ETV Bharat / state

ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଟ୍ରାକରୁ ଖସିଲା 8 ବଗି, 2ଟି ଟ୍ରେନ୍ ବାତିଲ

author img

By

Published : Feb 17, 2023, 4:07 PM IST

ବିଶାଖାପାଟଣାରୁ କିରଣ୍ଡୁଲ ଅଭିମୁଖେ ଯାଉଥିବା ଏକ ମାଲ ବୋଝେଇ ଟ୍ରେନ ଲାଇନଚ୍ୟୁତ ହୋଇଛି । ଟ୍ରେନର 8ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । 2ଟି ଟ୍ରେନ୍ ବାତିଲ ହୋଇଛି । ଅଧିକ ପଢ଼ନ୍ତୁ

କୋରାପୁଟରେ ମାଲ ବୋଝେଇ ଟ୍ରେନ ଲାଇନଚ୍ୟୁତ
goods train derail in koraput

କୋରାପୁଟ: ଲାଇନତଚ୍ୟୁତ ହେଲା ମାଲବାହୀ ଟ୍ରେନ । ବିଶାଖାପାଟଣାରୁ କିରଣ୍ଡୁଲ ଅଭିମୁଖେ ଯାଉଥିବା ସମୟରେ କୋରାପୁଟ ନିକଟସ୍ଥ ସୁକୁ ରେଳଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି । ମାଲ ବୋଝେଇ ଟ୍ରେନର 8ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ମାଲବାହୀ ଟ୍ରେନ ଲାଇନଚ୍ୟୁତ ଯୋଗୁଁ ଉଭୟ ପଟୁ ବିଶାଖାପାଟଣା ଓ ଜବଲପୁରରୁ ଆସୁଥିବା ଟ୍ରେନ ଗୁଡ଼ିକୁ ବାତିଲ କରାଯାଇଛି । ଏହା କୋରାପୁଟ ଷ୍ଟେସନ ଠାରୁ ମାତ୍ର 6 କିମି ଦୂରରେ ଘଟିଛି । ଘଟଣା ପରେ ଦୁଇଟି ଟ୍ରେନ୍ ବାତିଲ ହୋଇଛି ।

ମାଲବାହୀ ଟ୍ରେନଟି ବିଶାଖାପାଟଣାରୁ କିରଣ୍ଡୁଲ ଅଭିମୁଖେ ଯାଉଥିଲା । କୋରାପୁଟ ଷ୍ଟେସନରୁ 6 କମି ଦୂରରେ ଅବସ୍ଥିତ ସୁକୁ ରେଳଷ୍ଟେସନ ନିକଟରେ ହଠାତ ଟ୍ରେଲର 8ଟି ବଗି ଲାଇନଚ୍ୟୁତ ହୋଇଯାଇଥିଲା । ଘଟଣାର ଖବର ପାଇ ରେଳ ବିଭାଗର ଅଧିକାରୀ, ଟେକ୍ନିିସିଆନ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏନେଇ ଅନେକ କ୍ଷତିଗ୍ରସ୍ତ ହେବା ସହ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ତେବେ ଏହି ଦୁର୍ଘଟଣାରେ କୌଣସି ଧନ ଜୀବନ ନଷ୍ଟ ହୋଇନଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଟେକ୍ନିିସିଆନ ଟିମ ପହଞ୍ଚି ଟ୍ରେନକୁ ଟ୍ରାକ ଉପରକୁ ଫେରାଇ ଆଣିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ନୀଳଗିରି ଗଛ ନେଇ ଗଲେ ଆନ୍ଧ୍ର କାଠ ମାଫିଆ, ଭୟରେ ଜୀବନ କାଟୁଛନ୍ତି ପେଙ୍ଗଢୁସି ଗ୍ରାମବାସୀ

ଲାଇନଚ୍ୟୁତ ଯୋଗୁଁ ଉଭୟ ପଟୁ ବିଶାଖାପାଟଣା ଓ ଜବଲପୁରରୁ ଆସୁଥିବା ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି । ତେଣୁ ଉଭୟ ପଟୁ ଯାଉଥିବା ଯାତ୍ରୀବାହୀ ଟ୍ରେନ ଗୁଡ଼ିକୁ ବାତିଲ କରାଯାଇଛି । ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ପାଲୀବାରେ ଅଟକି ରହିଥିବା ଯାତ୍ରୀବାହୀ ଟ୍ରେନ ବିଶାଖାପାଟଣା ଫେରିଯାଉଥିବା ବେଳେ କୋରାପୁଟରେ ଅଟକି ରହିଥିବା ରେଳ ଗାଡି ଜଗଦଲପୁରକୁ ଫେରିଯିବ ବୋଲି ରେଳ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: Jayanarayan Mishra-IIC scuffle: ମୋ ଉପରେ ଅତ୍ୟାଚାର ହୋଇଛି, ମୁଁ କାହିଁକି କ୍ଷମା ମାଗିବି କହିଲେ ଜୟନାରାୟଣ

ସୂଚନା ଥାଉକି, ନିକଟରେ କୋରାପୁଟର ଶିବଲିଙ୍ଗପୁରମ ଠାରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିଲା । ଯେଉଁଥିରେ ଟ୍ରେନର 11ଟି ବଗି ଟ୍ରାକରୁ ଖସିଯାଇଥିବା ସୂଚନା ମିଳିଥିଲା । ମାଲ ବୋଝେଇ ଟ୍ରେନଟି କିରଣ୍ଡୁଲରୁ ବିଶାଖାପାଟଣା ଅଭିମୁଖେ ଯାଉଥିଲା । କୋରାପୁଟ ଓ ବିଶାଖାପାଟଣା ମଧ୍ୟରେ ଆନ୍ଧ୍ରପ୍ରଦେଶର ଆରାକୁ ନିକଟସ୍ଥ ଶିବଲିଙ୍ଗପୁରମ ଠାରେ ମାନବାହୀ ଟ୍ରେନଟି ଲାଇନଚ୍ୟୁତ ହୋଇଥିଲା । ତେବେ ଏହି ଘଟଣାରେ କୌଣସି କ୍ଷତି ହୋଇନଥିବା ବେଳେ ଉକ୍ତ ରୁଟରେ ଟ୍ରେନ ଚଳାଚଳ ବାତିଲ କରାଯାଇଥିଲା । ଟ୍ରେନଟି ଲାଇନଚ୍ୟୁତ ହେବାର କାରଣ ସ୍ପଷ୍ଟ ହୋଇନାହିଁ । ଏଥି ଯୋଗୁଁ ଅନେକ ଟ୍ରେନ ଅଟକି ରହିଥିଲା ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.