ETV Bharat / state

କଣ୍ଟେନମେଣ୍ଟ ଜୋନ: ନିଜ ଗାଁରେ ନିଜେ ବନ୍ଦୀ ଜୀବନ ବଞ୍ଚୁଛନ୍ତି ଗ୍ରାମବାସୀ - ପୋଡ଼ାଗଡ କଣ୍ଟେଇନମେଣ୍ଟ ଜୋନ

ନିଜ ଗାଁରେ ନିଜେ ବନ୍ଦୀର ଜୀବନ ବିତାଉଛନ୍ତି ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପୋଡ଼ାଗଡ ପଞ୍ଚାୟତର 21 ଟି ଗାଁର ଗ୍ରାମବାସୀ । ଏହି ଅଞ୍ଚଳରେ କଣ୍ଟେନମେଣ୍ଟ ସମୟ ସୀମାକୁ ଦ୍ଵିତୀୟ ପର୍ଯ୍ୟାୟରେ ଗତକାଲିଠାରୁ ଆଉ 48 ଘଣ୍ଟା ବୃଦ୍ଧି କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଅଧିକ ଜାଣନ୍ତୁ...

life-of-containment-zone-village-people-in-koraput
କଣ୍ଟେଇନମେଣ୍ଟ ଜୋନ: ନିଜ ଗାଁରେ ନିଜେ ବନ୍ଦୀ ଗ୍ରାମବାସୀ
author img

By

Published : May 1, 2020, 1:19 PM IST

କୋରାପୁଟ: ନିଜ ଗାଁରେ ନିଜେ ବନ୍ଦୀର ଜୀବନ ବିତାଉଛନ୍ତି ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପୋଡ଼ାଗଡ ପଞ୍ଚାୟତର 21 ଟି ଗାଁର ଗ୍ରାମବାସୀ । ପୋଡ଼ାଗଡ ଠାରେ କୋରାପୁଟ ଜିଲ୍ଲାର ପ୍ରଥମ କୋରୋନା ପଜିଟିଭ ଚିହ୍ନଟ କରାଯିବା ପରେ 28 ତାରିଖଠାରୁ ପୋଡ଼ାଗଡର 3 କିଲୋମିଟର ପରିଧି ମଧ୍ୟରେ ଥିବା ଅଞ୍ଚଳକୁ ପ୍ରଥମ ପର୍ଯ୍ୟାୟରେ ଗତକାଲି ଅପରାହ୍ନ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିଲା ।

କଣ୍ଟେଇନମେଣ୍ଟ ଜୋନ: ନିଜ ଗାଁରେ ନିଜେ ବନ୍ଦୀ ଗ୍ରାମବାସୀ

କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ଏହି ପଞ୍ଚାୟତର 21 ଟି ଗ୍ରାମରେ ସ୍ବାସ୍ଥ୍ୟ ସର୍ଭେ କରିବା ସହ ଆବଶ୍ୟକ ସ୍ଥଳେ ସ୍ବାବ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଉଛ । ବର୍ତମାନ ପର୍ଯ୍ୟନ୍ତ ସେହି ସ୍ବାବ ରିପୋର୍ଟ ହସ୍ତଗତ ହୋଇନଥିବା ଓ ସ୍ବାସ୍ଥ୍ୟ ସର୍ଭେ ଚାଲୁରହିଥିବା ଯୋଗୁଁ ଅଞ୍ଚଳବାସୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହି କଣ୍ଟେନମେଣ୍ଟ ସମୟ ସୀମାକୁ ଦ୍ଵିତୀୟ ପର୍ଯ୍ୟାୟରେ ଗତକାଲିଠାରୁ ଆଉ 48 ଘଣ୍ଟା ବୃଦ୍ଧି କରାଯାଇଥିବା ଜିଲ୍ଲାପାଳ ମଧୁସୂଦନ ମିଶ୍ର ସୂଚନା ପ୍ରଦାନ କରିଛନ୍ତି ।

ଆଜି କଣ୍ଟେନମେଣ୍ଟର ଚତୁର୍ଥ ଦିବସରେ ସେହି ଗ୍ରାମ ଗୁଡିକରେ ଲୋକଙ୍କ ସ୍ଥିତିକୁ ପରଖିବା ପାଇଁ ଆମେ ଯାଇ ପହଞ୍ଚିଥିଲୁ ପୋଡ଼ାଗଡ ନିକଟରେ ଥିବା କିଛି ଗାଁରେ । ସମ୍ପୂର୍ଣ୍ଣରୂପେ ଲକଡାଉନ ରେ ବାନ୍ଧି ହୋଇ ନିଜସ୍ୱ ଗାଁରେ ପଡିଥିବା ଅସ୍ଥାୟୀ ଫାଟକ ଭିତରେ ବାହାର ଦୁନିଆକୁ ଦେଖୁଥିବା ଗ୍ରାମବାସୀଙ୍କ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଅରମାସ ମାଧ୍ୟମରେ ଅତ୍ୟାବଶ୍ୟକ ସାମଗ୍ରୀ ସୁଲଭ ଦରରେ ଗାଁ ମୁଣ୍ଡରେ ବିକ୍ରି କରିବାର ବ୍ୟବସ୍ଥା କରାଯାଇଛି । ଗାଁ ମୁଣ୍ଡକୁ ଯାଇ ଅରମାସ ସମର୍ଥିତ ଏସଏଚଜି ମହିଳାମାନେ ଡାକ ଦେବାପରେ ଗାଁ ଲୋକେ ଜଣ ଜଣ କରି ଫାଟକ ନିକଟକୁ ଆସି ଆଳୁ, ପିଆଜ, ସାବୁନ, ତେଲ ଭଳି ଜିନିଷ କିଣିବା ଆରମ୍ଭ କରିଥିଲେ ।

ସିଧାସଳଖ ଭାବେ କୌଣସି ଅପରାଧ ନକରି ସାମୁହିକ ଭାବେ ବନ୍ଦିର ଜୀବନ ବିତାଉଥିବା ଏହି ଗ୍ରାମବାସୀଙ୍କ ଆଖିରେ ମୁକ୍ତିର କାମନା ଝଲସି ଉଠୁଥିବା ବେଳେ ସେମାନଙ୍କ ଏପରି ସ୍ଥିତିରେ ପ୍ରଶାସନର ସକାରାତ୍ମକ ପଦକ୍ଷେପ ସେମାନଙ୍କୁ ଆଶ୍ବସ୍ତି ଆଣିଦେଇଛି । ସମୁଦାୟ 21ଟି ଗ୍ରାମକୁ ତିନୋଟି ଏସଏଚଜି ଏହି ସେବା ଯୋଗାଇଦେଉଥିବା ଅରମାସର ଜିଲ୍ଲା ଅଧିକାରୀ ରୋଶନ କାର୍ତ୍ତିକ ଜଣାଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.