ETV Bharat / state

Panchayat Election: ପ୍ରଥମ ଦିନରେ କୋରାପୁଟରେ ଜିଲ୍ଲା ପରିଷଦ ପାଇଁ ଦାଖଲ କଲେନି ନାମାଙ୍କନ ପତ୍ର

author img

By

Published : Jan 18, 2022, 7:49 AM IST

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗତ ସୋମବାର ଠାରୁ କୋରାପୁଟରେ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି। ଜିଲ୍ଲାର ଭୌଗୋଳିକ ସ୍ଥିତି ଏବଂ ସୀମାବର୍ତ୍ତୀ ଇଲାକାରେ ନିର୍ବାଚନକୁ ନେଇ ସଭିଙ୍କ ନଜର ରହିଛି। ଅଧିକ ପଢ଼ନ୍ତୁ

nomination for panchayat election in koraput
ସ୍ବାଭିମାନ ଅଞ୍ଚଳ ନିର୍ବାଚନ ପାଇଁ ଆଶାବାଦୀ ଅଛନ୍ତି ଦଳ

କୋରାପୁଟ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗତ ସୋମବାର ଠାରୁ କୋରାପୁଟରେ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି। ଜିଲ୍ଲାର 14ଟି ବ୍ଲକରେ 29ଟି ଜିଲ୍ଲା ପରିଷଦ ସଦସ୍ୟ ଆସନ ପାଇଁ ପ୍ରାର୍ଥୀ ନାମାଙ୍କନ ପତ୍ର ଫର୍ମ କ୍ରୟ କରିଛନ୍ତି। ସେହିଭଳି 240ଟି ସରପଞ୍ଚ , 2973 ଟି ୱାର୍ଡ ମେମ୍ବର ତଥା 240ଟି ସମିତି ସଭ୍ୟ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବା ଆରମ୍ଭ ହୋଇଯାଇଛି ।

କୋରାପୁଟରେ ନାମାଙ୍କନ ପତ୍ର ଦାଖଲ ପାଇଁ ପ୍ରଥମ ଦିନରେ 97ଟି ୱାର୍ଡ ମେମ୍ବର ଏବଂ 47ଟି ସମିତି ସଭ୍ୟ ପଦବୀ ପାଇଁ ପ୍ରାର୍ଥୀ ଫର୍ମ ପୂରଣ କରିଛନ୍ତି। 12ଟି ସମିତି ସଭ୍ୟ ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ ହୋଇଥିବା ବେଳେ ଜିଲ୍ଲା ପରିଷଦ ଆସନ ପାଇଁ କେହି ନାମାଙ୍କନ ପତ୍ର ଦାଖଲ କରି ନଥିବା ଜଣାପଡ଼ିଛି । କୋରାପୁଟ ଜିଲ୍ଲାରେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ନୂଆ ଭୋଟରଙ୍କ ତାଲିକା ବୃଦ୍ଧି ପାଇଛି ।

କୋରାପୁଟ ଜିଲ୍ଲାରେ ଯୁବ ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ପଞ୍ଚାୟତ ନିର୍ବାଚନରେ ରାଜନୀତିରେ ଏକ ଭିନ୍ନ ଧାରା ସୃଷ୍ଟି କରିବାର ସମ୍ଭାବନା ରହିଛି । ଜିଲ୍ଲାର ଭୌଗୋଳିକ ସ୍ଥିତି ଏବଂ ସୀମାବର୍ତ୍ତୀ ଇଲାକାରେ ନିର୍ବାଚନକୁ ନେଇ ସଭିଙ୍କ ନଜର ରହିଛି। କୋଟିଆ ପଞ୍ଚାୟତର ସୀମା ବିବାଦ ଲାଗି ରହିଥିବା ବେଳେ ଗତ କିଛି ଦିନ ପୂର୍ବେ ଆନ୍ଧ୍ର ପ୍ରଦେଶର ପଞ୍ଚାୟତ ନିର୍ବାଚନକୁ ନେଇ ହୋଇଥିବା ସଂଘର୍ଷ ପୁଣିଥରେ ଚର୍ଚ୍ଚାର ଘେରକୁ ଆଣିଦେଇଛି । ତେବେ ଏହାରି ଭିତରେ ତିନୋଟି ପ୍ରମୁଖ ଦଳର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରି ନିଜ ସ୍ଥିତି ସୁଦୃଢ଼ ଥିବା ପ୍ରକାଶ କରିଛନ୍ତି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.