କୋରାପୁଟ: ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି ସପ୍ତମ ଆର୍ଥିକ ଗଣନା କାର୍ଯ୍ୟକ୍ରମ । କୋରାପୁଟରେ ସୋମବାର ସର୍ବଭାରତୀୟ ସ୍ତରରେ ସପ୍ତମ ଆର୍ଥିକ ଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ୧୦୪ ଜଣ ସୁପରଭାଇଜରଙ୍କ ନେତୃତ୍ବରେ ସମ୍ପୁର୍ଣ୍ଣ ଜିଲ୍ଲାରେ ଏହି ପ୍ରକ୍ରିୟା ଆରମ୍ଭ କରାଯାଇଛି ।
ଏହି ପ୍ରକ୍ରିୟାରେ ୧୦୪ ଜଣ ସୁପରଭାଇଜରଙ୍କ ନେତୃ୍ତ୍ବରେ ୫୯୩ ଜଣ ଏନୁମରେଟରଙ୍କ ସହାୟତାରେ ଆର୍ଥିକ ଗଣନା କରାଯିବ। ଏହି ସମୟରେ ସେମାନେ ଘର ଘର ବୁଲି ଆର୍ଥିକ ଗଣନା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଯାହା ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ ବୋଲି କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ନାରାୟଣ ଗୌଡ଼ ସୂଚନା ଦେଇଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ