ETV Bharat / state

ମିଳିନି ଅମଳ ମାଣ୍ଡିଆର ପ୍ରାପ୍ୟ, ଚାଷୀଙ୍କ ଆତ୍ମହତ୍ୟା ଧମକ - କୋରାପୁଟ ମାଣ୍ଡିଆ ଚାଷୀ

ମାଣ୍ଡିଆ ଚାଷୀଙ୍କୁ ମିଳିନି ମାଣ୍ଡିଆ ବିକା ଟଙ୍କା। କୋରାପୁଟ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ମାଣ୍ଡିଆ ଚାଷୀ। ଅଧିକ ପଢ଼ନ୍ତୁ...

ମିଳିନି ଅମଳ ମାଣ୍ଡିଆର ପ୍ରାପ୍ୟ, ଚାଷୀଙ୍କ ଆତ୍ମହତ୍ୟା ଧମକ

author img

By

Published : Apr 20, 2021, 7:56 PM IST

କୋରାପୁଟ: ମାଣ୍ଡିଆ ଚାଷୀଙ୍କୁ ମିଳିନି ମାଣ୍ଡିଆ ବିକା ଟଙ୍କା। କୋରାପୁଟ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ମାଣ୍ଡିଆ ଚାଷୀ । ସରକାର ଟିଡିସିସି ମାଧ୍ୟମରେ ଜିଲ୍ଲାରେ ମଣ୍ଡି ଖୋଲି ଚାଷୀଙ୍କଠାରୁ ମାଣ୍ଡିଆ ସଂଗ୍ରହ କରିଥିଲେ । ତେବେ ମାଣ୍ଡିଆ ବିକ୍ରି ହେବାପରେ ଦେଢମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଚାଷୀଙ୍କୁ ଅମଳ ମାଣ୍ଡିଆର ଟଙ୍କା ମିଳି ପାରିନାହିଁ । ଫଳରେ ବାଧ୍ୟ ହୋଇ ଚାଷୀ ଆଜି(ମଙ୍ଗଳବାର) କୋରାପୁଟ ଜିଲ୍ଲାପାଳ ଅବଦଲ ଅଖତରଙ୍କୁ ଭେଟି ଏହି ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି ।

ମିଳିନି ଅମଳ ମାଣ୍ଡିଆର ପ୍ରାପ୍ୟ, ଚାଷୀଙ୍କ ଆତ୍ମହତ୍ୟା ଧମକ

କୋରୋପୁଟରେ ମଣ୍ଡି ବନ୍ଦ ହେବା ପୂର୍ବରୁ 369 ଜଣ ମାଣ୍ଡିଆ ଚାଷୀ ଜିଲ୍ଲାର ବିଭିନ୍ନ ମଣ୍ଡିରେ 4513.51 କ୍ବିଣ୍ଟାଲ ମାଣ୍ଡିଆ ବିକ୍ରି କରିଥିଲେ । ହେଲେ ଏପର୍ଯ୍ୟନ୍ତ ସେମାନଙ୍କ ପ୍ରାପ୍ୟ ପାଇନଥିବା ସେମାନେ ଅଭିଯୋଗ କରିଛନ୍ତି । ଏଥି ସହିତ ମାର୍ଚ୍ଚ 1 ତାରିଖରେ ମଣ୍ଡି ବନ୍ଦ ପରେ ସେଠାରେ ପଡ଼ି ରହିଥିବା 313 ଜଣ ଚାଷୀଙ୍କ 2795.77 କ୍ଵିଣ୍ଟାଲ ମାଣ୍ଡିଆ ଖୋଲା ଆକାଶ ତଳେ ଖରାବର୍ଷା ଖାଇ ନଷ୍ଟ ହେବାକୁ ବସିଛି ।

ମାଣ୍ଡିଆ ଚାଷ କରି ଏହି ଚାଷୀମାନେ ନିଜ ପରିବାରର ଭରଣପୋଷ କରୁଛନ୍ତି । ଏହି ସମସ୍ୟାର ତୁରନ୍ତ ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବା ସହ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ ବୋଲି ଚାଷୀମାନେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ସେପଟେ ଏହାକୁ ନେଇ ସଂପୃକ୍ତ ଅଧିକାରୀଙ୍କ ସହ କଥା ହେବା ସହ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରାଯିବ ବୋଲି କହିଛନ୍ତି କୋରାପୁଟ ଜିଲ୍ଲାପାଳ ଅବଦଲ ଅଖତର ।

କୋରାପୁଟରରୁ ସି ଏଚ ଶାନ୍ତକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.