ETV Bharat / state

କୋରୋନା ପ୍ରଭାବ; ମନ୍ଦିର ବନ୍ଦ, ରାଜରାସ୍ତାରେ ଭିକ୍ଷୁକ - ରାଜରାସ୍ତାରେ ଭିକ୍ଷୁକ

କୋରାପୁଟ ଜିଲ୍ଲାରେ 500 ଭିକ୍ଷୁକ ରାଜରାସ୍ତାରେ ଥିବା ବେଳେ ସେମାନଙ୍କ ଥଇଥାନ ଲାଗି ସର୍ଭେ କରାଯିବ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କହିଛନ୍ତି । ଅଧିକ ପଢନ୍ତୁ...

କୋରୋନା ପ୍ରଭାବ, ମନ୍ଦିର ବନ୍ଦ ପଡିଥିବାରୁ ରାଜରାସ୍ତାରେ ଭିକ୍ଷୁକ

author img

By

Published : Jun 26, 2021, 9:38 PM IST

କୋରାପୁଟ: କୋରୋନା ମହାମାରୀ ସମସ୍ତ କ୍ଷେତ୍ରକୁ ଗଭୀର ଭାବରେ ପ୍ରଭାବିତ କରିଛି । ସଂକ୍ରମଣକୁ ଲୋକମାନଙ୍କୁ ରକ୍ଷା କରିବା ପାଇଁ ସରକାର ଲକଡାଉନ ଲାଗୁ କରିଛନ୍ତି । ଜିଲ୍ଲାରେ ଧର୍ମାନୁଷ୍ଠାନ ବନ୍ଦ ଥିବାରୁ ମନ୍ଦିରରେ ବସୁଥିବା ଭିକ୍ଷୁକ ପ୍ରଭାବିତ ହୋଇଛନ୍ତି । ଏହି ଭିକ୍ଷୁକଙ୍କ ସର୍ଭେ କରାଯାଇ ସେମାନଙ୍କ ଥଇଥାନ କରାଯିବ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସିମାଞ୍ଚଳ ମହାପାତ୍ର ସୂଚନା ଦେଇଛନ୍ତି ।

କୋରୋନା ପ୍ରଭାବ, ମନ୍ଦିର ବନ୍ଦ ପଡିଥିବାରୁ ରାଜରାସ୍ତାରେ ଭିକ୍ଷୁକ

ଦୋକାନୀଙ୍କଠାରୁ ବ୍ୟବସାୟ, ଯୁବଗୋଷ୍ଠୀଙ୍କଠାରୁ ରୋଜଗାର, ମୁଲିଆଠାରୁ ମଜୁରି ଓ ଭିକ୍ଷୁକ ହାତରୁ ଥାଳ ଛଡାଇ ନେଇଛି । କୋରାପୁଟ ସହରରେ କୋଭିଡ଼ର ପ୍ରଭାବ ଅନୁଭୂତ ହେବା ପରେ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ପଡିଛି । ବସଷ୍ଟାଣ୍ଡ ଓ ରେଳଷ୍ଟେସନରେ ଯାତ୍ରୀ ନାହାନ୍ତି । ତେଣୁ ଭିକ୍ଷା କରି ନିଜ ପେଟ ପୋଷୁଥିବା ବ୍ୟକ୍ତି ଭୀଷଣ ସଙ୍କଟରେ ପଡିଛନ୍ତି । ଏହି ଦୁର୍ଦ୍ଦିନରେ ସହରରେ ଥିବା ସତ୍ୟସାଇ ସେବା ସଂସ୍ଥା ସହଯୋଗର ହାତ ବଢାଇ ପ୍ରତିଦିନ ସେମାନଙ୍କୁ ରନ୍ଧା ଖାଦ୍ୟ ଦେଉଥିବା ସଂସ୍ଥାର ସଦସ୍ୟ ଉମାଚରଣ ପଟ୍ଟନାୟକ କହିଛନ୍ତି ।

ପୂର୍ବରୁ ସହରରେ ଯେତେ ଜଣ ଭିକ୍ଷୁକ ଥିଲେ ତାଙ୍କ ସହ ବର୍ତ୍ତମାନ କୋରାପୁଟ ତଥା ବିଭିନ୍ନ ସ୍ଥାନରେ ଛୋଟମୋଟ କାମ କରି ପେଟ ପୋଷୁଥିବା ଲୋକେ ମଧ୍ୟ ଭିକ୍ଷା କରିବା ସ୍ଥିତିକୁ ଚାଲିଆସିଛନ୍ତି । ସତ୍ୟସାଇ ସେବା ସଂସ୍ଥା ଭଳି କିଛି ସଂସ୍ଥା ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ ମଧ୍ୟ ସେମାନଙ୍କ ମାଧ୍ୟମରେ ସମୁଦ୍ରକୁ ଶଙ୍ଖେ ଭଳି କେବଳ କିଛି ଭିକ୍ଷୁକଙ୍କ ପାଖରେ ସେବା ପହଞ୍ଚି ପାରୁଛି ।

ସହରରେ 500ରୁ ଊର୍ଦ୍ଧ୍ଵ ଭିକ୍ଷୁକ ବିଭିନ୍ନ ଅବସ୍ଥାରେ ଦିନ କାଟୁଥିବା ଯୋଗୁଁ ସରକାରଙ୍କ ତରଫରୁ ଏକ ସର୍ଭେ କରାଯାଇ ସେମାନଙ୍କ ଥଇଥାନ କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି । ତେବେ କୋରାପୁଟ ଜିଲ୍ଲାରେ ବର୍ତମାନ ଭିକ୍ଷୁକଙ୍କ ସଂଖ୍ୟା ଓ ସ୍ଥିତି ଜାଣିବା ପାଇଁ ଏକ ସର୍ଭେ ଆରମ୍ଭ କରାଯାଇଛି ଓ ତଥ୍ୟ ମିଳିବା ପରେ ଉପଯୁକ୍ତ ଥଇଥାନ କରାଯିବ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସିମାଞ୍ଚଳ ମହାପାତ୍ର କହିଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.