ETV Bharat / state

ନିଜ କମ୍ପାନୀ ଠୁ ଠକି ନେଇଥିଲେ 2 କୋଟି, ଚାରି କର୍ମଚାରୀ ଗିରଫ

ଟଙ୍କା ଠକେଇ ଅଭିଯୋଗରେ ୪ ଜଣଙ୍କୁ ଗିରଫ କଲା କୋରାପୁଟ ପୋଲିସ । ଅଧିକ ପଢନ୍ତୁ...

2 କୋଟି 30 ଲକ୍ଷ ଟଙ୍କାର ଠକେଇ ମାମଲାରେ ଚାରି ଗିରଫ

author img

By

Published : Aug 17, 2021, 8:31 AM IST

କୋରାପୁଟ: ଟଙ୍କା ଠକେଇ ଅଭିଯୋଗରେ ୪ ଜଣଙ୍କୁ ଗିରଫ କଲା କୋରାପୁଟ ପୋଲିସ । ଠକେଇ ଅଭିଯୋଗରେ କୋରାପୁଟ ସ୍ଥିତ ବାଜାଜ ଫାଇନାନସିଆଲ ସର୍ଭିସର ଶାଖା ପରିଚାଳକ , କେସିୟର , ସେଲସ ମ୍ୟାନେଜର ଓ ଅଫିସ ବଏକୁ ପୋଲିସ ଆଜି ଗିରଫ କରିଛି । ଏହି ଚାରି ଜଣ ସେମାନେ କାର୍ଯ୍ୟ କରୁଥିବା କମ୍ପାନୀଠୁ ୨ କୋଟି ୩୦ ଲକ୍ଷ ଟଙ୍କା ଠକି ନେଇଥିବା ଏକ ପ୍ରେସ ନୋଟ ମାଧ୍ୟମରେ ଥାନା ଅଧିକାରୀ ଧୀରେନ ପଟ୍ଟନାୟକ ସୂଚନା ଦେଇଛନ୍ତି ।

କମ୍ପାନୀର ଅଡିଟ ରିପୋର୍ଟ ଆଧାରରେ ଏହି ଚାରିଜଣ ଠକିଥିବା ଅର୍ଥକୁ ନିଜ ପାଇଁ ଖର୍ଚ୍ଚ କରିଥିବା କମ୍ପାନୀ ତରଫରୁ ଅଭିଯୋଗ ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଶ୍ରୀ ପଟ୍ଟନାୟକ ଜଣାଇଛନ୍ତି । ଏହି ଚାରିଜଣଙ୍କ ମଧ୍ୟରୁ ଜଣେ ବ୍ରହ୍ମପୁର ବାସିନ୍ଦା ହୋଇଥିବା ବେଳେ ଜଣେ କୋରାପୁଟରୁ ଓ ଅନ୍ୟ ଦୁଇଜଣ ଜୟପୁରରୁ ବୋଲି ଜଣାପଡିଛି । ତେବେ ପୋଲିସ ପ୍ରେସ ନୋଟ ମାଧ୍ୟମରେ ତଥ୍ୟ ଜଣାଇଥିବା ବେଳେ କ୍ୟାମେରା ସାମ୍ନାରେ କିଛି କହିବାକୁ ରୋକଠୋକ ମନା କରିଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି ।

କୋରାପୁଟ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.