ETV Bharat / state

ଜୟପୁରକୁ ବିମାନରେ ଯାତ୍ରା କରି ଅନୁଭୂତି ବଖାଣିଲେ ସୁନିଲ - ଜୟପୁରକୁ ଆରମ୍ଭ ହୋଇଛି ବିମାନ ସେବା

ଜୟପୁରକୁ ଆରମ୍ଭ ହୋଇଛି ବିମାନ ସେବା, ଗତ ତିନି ଦିନ ମଧ୍ୟରେ ଦୁଇଥର ଏହି ବିମାନ ଯାତ୍ରା କରି ଅନୁଭୂତି ବଖାଣିଲେ ସୁନାବେଡ଼ା ବାସିନ୍ଦା ଇଞ୍ଜିନିୟର ସୁନିଲ ବିଶ୍ଵାଳ । ଅଧିକ ପଢନ୍ତୁ

ଜୟପୁରକୁ ବିମାନରେ ଯାତ୍ରା କରି ଅନୁଭୂତି ବଖାଣିଲେ ସୁନିଲ

author img

By

Published : Nov 4, 2022, 7:47 AM IST

କୋରାପୁଟ: ଭୁବନେଶ୍ୱର ଓ ବିଶାଖାପାଟଣରୁ ଜୟପୁରକୁ ଆରମ୍ଭ ହୋଇଥିବା ବିମାନ ସେବା । ଯାହା ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । କୋରାପୁଟ ପ୍ରକୃତି ଓ ପର୍ଯ୍ୟଟନ କ୍ଷେତ୍ରର ପ୍ରଚାର ପ୍ରସାର କରିବା ଦିଗରେ ଆଗ୍ରହ ରଖିଥିବା ସୁନାବେଡ଼ା ବାସିନ୍ଦା ଇଞ୍ଜିନିୟର ସୁନିଲ ବିଶ୍ଵାଳ ଗତ ତିନି ଦିନ ମଧ୍ୟରେ ଦୁଇଥର ଏହି ବିମାନ ଯାତ୍ରା କରି ସାରିଲେଣୀ । ଯାତ୍ରା ଶେଷ କରିବା ପରେ ସେ ଅନୁଭୂତି ବଖାଣିଛନ୍ତି । ବିମାନ ଉଡାଣର ପ୍ରଥମ ଦିନ ଜୟପୁରରୁ ଭୁବନେଶ୍ୱରକୁ ଯାତ୍ରା କରିଥିଲେ ସୁନିଲ ବିଶ୍ଵାଳ । ବିମାନରେ ଯାତ୍ରା ସମୟରେ ଦେଓମାଳି ପର୍ବତର ସୌନ୍ଦର୍ଯ୍ୟ ସେ ବେଶ ଉପଭୋଗ କରିଥିବା କହିଛନ୍ତି ।

ଜୟପୁରକୁ ବିମାନରେ ଯାତ୍ରା କରି ଅନୁଭୂତି ବଖାଣିଲେ ସୁନିଲ

ସେହିପରି ଆଜି ଆଜି ବିମାନ ଯୋଗେ ବିଶାଖାପାଟଣାରୁ ଜୟପୁର ଯାତ୍ରା କରିଥିଲେ ସୁନିଲ । ଏକ ଘଣ୍ଟାରୁ କମ ସମୟର ବିମାନ ଯାତ୍ରା ଜୀବନ ତମାମ ମନେ ରଖିବେ ବୋଲି କହିଛନ୍ତି ସୁନିଲ ବିଶ୍ଵାଳ । ବିଶାଖାପାଟଣାରୁ ବାହାରିବା ପରେ ଆରାକ ଉପତ୍ୟକାରେ ଶୋଭା ପାଉଥିବା ପ୍ରାକୃତିକ ବିଭବ ସାଙ୍ଗକୁ କୋରାପୁଟ ନିକଟସ୍ଥ କୋଲାବ ଜଳଭଣ୍ଡାର ଚାରିପଟେ ଥିବା ଛୋଟ ବଡ଼ ଗାଁ ଏବଂ ବିଶେଷ କରି ସୁକୁ ଓ କୋରାପୁଟକୁ ସଂଯୋଗ କରୁଥିବା ରେଳ ପୋଲକୁ ମଧ୍ୟ ଅତି ନିକଟରୁ ଦେଖିବା ପାଇଁ ଏହି ଛୋଟ ବିମାନ ସୁଯୋଗ ଦେଇଛି ବୋଲି ସେ ଜଣାଇଛନ୍ତି ।

ଅନ୍ୟାନ୍ୟ ବିମାନ ଠାରୁ ଏହି ବିମାନଟି ଛୋଟ ହୋଇଥିବା ଯୋଗୁଁ ଅପେକ୍ଷାକୃତ ଭାବେ କମ ଉଚ୍ଚତାରେ ଉଡୁଛି । ଏହି ବିମାନ ସେବା କୋରାପୁଟ ସୌନ୍ଦର୍ଯ୍ୟକୁ ବୃଦ୍ଧି ମଧ୍ୟ କରିବ । ଏହା ପର୍ଯ୍ୟଟକଙ୍କୁ ମଧ୍ୟ କୋରାପୁଟ ଆସିବାକୁ ଆକର୍ଷିତ କରିବା । ଅକ୍ଟୋବର ୩୧ ତାରିଖରେ ଭୁବନେଶ୍ୱରରୁ ଜୟପୁରକୁ ବିମାନ ଚଳାଚଳ ହେବା ସହ ଜୟପୁରରେ ଦେଶର ସର୍ବ ପ୍ରଥମ ଷ୍ଟେଟ ଓନଡ ଏରୋଡ୍ରମ ପଡିଆର ଲୋକାର୍ପଣ ହୋଇଥିଲା । ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବାବେଳେ ଭୁବନେଶ୍ବରରୁ ଜୟପୁରକୁ ଯାତ୍ରୀବାହୀ ବିମାନ ପହଞ୍ଚିବା ପରେ ଜୟପୁର ବିମାନ ବନ୍ଦରରେ ଉତ୍ସବର ମାହୋଲ ସୃଷ୍ଟି ହୋଇଥିଲା ।

କୋରାପୁଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.