ETV Bharat / state

Covid Situation: ସଂକ୍ରମଣ ବଢିଥିଲେ ବି ସ୍ଥିତି ଭୟାବହ ନୁହେଁ କହିଲେ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ

author img

By

Published : Jul 23, 2022, 10:50 PM IST

ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ କୋରାପୁଟ ଗସ୍ତ । ଏନେଇ କୋଭିଡ ଓ ଡେଙ୍ଗୁ ସ୍ଥିତି କିପରି ରହିଛି ସେନେଇ ସେ ପ୍ରତିକ୍ରିୟା ରଖିଛନ୍ତି ।

ସଂକ୍ରମଣ ବଢିଥିଲେ ବି ସ୍ଥିତି ଭୟାବହ ନୁହେଁ :ସ୍ଵାସ୍ଥ୍ୟ ନିର୍ଦ୍ଦେଶକ

କୋରାପୁଟ: ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ କୋରାପୁଟ ଗସ୍ତ । ଏନେଇ କୋଭିଡ ଓ ଡେଙ୍ଗୁ ସ୍ଥିତି କିପରି ରହିଛି ସେନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଓଡ଼ିଶାରେ କୋଭିଡ୍ ସଂକ୍ରମଣ ବଢିଥିଲେ ବି ସ୍ଥିତି ଭୟାବହ ନୁହେଁ । ବର୍ତ୍ତମାନ ଓଡିଶାରେ 7000 ଏକ୍ଟିଭ କେସ ରହିଥିଲେ ହେଁ ମାତ୍ର 62 ଜଣ ରୋଗୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । 1 ଶତକଡା ଭାଗ ରୋଗୀଙ୍କୁ ଛାଡିଦେଲେ ବାକି ସମସ୍ତ ସଂକ୍ରମିତ ବ୍ୟକ୍ତି ଘରେ ରହି ଚିକିତ୍ସିତ ହେଉଛନ୍ତି ।

କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଦିଲ୍ଲୀରେ ଚଳିତ କୋରୋନା ଲହର ତାର ପ୍ରକୋପ ଦେଖାଇ ଚାଲିଥିବା ବେଳେ ବର୍ତ୍ତମାନ ଓଡ଼ିଶାରେ ପ୍ରଭାବ ବିସ୍ତାର କରିଛି । ତେବେ ହସ୍ପିଟାଲକୁ ଯିବା କିମ୍ବା ମୃତ୍ୟୁବରଣ କରିବା ଭଳି ଭୟାବହ ପରିସ୍ଥିତି ନ ଥିବା ଯୋଗୁଁ ଲୋକେ ସଚେତନ ରହିଲେ । ଏହି ମହାମାରୀକୁ ସହଜରେ ହରାଇ ହେବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ସେହିପରି କୋରାପୁଟରେ ଡେଙ୍ଗୁ ଜ୍ଵର ପ୍ରଭାବ ବିସ୍ତାର କରିଥିଲେ ମଧ୍ୟ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି ଜଣାଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.