ମଶ୍ରୀ କମଳା ପୂଜାରୀ

author img

By

Published : Jun 10, 2020, 5:49 PM IST

ପଦ୍ମଶ୍ରୀ କମଳା ପୂଜାରୀ କୋରାପୁଟ ସ୍ଥିତ ସହିଦ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଥିବା ଡାକ୍ତର କହିଛନ୍ତି । ଅଧିକ ପଢନ୍ତୁ...

padmashree-kamala-pujari-admitted-in-slnmc-koraput
କୋରାପୁଟସ୍ଥିତ ମେଡିକାଲ କଲେଜରେ ଭର୍ତ୍ତି ହେଲେ ପଦ୍ମଶ୍ରୀ କମଳା ପୂଜାରୀ

କୋରାପୁଟ: ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ ହୋଇ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଆଜି କୋରାପୁଟ ସ୍ଥିତ ସହିଦ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ପଦ୍ମଶ୍ରୀ କମଳା ପୂଜାରୀ ଉଚ୍ଚ ରକ୍ତଚାପ ଓ ଅଣ୍ଟା ବ୍ୟଥା ଯୋଗୁଁ ଦୁଇଦିନ ପୂର୍ବେ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଆଜି କିଡନୀ ଜନିତ ସମସ୍ୟା ଥିବା ସନ୍ଦେହ କରି ତାଙ୍କୁ ଅଲ୍ଟ୍ରାସାଉଣ୍ଡ କରାଯିବା ପରେ ଡାକ୍ତର ତାଙ୍କ ଚିକିତ୍ସା ଆରମ୍ଭ କରିଛନ୍ତି । ତଥାପି ତାଙ୍କ ସ୍ବାସ୍ଥ୍ୟବସ୍ଥା ନ ସୁଧୁରିଲେ ତାଙ୍କୁ ପ୍ରଶାସନ ନିଜ ଖର୍ଚରେ ବ୍ରହ୍ମପୁର ନେବା ପାଇଁ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ମଧୁସୂଦନ ମିଶ୍ର କହିଛନ୍ତି । ତେବେ ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଥିବା ଡାକ୍ତର କହିଛନ୍ତି ।

କୋରାପୁଟରୁ ସି. ଏଚ. ଶାନ୍ତାକାର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.