ETV Bharat / state

ସଂସଦରେ ଭାଷଣ ଦେଲେ କୋରାପୁଟ ଝିଅ ସ୍ଵଦିତି, ମାଆ କହିଲେ 'ମୁଁ ଗର୍ବିତ' - କୋରାପୁଟ ଝିଅ ସ୍ଵଦିତି ସୁଲଗ୍ନା

ଡ. ବି.ଆର.ଆମ୍ବେଦକରଙ୍କ ବିଷୟରେ ସଂସଦରେ ଭାଷଣ ଦେଲେ କୋରାପୁଟ ଝିଅ ସ୍ଵଦିତି ସୁଲଗ୍ନା । ଝିଅ ପାଇଁ ଗର୍ବ ଅନୁଭବ ହେଉଥିବା କଥା କହିଲେ ମାଆ । ଅଧିକ ପଢନ୍ତୁ

ସଂସଦରେ ଦେଲେ ଭାଷଣ ଦେଲେ କୋରାପୁଟ ଝିଅ ସ୍ଵଦିତି

author img

By

Published : Apr 16, 2023, 3:36 PM IST

ସଂସଦରେ ଦେଲେ ଭାଷଣ ଦେଲେ କୋରାପୁଟ ଝିଅ ସ୍ଵଦିତି

କୋରାପୁଟ: ସଂସଦରେ ଭାଷଣ ଦେଲେ କୋରାପୁଟ ଝିଅ ସ୍ଵଦିତି ସୁଲଗ୍ନା । ଦିଲ୍ଲୀସ୍ଥିତ ସଂସଦ ସେଣ୍ଟ୍ରାଲ ହଲ୍‌ରେ ଡ. ବି.ଆର.ଆମ୍ବେଦକରଙ୍କ ବିଷୟରେ ଭାଷଣ ଦେଇ ସେ କୋରାପୁଟ ସମେତ ସମଗ୍ର ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ଗତ ବର୍ଷ ଜୁନ ମାସରେ କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ରାଜ୍ୟ ସରକାରଙ୍କ ସଡକ ପରିବହନ ବିଭାଗ ଦ୍ୱାରା ଅନୁଷ୍ଠିତ ଜାତୀୟ ସ୍ତରୀୟ କ୍ଷୁଦ୍ର ଚଳଚ୍ଚିତ୍ରର ଅଣ ଓଡ଼ିଆ ବିଭାଗରେ ସ୍ୱରଚିତ ଚଳଚ୍ଚିତ୍ର 'ସଡକ' ପ୍ରଦର୍ଶନ କରି ପୁରସ୍କୃତ ହୋଇଥିଲେ ସ୍ୱଦିତି ।

ସଡ଼କ ସୁରକ୍ଷା ଉପରେ ଆଧାରିତ ଏହି ଦୁଇ ମିନିଟର କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତାରେ 230ଟି କ୍ଷୁଦ୍ର ଚଳଚ୍ଚିତ୍ର ସାମିଲ ହୋଇଥିଲେ । କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ପ୍ରସ୍ତୁତ ନିଜସ୍ଵ ଚଳଚ୍ଚିତ୍ର ଚୂଡାନ୍ତ 42ଟି ଶୀର୍ଷ ସ୍ଥାନରେ ଥିବା ତାଲିକାରେ ସାମିଲ ହୋଇ ପାରିଥିଲା । ରାଉରକେଲା ଓ ପୁରୀରେ ସ୍କ୍ରିନିଂ ପରେ ଏହି ଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ସର୍ଟ ଫିଲ୍ମକୁ ଭୂୟସୀ ପ୍ରଶଂସା କରିବା ସହ ଦୁଇଜଣ କଳାକାର ସ୍ଵଦିତି ସୁଲଗ୍ନା ଓ ସ୍ୱେତଲଗ୍ନା ଶତପଥୀଙ୍କୁ ଶ୍ରେଷ୍ଠ କଳାକାର ଭାବେ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ଶିକ୍ଷକ ତରୁଣ କୁମାର ଦାସ ଓ ବିଦ୍ୟାଳୟର ଅଧ୍ୟକ୍ଷ ଅରବିନ୍ଦ ବିଶ୍ଵାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଥିଲା । ଖାଲି ସେତିକି ନୁହେଁ ଏହି ଚଳଚ୍ଚିତ୍ରରେ ସ୍ୱଦିତି ଦେଇଥିବା କଣ୍ଠସ୍ବରକୁ ମଧ୍ୟ ବିଚାରକମାନେ ପ୍ରଶଂସା କରିଥିବା ତାଙ୍କ ମାଆ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: Interview: ଚାକିରି ଛାଡ଼ି ସମାଜସେବାରେ ହୋଇଥିଲେ ସାମିଲ, ଜାଣନ୍ତୁ ‘ସାର ମ୍ୟାଡାମ ସରପଞ୍ଚ’ର ଅସଲ କାହାଣୀ

ସ୍ୱଦିତିଙ୍କ ମାଆ କହିଛନ୍ତି, "କଣ୍ଠସ୍ବର ପାଇଁ ପ୍ରଶଂସା ସହ ପୁରଷ୍କୃତ ପାଇଥିଲେ ମଧ୍ୟ ସେ ଅଟକି ନଥିଲା । ସେହି ସମ୍ମାନର ଆଧାରରେ ଏନସିଇଆରଟି ତରଫରୁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବର୍ତ୍ତମାନ ନିମନ୍ତ୍ରଣ ପାଇବା ପରେ ସ୍ୱଦିତି ସଂସଦର ସେଣ୍ଟ୍ରାଲ ହଲ୍‌ରେ ନିଜ ବକ୍ତବ୍ୟ ଉପସ୍ଥାପନ କରିବା ପାଇଁ ଏକ ଅନନ୍ୟ ସୁଯୋଗ ପାଇଥିଲା । ନିଜ ବକ୍ତବ୍ୟ ପ୍ରଦାନ କରିବା ପାଇଁ ସୁଯୋଗ ପାଇବା ପଛରେ ବିଦ୍ୟାଳୟ ଶିକ୍ଷକ ତଥା ପରିବାର ସଦସ୍ୟଙ୍କ ପ୍ରୋତ୍ସାହନ ରହିଛି ।" ତେବେ ଦିଲ୍ଲୀରୁ ଟେଲିଫୋନ ଯୋଗେ ନିଜ ପ୍ରତିକ୍ରିୟା ରଖି ଏହି ସୁଯୋଗ ତାଙ୍କ ଜୀବନରେ ନୂତନ ଉତ୍ସାହ ଭରିଦେଇଛି ବୋଲି ମତ ପ୍ରକାଶ କରିଛନ୍ତି ସ୍ବଦିତି ।

ଇଟିଭି ଭାରତ, କୋରୋପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.