ETV Bharat / state

ବର୍ଷକ ପରେ ଠିକଣା କହିଲେ ବୃଦ୍ଧା, ଘରକୁ ପଠାଇଲା ପ୍ରଶାସନ - ବର୍ଷକ ପୂର୍ବେ ଉଦ୍ଧାର ହୋଇଥିଲେ ମାନସିକ ବାଧିତ

ଭୁଲି ଯାଇଥିଲେ ନିଜ ନାମ ସହ ଘର ଠିକଣା । ବର୍ଷକ ପରେ ପ୍ରଶାସନର ସହାୟତାରେ ଘରକୁ ଫେରିବେ ବୃଦ୍ଧା । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି କୋରାପୁଟ ଜିଲ୍ଲାରୁ । ଅଧିକ ପଢନ୍ତୁ

ବର୍ଷକ ପୂର୍ବେ ଉଦ୍ଧାର ହୋଇଥିଲେ ମାନସିକ ବାଧିତ

author img

By

Published : Jul 28, 2022, 3:41 PM IST

କୋରାପୁଟ: ଇଶ୍ବରଙ୍କ କୃପାରୁ ଅସମ୍ଭବ ହୁଏ ସମ୍ଭବ । ସେମାନେ ଭୁଲି ଯାଇଥିଲେ ନିଜ ନାମ ସହ ଘର ଠିକଣା । ତେବେ ବର୍ଷକ ପରେ ନିଜ ଘର ଠିକଣା ଜଣାଇବାକୁ ସମର୍ଥ ହୋଇଛନ୍ତି ଦୁଇ ବୟସ୍କ ମହିଳା । ଫଳରେ ଏବେ ପ୍ରଶାସନର ସହାୟତାରେ ଘରକୁ ଫେରିବେ ବୃଦ୍ଧା । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି କୋରାପୁଟ ଜିଲ୍ଲାରୁ ।

ବର୍ଷକ ପୂର୍ବେ ଉଦ୍ଧାର ହୋଇଥିଲେ ମାନସିକ ବାଧିତ

ସୂଚନା ଅନୁସାରେ, ବର୍ଷକ ତଳେ କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ୍ ହସ୍ପିଟାଲ ନିକଟରୁ ଓ ମାଲକାନଗିରି ଜିଲ୍ଲାରୁ ଦୁଇଜଣ ବୟସ୍କ ମହିଳାଙ୍କୁ ଉଦ୍ଧାର କରାଯାଇ କୋରାପୁଟରେ ଥିବା ମିଶନାରୀ ଅଫ ଚାରିଟିରେ ଭର୍ତ୍ତି କରାଯାଇଥିଲା । ଉଭୟେ ନିଜ ସମ୍ପର୍କରେ କିଛି ହେଲେ କହିପାରୁନଥିବା ଯୋଗୁଁ ବର୍ଷ ତମାମ ସେଠାରେ ରହି ଚିକିତ୍ସିତ ହେଉଥିଲେ । ତେବେ ବର୍ତ୍ତମାନ କିଛିମାତ୍ରାରେ ସ୍ମରଣ ଶକ୍ତି ଫେରିପାଇଛନ୍ତି । ଫଳରେ ଉଭୟେ ନିଜ ନିଜ ସ୍ଥାନ ସମ୍ପର୍କରେ ସୂଚନା ଦେଇଥିବା କହିଛନ୍ତି, ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟର କର୍ମକର୍ତ୍ତା ଜଗନ୍ନାଥ ନାୟକ । ଦୁହିଁଙ୍କ ମଧ୍ୟରୁ ଜଣେ ଆହ୍ଲାବାଦର ବାସିନ୍ଦା ହୋଇଥିବାବେଳେ ଆଉଜଣେ ମୁମ୍ବାଇରୁ ଆସିଥିବା ଜଣାପଡ଼ିଛି ।

ସେମାନଙ୍କୁ ଗତକାଲି(ବୁଧବାର) ଜିଲ୍ଲା ପ୍ରଶାସନର ସହଯୋଗରେ ଭୁବନେଶ୍ୱର ପର୍ଯ୍ୟନ୍ତ ଏକ ଆମ୍ବୁଲାନ୍ସରେ ନେଇ ଶ୍ରଦ୍ଧା ନାମକ ଏକ ସ୍ବଚ୍ଛାସେବୀ ସଂଗଠନକୁ ହସ୍ତାନ୍ତର କରାଯାଇଛି । ସେଠାରୁ ସେମାନଙ୍କୁ ନିଜ ନିଜ ଘରକୁ ପଠାଯିବାର ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି । ଏଥିସହିତ ସେମିଳିଗୁଡାର ଜଣେ ଶାରୀରିକ ଅକ୍ଷମତାକୁ ନେଇ ସଂଗ୍ରାମ କରୁଥିବା ବ୍ୟକ୍ତି ଜିତେନ୍ଦ୍ର ବେହେରାଙ୍କୁ ମଧ୍ୟ, କୋରାପୁଟ ସ୍ଥିତ ଦିବ୍ୟାଙ୍ଗ ପୁନର୍ବାସ କେନ୍ଦ୍ର ଡିଡିଆରସିରେ ପ୍ରାଥମିକ ସେବା ଯୋଗାଇ ଓଲଟପୂରରେ ଉତ୍ତମ ଚିକିତ୍ସା ପାଇଁ ସେହି ଆମ୍ବୁଲାନ୍ସରେ ପଠାଯାଇଥିବା ଡିଡିଆରସିର ପରିଚାଳିକା ପ୍ରେମା କୁଣ୍ଡୁ ଜଣାଇଛନ୍ତି । ଦୁଇ ମହିଳା ଅନେକ ଦିନ ପରେ ସ୍ଵଗୃହକୁ ଫେରିଯିବାର ଖୁସି ବ୍ୟକ୍ତ କରୁଥିବାବେଳେ ଜିତେନ୍ଦ୍ର ପ୍ରଶାସନର ଏପ୍ରକାର ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.