ETV Bharat / state

‘ଶିଶୁ ଅଧିକାର ଓ ଶିକ୍ଷା କ୍ଷେତ୍ରକୁ ଦିଆଯାଉନି ଗୁରୁତ୍ବ’

ଶିଶୁ ଅଧିକାର ଓ ଶିକ୍ଷା କ୍ଷେତ୍ରରେ ଦିଆଯାଉ ନାହିଁ ଗୁରୁତ୍ବ । ଏହା କହିଛନ୍ତି ଜାତୀୟ ଶିଶୁ ସୁରକ୍ଷା ଓ ଅଧିକାର ଆୟୋଗ (ଏନସିପିସିଆର)ର ସଦସ୍ୟା ରୋଜି ତାୱ। ।

ଶିଶୁ ଅଧିକାର ସମ୍ପର୍କିତ ଶୁଣାଣି ଶିବିର
author img

By

Published : Oct 4, 2019, 11:22 PM IST

କୋରାପୁଟ: ଶିଶୁ ଅଧିକାର ଓ ଶିକ୍ଷା କ୍ଷେତ୍ରରେ ଦିଆଯାଉ ନାହିଁ ଗୁରୁତ୍ବ । ଏଭଳି ମତ ରଖିଲେ ଜାତୀୟ ଶିଶୁ ସୁରକ୍ଷା ଓ ଅଧିକାର ଆୟୋଗ ( ଏନସିପିସିଆର)ର ସଦସ୍ୟା ରୋଜି ତାୱ। ।

ଶିଶୁ ଅଧିକାର ସମ୍ପର୍କିତ ଶୁଣାଣି ଶିବିର

ଆଜି କୋରାପୁଟରେ କମିଶନ ପକ୍ଷରୁ ଶିଶୁ ଅଧିକାର ସମ୍ପର୍କିତ ଶୁଣାଣି ଶିବିରରେ ଯୋଗଦେଇ ଜିଲ୍ଲାର ବିଭିନ୍ନ ଗ୍ରାମରୁ ଆସିଥିବା ୨୦୦ରୁ ଊର୍ଦ୍ଧ୍ବ ଅଭିଯୋଗ ଶୁଣିଥିବା ବେଳେ କୋରାପୁଟ ଅଞ୍ଚଳରେ ମାନସିକ ସ୍ବାସ୍ଥ୍ୟ ବାଧିତ ଶିଶୁଙ୍କ ସଂଖ୍ୟା ଚିନ୍ତାଜନକ ଅବସ୍ଥାରେ ପହଞ୍ଚିଛି ବୋଲି ଚିନ୍ତା ବ୍ୟକ୍ତ କରିଛନ୍ତି ।

ଅନେକ ଲୋକ ତାଙ୍କ ଦିବ୍ୟାଙ୍ଗ ଶିଶୁଙ୍କ ସମସ୍ୟାକୁ ନେଇ ଆସିଥିବା ବେଳେ ସିକଲସେଲ ଆନେମିଆ ପିଡୀତ ଶିଶୁଙ୍କ ସଂଖ୍ୟା ମଧ୍ୟ ଅଧିକ ରହିଛି । ଏ ସଂକ୍ରାନ୍ତରେ ବିଶେଷ ପଦକ୍ଷେପ ନେବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିବା ଜଣାଇଛନ୍ତି ।

ଏଥି ସହିତ କୋରାପୁଟ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିଲେ ହେଁ ଏଠାକାର ଅନାଥ ଶିଶୁଙ୍କୁ ଆଦିବାସୀର ମାନ୍ୟତା ମିଳୁନଥିବାରୁ ଛାତ୍ରାବାସରେ ରହି ଶିକ୍ଷା ଗ୍ରହଣ କରିବା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହେଉଥିବା ଜାଣି ଏହିପରି ଶିଶୁଙ୍କ ପାଇଁ ସ୍ଵତନ୍ତ୍ର ଶିବିର ଆୟୋଜନ କରି ଯଥାସମ୍ଭବ ସହଯୋଗ କରିବା ପାଇଁ ଜିଲ୍ଲାପାଳଙ୍କୁ ଜଣାଇଥିବା ସେ ସୂଚନା ପ୍ରଦାନ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:କୋରାପୁଟ ଅଂଚଳରେ ଶିଶୁଙ୍କ ଅଧିକାର ଓ ବିଶେଷ କରି ଶିକ୍ଷା କ୍ଷେତ୍ରରେ ବହୁତ କମ ଗୁରୁତ୍ୱ ଦିଆଯାଇଛି ବୋଲି କୋରାପୁଟ ଠାରେ ଜାତୀୟ ଶିଶୁ ସୁରକ୍ଷା ଓ ଅଧିକାର ଆୟୋଗ ( ଏନସିପିସିଆର) ର ସଦସ୍ୟା ରୋଜି ତାୱ। ମତ ରଖିଛନ୍ତି ।Body:ଆଜି କମିଶନ ତରଫରୁ ଶିଶୁ ଅଧିକାର ସମ୍ପର୍କିତ ଶୁଣାଣି ଶିବିରରେ ଯୋଗଦେଇ ଜିଲ୍ଲାର ବିଭିନ୍ନ ଗ୍ରାମରୁ ଆସିଥିବା ୨୦୦ ରୁ ଉର୍ଧ୍ବ ଅଭିଯୋଗ ଶୁଣିଥିବା ବେଳେ କୋରାପୁଟ ଅଂଚଳରେ ମାନସିକ ସ୍ୱାସ୍ଥ୍ୟ ବାଧିତ ଶିଶୁଙ୍କ ସଂଖ୍ୟା ଚିନ୍ତାଜନକ ଅବସ୍ଥାରେ ପହଂଚିଛି ବୋଲି ଚିନ୍ତା ବ୍ୟକ୍ତ କରିଛନ୍ତି । ଆଜି ଅନେକ ଲୋକ ତାଙ୍କ ଦିବ୍ୟାଙ୍ଗ ଶିଶୁଙ୍କ ସମସ୍ୟା କୁ ନେଇ ଆସିଥିବା ବେଳେ ସିକଲ ସେଲ ଆନେମିଆ ପିଡୀତ ଶିଶୁ ଙ୍କ ସଂଖ୍ୟା ମଧ୍ୟ ବହୁତ ରହିଥିବା ଯୋଗୁଁ ସେ ଏ ସଂକ୍ରାନ୍ତରେ ବିଶେଷ ପଦକ୍ଷେପ ନେବା ପାଇଁ ଜିଲ୍ଲା ପ୍ରଶାସନ କୁ ନିର୍ଦେଶ ଦେଇଥିବା ଜଣାଇଛନ୍ତି । ଏଥି ସହିତ କୋରାପୁଟ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିଲେହେଁ ଏଠାକାର ଅନାଥ ଶିଶୁଙ୍କୁ ଆଦିବାସୀର ମାନ୍ୟତା ମିଳୁନଥିବାରୁ ଛାତ୍ରାବାସରେ ରହି ଶିକ୍ଷା ଗ୍ରହଣ କରିବା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇବାରୁ ବଂଚିତ ହେଉଥିବା ଜାଣି ଏହିପରି ଶିଶୁଙ୍କ ପାଇଁ ସ୍ଵତଂନ୍ତ୍ର ଶିବିର ଆୟୋଜନ କରି ଯଥାସମ୍ଭବ ସହଯୋଗ କରିବା ପାଇଁ ଜିଲ୍ଲାପାଳଙ୍କୁ ଜଣାଇଥିବା ସେ ସୂଚନା ପ୍ରଦାନ କରିଛନ୍ତି ।Conclusion:ତେବେ କୋରାପୁଟ କହିଲେ ଜାତୀୟ ସ୍ତରରେ ଶିଶୁ ଶ୍ରମିକ ବହୁଳ ଜିଲ୍ଲା ଭାବେ ଚର୍ଚ୍ଚିତ ହେଉଥିଲେ ହେଁ ଆଜି ସେ ସେପରି କୌଣସି ଅଭିଯୋଗ ନପାଇ ଆଶ୍ଚର୍ଯ୍ୟ ହୋଇଥିବା ବେଳେ ଏ ଦିଗରେ କୋରାପୁଟ ର ଉନ୍ନତ ସ୍ଥିତି ଏକ ଭଲ ସୂଚନା ଦେଉଛି ବୋଲି ମତ ରଖିଛନ୍ତି ।
.......
Byte : ରୋଜି ତାୱ। , ସଦସ୍ୟା , ଜାତୀୟ ଶିଶୁ ସୁରକ୍ଷା ଓ ଅଧିକାର ଆୟୋଗ ( ଏନସିପିସିଆର)
........
ଶାନ୍ତାକାର
କୋରାପୁଟ
........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.