ETV Bharat / state

ପରିବେଶ ସୁରକ୍ଷାର ପ୍ରହରୀ ଆଦିବାସୀ - କୋରାପୁଟ ଖବର

ଆସନ୍ତା ଡିସେମ୍ବରରେ ୨୧ରୁ କୋରାପୁଟରେ ପରିବେଶ ଓ ଆଦିବାସୀ ବିଷୟବସ୍ତୁକୁ ନେଇ କୋରାପୁଟରେ ଓଡ଼ିଶା ପରିବେଶ କଂଗ୍ରେସର ତିନିଦିନିଆ ଜାତୀୟ ସମାବେଶ ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ

ଆଦିବାସୀ ପରିବେଶର ସୁରକ୍ଷାର ପ୍ରହରୀ
ଆଦିବାସୀ ପରିବେଶର ସୁରକ୍ଷାର ପ୍ରହରୀ
author img

By

Published : Sep 9, 2022, 4:15 PM IST

କୋରାପୁଟ: ମଣିଷ ସମାଜକୁ ପରିବେଶ ଅନେକ କିଛି ଦେଇଛି । ମାନବ ସମାଜ ତିଷ୍ଠି ରହିବା ପାଇଁ ପରିବେଶ ସୁରକ୍ଷିତ ରହିବା ଏକାନ୍ତ ଆବଶ୍ୟକ । ପ୍ରତିଟି ନାଗରିକଙ୍କୁ ଏ ଦିଗରେ ସଚେତନ ହେବାକୁ ପଡିବ । ବର୍ତ୍ତମାନ ପରିବେଶ ଯେପରି ପ୍ରଦୂଷିତ ହେଉଛି ତାହା ଜୀବନ ପ୍ରତି ବିପଦ ଏ ଦିଗରେ ଲୋକଙ୍କ ସଚେତନତା ଅବଲମ୍ବନ କରିବାକୁ ପଡିବ । ବିଶେଷ କରି ଆଦିବୀସ ପରିବେଶ ସୁରକ୍ଷାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଉଛନ୍ତି । ସେମାନେ ପରିବେଶର ସୁରକ୍ଷାର ପ୍ରହରୀ ।

ଆଦିବାସୀ ପରିବେଶର ସୁରକ୍ଷାର ପ୍ରହରୀ

ଯେଉଁଠାରେ ଆଦିବାସୀ ଅଛନ୍ତି ସେହିଠାରେ ହିଁ ପରିବେଶ କିଛି ପରିମାଣରେ ସୁରକ୍ଷିତ ହୋଇ ରହିଛି । ଆସନ୍ତା ଡିସେମ୍ବରରେ ୨୧ରୁ କୋରାପୁଟରେ 'ପରିବେଶ ଓ ଆଦିବାସୀ' ବିଷୟବସ୍ତୁକୁ ନେଇ କୋରାପୁଟରେ ଓଡ଼ିଶା ପରିବେଶ କଂଗ୍ରେସର ତିନିଦିନିଆ ଜାତୀୟ ସମାବେଶ ଅନୁଷ୍ଠିତ ହେବ । ଜାତୀୟ ସମାବେଶ ଅନୁଷ୍ଠିତ ହେବା ନେଇ ଏକ ବୈଠକ ବସିଥିଲା । ବିଶ୍ବର ପରିସ୍ଥିତି ଆକଳନ କଲେ ବର୍ତ୍ତମାନ ପ୍ରାକୃତିକ ବିପର୍ଯ୍ୟୟ ଘଟୁଛି ।

ମାନବୀୟ କାର୍ଯ୍ୟକଳାପ ପରିବେଶକୁ କ୍ଷତାକ୍ତ କରୁଛି । ଜଳବାୟୁ ପରିବର୍ତ୍ତନ ସହ ତାପମାତ୍ର ବଢୁଛି । ଆଗାମୀ ଦିନରେ ପରିବେଶକୁ କିପରି ସୁରକ୍ଷା ଦିଆଯିବ ଏ ନେଇ କଣ ପଦକ୍ଷେପ ନିଆଯିବ ସେ ଦିଗରେ ଆଲୋଚନା ହୋଇଛି । ବିଭିନ୍ନ ସମସ୍ୟାକୁ ପ୍ରସଙ୍ଗ କରି ଏହି ଜାତୀୟ ସମାବେଶରେ ଆଲୋଚନା ହୋଇଥାଏ ।

ଚଳିତ ବର୍ଷ ବିଷୟ ବସ୍ତୁ ରହିଛି ପରିବେଶ ଏବଂ ଜନଜାତି (Environment And Tribes) । ବର୍ତ୍ତମାନ ମଣିଷର ଏପରି କାର୍ଯ୍ୟକଳାପ ରହିଛି ଯେଉଁଠି ପରିବେଶ ପ୍ରଦୂଷିତ ହେଉଛି । ହେଲେ ଆଦିବାସୀଙ୍କ ଜୀବନ ଜୀବିକା ଏବଂ ପ୍ରକୃତିରେ ସେମାନଙ୍କ ଚଳନୀ ପରିବେଶକୁ ସୁରକ୍ଷା ଦେଉଥିବା କହିଛନ୍ତି ପରିବେଶ ବିଶେଷଜ୍ଞ ଜୟକୃଷ୍ଣ ପାଣିଗ୍ରାହୀ । ସମାଜକୁ ସେମାନଙ୍କ ଜୀବନଶୈଳୀ ଗ୍ରହଣ କରିବାକୁ ହେବ ।

ଏହା ବି ପଢନ୍ତୁ...ଆତ୍ମହତ୍ୟା ଉଦ୍ୟମ କରୁଥିବା NEET ପରୀକ୍ଷାର୍ଥୀଙ୍କ ଜୀବନ ବଞ୍ଚାଇଲା ଫେସବୁକ୍ !

ଆଦିବାସୀଙ୍କ ସଂସ୍କୃତି, ପରମ୍ପରା ତଥା ଜୀବନଧାରା ପରିବେଶ ସହିତ ଓତଃପ୍ରୋତ ଭାବେ ଜଡ଼ିତ । ସେମାନଙ୍କ ଏହି ଜୀବନଶୈଳୀ ଯୋଗୁଁ ଦେଶର ବିଭିନ୍ନ ଅଞ୍ଚଳରୁ ଗବେଷକ, ବୁଦ୍ଧିଜୀବୀ, ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କ ପାଇଁ ଏହି ସମାବେଶ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଅବିଭକ୍ତ କୋରାପୁଟ ଅଞ୍ଚଳରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ଏହି ସମାବେଶକୁ ଆୟୋଜନ କରିବା ପାଇଁ ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ, କାଉନସିଲ ଫର୍ ଅନାଲିଟିକାଲ ଟ୍ରାଇବାଲ୍ ଷ୍ଟଡିସ (କୋଟସ) ଏବଂ କୋରାପୁଟ ସରକାରୀ ମହାବିଦ୍ୟାଳୟ ସହଯୋଗ କରିବା ପାଇଁ ଆଗେଇ ଆସିଥିବା ଓଡ଼ିଶା ପରିବେଶ କଂଗ୍ରେସର ଅନ୍ୟତମ ଉଦ୍ୟୋକ୍ତା ସୁଦର୍ଶନ ଦାସ ଜଣାଇଛନ୍ତି ।

ଏହି ସମାବେଶରେ ପରିବେଶ ସୁରକ୍ଷା ଦିଗରେ ଉଲ୍ଲେଖନୀୟ ଅବଦାନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରିବା ସହ ଛାତ୍ରଛାତ୍ରୀଙ୍କୁ ନେଇ ଓଡ଼ିଶା ଶିଶୁ ପରିବେଶ କଂଗ୍ରେସର ଆୟୋଜନ ବିଶେଷ ଆକର୍ଷଣ ରହିବ ବୋଲି ସୂଚନା ମିଳିଛି । କୋରାପୁଟ ଅଞ୍ଚଳରେ ଆଦିବାସୀଙ୍କ ସହ ପରିବେଶର ସମ୍ପର୍କକୁ ନେଇ ଆୟୋଜିତ ହେଉଥିବା ଏହି ସମାବେଶ ଭବିଷ୍ୟତରେ ଏହି ଅଞ୍ଚଳର ବିଭିନ୍ନ ବିଷୟକୁ ନେଇ ଚର୍ଚ୍ଚାର ଆୟୋଜନ ପାଇଁ ପଥ ପ୍ରସ୍ତୁତ କରିବ ବୋଲି ମତ ପ୍ରକାଶ ପାଇଛି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.