ETV Bharat / state

Midday Meal: 13 ଡାଟା ଏଣ୍ଟ୍ରି ଅପରେଟରଙ୍କୁ ବହିଷ୍କାରକୁ ବିରୋଧ କରି ପ୍ରତିବାଦ - ସରକାର ପିଏମ୍ ପୋଷଣ ଯୋଜନାରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ଡାଟା ଏଣ୍ଟ୍ରି ଅପରେଟର

ମଧ୍ୟାହ୍ନ ଭୋଜନ ଯୋଗାଣକୁ ଠିକ୍ ଭାବେ ନିରୀକ୍ଷଣ କରିନଥିବା ଅଭିଯୋଗରେ କମ୍ପ୍ୟୁଟର ଡାଟା ଏଣ୍ଟ୍ରି ଅପରେଟରଙ୍କୁ ବହିଷ୍କାର । ପ୍ରତିବାଦରେ ଜିଲ୍ଲାପାଳଙ୍କୁ ଭେଟିଲେ ଡାଟା ଏଣ୍ଟ୍ରି ଅପରେଟର । ଅଧିକ ପଢ଼ନ୍ତୁ

ଅଡୁଆରେ ଡାଟା ଏଣ୍ଟ୍ରି ଅପରେଟର
ଅଡୁଆରେ ଡାଟା ଏଣ୍ଟ୍ରି ଅପରେଟର
author img

By

Published : Jul 24, 2022, 7:28 AM IST

କୋରାପୁଟ: ସରକାର ପିଏମ୍ ପୋଷଣ ଯୋଜନାରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲାରେ ୧୩ଜଣ କମ୍ପ୍ୟୁଟର ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିଯୁକ୍ତି ଦେଇଥିଲେ । ଗତ କିଛିଦିନ ପୂର୍ବେ ଜିଲ୍ଲାରେ ମଧ୍ୟାହ୍ନ ଭୋଜନ ଯୋଗାଣରେ ଅନିୟମିତତା ହୋଇଥିବା ଅଭିଯୋଗ ଆସିବା ପରେ ଗତକାଲି ପିଏମ୍ ପୋଷଣ ଯୋଜନାରେ ସଂପୃକ୍ତ ଥିବା ଗଣଶିକ୍ଷା ବିଭାଗର ସିଆରସିସିଙ୍କୁ ପରିବର୍ତ୍ତନ କରାଯାଇଥିଲା । ଏହାସହ ଜିଲ୍ଲାର ସମସ୍ତ କମ୍ପ୍ୟୁଟର ଡାଟା ଏଣ୍ଟ୍ରି ଅପରେଟରଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଣକୁ ଠିକ୍ ଭାବେ ନିରୀକ୍ଷଣ କରିନଥିବା ଅଭିଯୋଗରେ ବହିଷ୍କାର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏନେଇ ପିଏମ୍ ପୋଷଣ ଯୋଜନାର ରାଜ୍ୟ ନୋଡାଲ ଅଫିସର ସମ୍ବିତ କୁମାର ନାୟକ କୋରାପୁଟ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପତ୍ର ପ୍ରେରଣ କରିବା ପରେ ହଇଚଇ ସୃଷ୍ଟି ହୋଇଯାଇଛି ।

ଅଡୁଆରେ ଡାଟା ଏଣ୍ଟ୍ରି ଅପରେଟର

ତେବେ ଡାଟା ଏଣ୍ଟ୍ରି ଅପରେଟର ପିଏମ୍ ପୋଷଣ ଯୋଜନାର ପାଉଥିବା ତଥ୍ୟକୁ ଉପରିସ୍ଥ ଅଫିସରଙ୍କ ପାଖକୁ ପଠାଇବାର ଦାୟିତ୍ଵ ଦିଆଯାଇଥିଲା । କିନ୍ତୁ ମଧ୍ୟାହ୍ନ ଭୋଜନ ଯୋଗାଣକୁ ଠିକ୍ ଭାବେ ନିରୀକ୍ଷଣ କରିନଥିବା ଅଭିଯୋଗ ସମ୍ପୂର୍ଣ୍ଣ ନିରାଧାର ବୋଲି ଡାଟା ଏଣ୍ଟ୍ରି ଅପରେଟର ମାନେ ଶନିବାର କୋରାପୁଟ ଜିଲ୍ଲାପାଳଙ୍କୁ ଭେଟି ସଫେଇ ଦେଇଥିଲେ ।

ସେମାନଙ୍କୁ ଅଯଥାରେ ସେମାନଙ୍କ ଦାୟିତ୍ୱରେ ନଥିବା ଏକ କାର୍ଯ୍ୟରେ ବିଫଳତା ପାଇଁ ସେମାନଙ୍କୁ ଅଭିଯୁକ୍ତ କରିବା ଓ ନିଲମ୍ବନ କରିବା ପାଇଁ ଆଦେଶ ଦେବା ନିୟମ ବିରୁଦ୍ଧ ଏବଂ ଏହି ଆଦେଶକୁ ପ୍ରତ୍ୟାହାର ନ କଲେ ସେମାନେ ସାମୁହିକ ଭାବେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.