ETV Bharat / state

ଘନ କୁହୁଡି ପ୍ରଭାବ; 2 ଟ୍ରକ ମୁହାଁ ମୁହିଁ ଧକ୍କା, ଜଣେ ମୃତ

author img

By

Published : Dec 16, 2020, 11:40 AM IST

ଖରାପ ପାଗ ସାଙ୍ଗକୁ ଘନ କୁହୁଡି ଏବେ ଜନ ଜୀବନ ପାଇଁ ବିପଦ ସୃଷ୍ଟି କରିଛି । ଘନ କହୁଡି ପାଇଁ ଘଟିଲା ଦୁର୍ଘଟଣା । ଜଣେ ମୃତ । ପଢନ୍ତୁ ଅଧିକ...

ଘନ କୁହୁଡି ପ୍ରଭାବ; 2 ଟ୍ରକ ମୁହାଁ ମୁହିଁ ଧକ୍କା, ଜଣେ ମୃତ
ଘନ କୁହୁଡି ପ୍ରଭାବ; 2 ଟ୍ରକ ମୁହାଁ ମୁହିଁ ଧକ୍କା, ଜଣେ ମୃତ

କୋରାପୁଟ: ଖରାପ ପାଗ ସାଙ୍ଗକୁ ଘନ କୁହୁଡି ଏବେ ଜନ ଜୀବନ ପାଇଁ ବିପଦ ସୃଷ୍ଟି କରିଛି । ଆଜି କୁହୁଡିର ଆସ୍ତରଣ ପାଇଁ ଜିଲ୍ଲାର ପଟ୍ଟାଙ୍ଗୀ ନିକଟସ୍ଥ ସିପେଇପୁଟ ଛକରେ ଦୁଇଟି ଟ୍ରକ ଜାତୀୟ ରାଜପଥ ଉପରେ ମୁହାଁ ମୁହିଁ ଧକ୍କା ହେବା ଫଳରେ ଗୋଟିଏ ଟ୍ରକର ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।

ଅନ୍ୟ ଟ୍ରକର ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ପଟ୍ଟାଙ୍ଗୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତୀ କରାଯାଇଛି । ଗୋଟିଏ ଟ୍ରକ କୋରାପୁଟ ଆଡରୁ ପଟ୍ଟାଙ୍ଗୀ ଅଭିମୁଖେ ଯାଉଥିବା ବେଳେ ଅନ୍ୟ ଟ୍ରକଟି ପଟ୍ଟାଙ୍ଗୀ ପଟୁ ଆସୁଥିଲା । ଗତ କିଛିଦିନ ହେବ କୋରାପୁଟ ଜିଲ୍ଲାରେ ପ୍ରବଳ ଶୀତ ହେବା ସହ ସକାଳେ ଘନ କୁହୁଡି ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ଫଳରେ ଦୁର୍ଘଟଣାର ମାତ୍ର ମଧ୍ୟ ବଢିଥିବା ଆଲୋଚନା ହେଉଛି । ଏପରି ସ୍ଥଳେ ରାଜପଥରେ ସତର୍କକତା ସହ ଯାତାୟତ କରିବା ଜରୁରୀ ହୋଇପଡିଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.