ETV Bharat / state

ପାନୀୟ ଜଳ ଯୋଗାଣରେ ଅଭାବ, ଜିଲ୍ଲା ପରିଷଦର ପ୍ରଥମ ବୈଠକରେ ଉଦବେଗ ପ୍ରକାଶ

author img

By

Published : May 13, 2022, 9:37 PM IST

କୋରାପୁଟ ଜିଲ୍ଲାରେ ପାନୀୟ ଜଳ ଯୋଗାଣରେ ଅଭାବକୁ ନେଇ ଜିଲ୍ଲା ପରିଷଦର ପ୍ରଥମ ବୈଠକରେ ଉଦବେଗ ପ୍ରକାଶ ପାଇଛି । ଅଧିକ ପଢନ୍ତୁ

ପାନୀୟ ଜଳ ଯୋଗାଣରେ ଅଭାବ, ଜିଲ୍ଲା ପରିଷଦର ପ୍ରଥମ ବୈଠକରେ ଉଦବେଗ ପ୍ରକାଶ
ପାନୀୟ ଜଳ ଯୋଗାଣରେ ଅଭାବ, ଜିଲ୍ଲା ପରିଷଦର ପ୍ରଥମ ବୈଠକରେ ଉଦବେଗ ପ୍ରକାଶ

କୋରାପୁଟ: ନିର୍ବାଚନ ପରେ ଆଜି(ଶୁକ୍ରବାର) ଅନୁଷ୍ଠିତ ହୋଇଛି କୋରାପୁଟ ଜିଲ୍ଲା ପରିଷଦର ପ୍ରଥମ ବୈଠକ । ଜିଲ୍ଲାର ପାନୀୟ ଜଳର ସ୍ଥିତି ଓ ବିପର୍ଯ୍ୟସ୍ତ ଗମନାଗମନର ବ୍ୟବସ୍ଥାକୁ ନେଇ ବୈଠକରେ ସଦସ୍ୟ ମାନେ ଉଦବେଗ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟ ତୁରନ୍ତ ଶେଷ ହେବା ନେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲକା କହିଛନ୍ତି ।

ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ବୋରିଗୁମ୍ମାରେ ବର୍ଷ ବର୍ଷ ଧରି କାମ ଚାଲି ଥିଲେ ମଧ୍ୟ ମେଗା ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରିନଥିବାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ତେବେ ଏହି କାର୍ଯ୍ୟ ଆସନ୍ତା ଜୁନ ମାସ ମଧ୍ୟରେ ଶେଷ ହୋଇ ଲୋକଙ୍କୁ ଜଳ ଯୋଗାଇବାରେ ସକ୍ଷମ ହେବ ବୋଲି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲକା ଆଶା ପ୍ରକାଶ କରିଛନ୍ତି । ସଦସ୍ୟ ମାନେ ଜିଲ୍ଲାରେ NBCCର ରାସ୍ତାକାମ ନିମ୍ନମାନର ହେଉଥିବା ଅଭିଯୋଗ କରିଥିଲେ ।

ଏ ନେଇ କମ୍ପାନୀକୁ ଚେତାଇ ଦିଆଯିବ ବୋଲି ଜିଲ୍ଲାପାଳ ଅବଦଲ ଅକ୍ତର କହିଛନ୍ତି । ଜିଲ୍ଲା ପରିଷଦର 29 ଟି ଆସନ ମଧ୍ୟରୁ ବିଜେଡିର 15 ଜଣ ଥିବା ବେଳେ, କଂଗ୍ରେସର 13 ଜଣ ଓ ଜଣେ ନିର୍ଦଳୀୟ ସଦସ୍ୟ ରହିଥିଲେ ମଧ୍ୟ ଆଜି ପରିଷଦର ପ୍ରଥମ ବୈଠକଟି ସମସ୍ତଙ୍କ ସହଯୋଗରେ ସମ୍ପନ୍ନ ହୋଇଯାଇଥିବା ଯୋଗୁଁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲକା ହର୍ଷ ବ୍ୟକ୍ତ କରିଛନ୍ତି ।

କୋରାପୁଟରୁ ସି. ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.