କୋରାପୁଟ: ଚଳିତ ନିର୍ବାଚନକୁ ନେଇ କରାଯାଇଥିବା ଏକଜିଟ ପୋଲକୁ ନେଇ ମିଶ୍ରିତ ସଫଳତା ଦେଖିବାକୁ ମିଳିଛି। ଏଥରର ନିର୍ବାଚନରେ କେଉଁ ଦଳ କେତେ ଆସନ ପାଇବ ତାହାର ତାହାର ଏକ ସାମ୍ଭାବ୍ୟ ତାଲିକା ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ ପୋଲରେ ଦର୍ଶାଯାଇଛି। ଯାହାକୁ ନେଇ ବିଭିନ୍ନ ଦଳ ମଧ୍ୟରେ ଆରମ୍ଭ ହୋଇଯାଇଛି ବାକଯୁଦ୍ଧ।
ଏ ପ୍ରସଙ୍ଗରେ ମତ ରଖିଛନ୍ତି କଂଗ୍ରେସର ହେଭିୱେଟ ନେତା ତଥା ଜୟପୁର ନିର୍ବାଚନମଣ୍ଡଳୀର ଦଳୀୟ ବିଧାୟକ ପ୍ରାର୍ଥୀ ତାରା ପ୍ରସାଦ ବାହିନୀପତି। ଏନେଇ ସେ କହିଛନ୍ତି," ଏକଜିଟ ପୋଲ ନିର୍ବାଚନର ଠିକ୍ ଆକଳନ ନୁହେଁ । ଅନେକ ସମୟରେ ଏହା ଭୁଲ ବୋଲି ପ୍ରମାଣିତ ହୋଇଛି । "
ଗତକାଲି ଠାରୁ ବିଭିନ୍ନ ସଂସ୍ଥା ଦ୍ୱାରା ପ୍ରକାଶିତ ଏକଜିଟ ପୋଲରେ କଂଗ୍ରେସ ଖରାପ ପ୍ରଦର୍ଶନ କରିବା ନେଇ ଦର୍ଶାଯାଉଥିବା ବେଳେ ଏହି ଭାବିଷ୍ୟବାଣୀ ସମ୍ପୂର୍ଣ୍ଣ ରୂପେ ଭୁଲ ହେବ ଏବଂ ଉଭୟ ବିଧାନସଭା ଓ ଲୋକସଭା ଆସନ ପାଇଁ ହୋଇଥିବା ନିର୍ବାଚନରେ କଂଗ୍ରେସ ଭଲ କରି ବୋଲି ସେ ମତାମତ ଦେଇଛନ୍ତି। ଯଦି ଏଥରର ନିର୍ବାଚନରେ ବିଜେଡିକୁ ସମର୍ଥନ ଦେବା ନିଷ୍ପତ୍ତି ଦଳୀୟ ହାଇକମାଣ୍ଡ ନେବେ ବୋଲି ସେ ଜଣାଇଛନ୍ତି।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ