ETV Bharat / state

Teachers Day: ପିଲାଙ୍କ ସାଂସ୍କୃତିକ ଗୁରୁ ଉଦୟ ସାର୍: ଆଦିବାସୀ ଭାଷା ସଂସ୍କୃତିକୁ ବଞ୍ଚାଇବାକୁ ପ୍ରୟାସ, ମାଗଣାରେ ଦେଉଛନ୍ତି ଶିକ୍ଷା

author img

By ETV Bharat Odisha Team

Published : Sep 5, 2023, 4:36 PM IST

କୋରାପୁଟର ସାଂସ୍କୃତିକ ଗୁରୁ ଉଦୟନାଥ ହନ୍ତାଳ । କେଉଁ ସ୍କୁଲ କି କଲେଜରେ ଶିକ୍ଷାଦାନ କରନ୍ତିନି, ତଥାପି ପିଲାମାନଙ୍କ ଆଦରର ଗୁରୁ ପାଲଟିଛନ୍ତି ସେ । ଆଦିବାସୀ ଭାଷା ସଂସ୍କୃତିକୁ ବଞ୍ଚାଇବାକୁ ପିଲାମାନଙ୍କୁ ଆଦିବାସୀ ନୃତ୍ୟ, ସଙ୍ଗୀତ ଓ ବିଭିନ୍ନ ନାଟ୍ୟ ପରମ୍ପରରା ଶିକ୍ଷାଦାନ କରୁଛନ୍ତି ଉଦୟନାଥ । ଅଧିକ ପଢନ୍ତୁ

ପିଲାଙ୍କ ସାଂସ୍କୃତିକ ଗୁରୁ ଉଦୟ ସାର୍
ପିଲାଙ୍କ ସାଂସ୍କୃତିକ ଗୁରୁ ଉଦୟ ସାର୍
ଆଦିବାସୀ ଭାଷା ସଂସ୍କୃତିକୁ ବଞ୍ଚାଇବାକୁ ପ୍ରୟାସ, ମାଗଣାରେ ଦେଉଛନ୍ତି ଶିକ୍ଷା

କୋରାପୁଟ: ଆଜି ପବିତ୍ର ଗୁରୁ ଦିବସ । ଅଜ୍ଞାନ ରୂପୀ ଅନ୍ଧକାରରୁ ଆଲୋକର ପଥ ପ୍ରଦର୍ଶକ ସାଜିଥିବା ଗୁରୁଙ୍କ ସମ୍ମାନ ପାଇଁ ସାରା ଦେଶରେ ଗୁରୁ ଦିବସ ପାଳନ କରାଯାଉଛି । ଛାତ୍ର ଜୀବନର ପଥ ପ୍ରଦର୍ଶକ ହେଉଛନ୍ତି ଗୁରୁ । ଉତ୍ତମ ସମାଜ ଗଠନରେ ତାଙ୍କର ଭୂମିକା ମହତ୍ବପୂର୍ଣ୍ଣ । ସେହିଭଳି ଜଣେ ଗୁରୁ ହେଉଛନ୍ତି କୋରାପୁଟର ଉଦୟନାଥ ହନ୍ତାଳ ବା ଉଦୟ ସାର୍ । ସେ ସ୍କୁଲ, କଲେଜ କିମ୍ବା ଅନ୍ୟ କୌଣସି ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ କରନ୍ତିନି । ତଥାପି ସେ ସମସ୍ତଙ୍କ ଆଦରର ଗୁରୁ ସାଜିଛନ୍ତି । ଆଦିବାସୀ ଭାଷା ସଂସ୍କୃତିକୁ ଉଜ୍ଜୀବିତ ରଖିବାକୁ ସେ ପିଲାମାନଙ୍କୁ ଶିକ୍ଷା ଦେଉଛନ୍ତି । ପିଲାମାନେ ସ୍କୁଲରେ ଗଣିତ, ଇଂରାଜୀ, ଓଡିଆ, ବିଜ୍ଞାନ ଇତ୍ୟାଦି ପୁସ୍ତକ ଜ୍ଞାନ ଆହରଣ କରୁଥିବା ବେଳେ ସେମାନଙ୍କୁ ଆଦିବାସୀ ଭାଷା, ସଂସ୍କୃତି, କଳା, ଐତିହ୍ୟ, ନୃତ୍ୟ ସଙ୍ଗୀତ, ବିଭିନ୍ନ ପ୍ରକାର ବାଦ୍ୟଯନ୍ତ୍ର ଓ ନାଟ୍ୟ ପରମ୍ପରାର ଶିକ୍ଷା ଦେଉଛନ୍ତି ଉଦୟ ସାର୍ ।

ବିଦ୍ୟାଳୟ ପାଠ୍ୟକ୍ରମରେ ଆଦିବାସୀ ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ଜ୍ଞାନ ଆହରଣର ସମ୍ଭାବନା କ୍ଷୀଣ ଅଟେ । ତେଣୁ ପିଲାଙ୍କୁ ନିଜର ଭାଷା ଓ ସଂସ୍କୃତି ସହ ଯୋଡି ରଖିବାକୁ ଉଦୟନାଥ ବର୍ଷ ବର୍ଷ ହେଲାଣି ପ୍ରଚେଷ୍ଟା କରିଆସୁଛନ୍ତି । ଉଦୟନାଥ ହନ୍ତାଳ କୋରାପୁଟ ବ୍ଲକ ଥାପର ଗ୍ରାମରେ ଥିବା ଢେମସା କମ୍ୟୁନିଟି ରେଡ଼ିଓ କେନ୍ଦ୍ରର ଜଣେ କାଳକାର ତଥା ପରିଚାଳକ ଅଟନ୍ତି । ରେଡିଓ ଢେମସାରେ ଦେଶିଆ ଭାଷାରେ ସରକାରୀ ଯୋଜନା ଏବଂ ଅନ୍ୟାନ୍ୟ ବିଷୟରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇ ପ୍ରସାରଣ କରାଯାଏ । ଏହା ମାଧ୍ୟମରେ ସାମାଜିକ ସଚେତନତା ସୃଷ୍ଟି ସଙ୍ଗେ ସଙ୍ଗେ ସେ ଏଠାରେ ଅନେକ ପିଲାଙ୍କୁ ଆଦିବାସୀ ନୃତ୍ୟ, ସଙ୍ଗୀତ ଏବଂ ଆଦିବାସୀ ଭାଷାରେ ବକ୍ତବ୍ୟ ଉପସ୍ଥାପନା କରିବା କଳା ଶିଖାଉଛନ୍ତି । କୋରାପୁଟର ସ୍ବେଚ୍ଛାସେବୀ ସଂଗଠନ 'ଶୋଭା' ଦ୍ୱାରା ପରିଚାଳିତ ଶିଶୁ ଯତ୍ନକାରୀ କେନ୍ଦ୍ର 'ଆସ୍ଥା'ର ପିଲାମାନେ ଏହିଠାରେ ମାଗଣାରେ ଶିକ୍ଷାଗ୍ରହଣ କରୁଛନ୍ତି ।

ଏହାମଧ୍ୟ ପଢନ୍ତୁ: କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଗବେଷଣା, ଏଣିକି ମରୁଡ଼ି ପରିସ୍ଥିତିରେ ବଞ୍ଚିବ କୋରାପୁଟ ମାଣ୍ଡିଆ

ଉଦୟନାଥ ନୃତ୍ୟ, ସଙ୍ଗୀତ, ବାଦ୍ୟଯନ୍ତ୍ର ଶିକ୍ଷାଦାନ ସହ ରେଡିଓ ଷ୍ଟୁଡିଓରେ କିପରି ରେକର୍ଡ଼ିଂ ଓ ଏଡ଼ିଟିଙ୍ଗ କରାଯାଏ ସେହି କଳାକୁ ମଧ୍ୟ ପିଲାଙ୍କୁ ଶିଖାଇଉଛନ୍ତି । ପିଲାମାନେ ବି ରେଡ଼ିଓ ଆସ୍ଥା ଅନଲାଇନ କାର୍ଯ୍ୟକ୍ରମ ଜରିଆରେ ନିଜର ଅନ୍ତର୍ନିହିତ କଳାତ୍ମକ ଅଭିବ୍ୟକ୍ତିକୁ ସଙ୍ଗୀତ ଓ ବକ୍ତୃତା ରୂପେ ବ୍ୟକ୍ତ କରିପାରିଥିବା କହିଛନ୍ତି । ଏହି ଶିକ୍ଷାଦାନ ପାଇଁ ପିଲାମାନେ ଗୁରୁ ଉଦୟନାଥ ହନ୍ତାଳଙ୍କୁ କୃତଜ୍ଞତା ଜଣାଇ ଥିବାବେଳେ ନିଜ ମଧ୍ୟରେ ଥିବା ସମ୍ଭାବନାକୁ ଉଜ୍ଜୀବିତ କରିବା କ୍ଷେତ୍ରରେ ପିଲାମାନଙ୍କ ସହଯୋଗ ପାଇଁ ଉଦୟନାଥ ଖୁସି ବ୍ୟକ୍ତି କରିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.