କୋରାପୁଟ: କୋଭିଡ ସମୟରେ ଶିଶୁ ଯତ୍ନକାରୀ ସଂସ୍ଥା ଗୁଡିକ ଶିଶୁଙ୍କ ସୁରକ୍ଷା ଓ ଉନ୍ନତ ସ୍ୱାସ୍ଥ୍ୟ ଦିଗରେ ଅଭୂତପୂର୍ବ କାର୍ଯ୍ୟ କରିଥିଲେ । ଅନ୍ତର୍ଜାତୀୟ ସଂଗଠନ ସେଭ୍ ଦ ଚିଲଡ୍ରେନର ସହାୟତାରେ ଶିଶୁଙ୍କ ଯତ୍ନ ନେଇ ସଚେତନ କରାଇଥିଲେ । ସେମାନଙ୍କ କାର୍ଯ୍ୟର ସମୀକ୍ଷା କରିବା ଓ କୋଭିଡ ପରବର୍ତ୍ତୀ ସମୟରେ ଶିଶୁଙ୍କ ଯତ୍ନ କିପରି ଜାରି ରଖିବା ସେ ସମ୍ପର୍କରେ ସେଭ୍ ଦ ଚିଲଡ୍ରେନର ତରଫରୁ କୋରାପୁଟରେ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା । ଏହି କର୍ମଶାଳାରେ ଶିଶୁ ଯତ୍ନକାରୀ ମାଆ, ଅଙ୍ଗନବାଡ଼ି କର୍ମୀ ଓ ଜିଲ୍ଲାର ବିଭିନ୍ନ ସିସିଆଇର କର୍ମକର୍ତ୍ତା ଯୋଗଦେଇଥିଲେ ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ