ETV Bharat / state

ନିଃସ୍ବାର୍ଥପର ଗୋ ସେବାରେ ସନ୍ଦିପନୀ ଗୋଶାଳା - କୋରାପୁଟ

ନିଃସ୍ବାର୍ଥପର ଗୋ ସେବା ପାଇଁ ଅବହେଳିତ ଗାଈଙ୍କୁ ନେଇ କୋରାପୁଟ ଜୟପୁରରରେ ଗଠି ଉଠିଛି ମହର୍ଷି ସନ୍ଦିପନୀ ଗୋଶାଳା। ଆଉ ୨୦୧୫ ମସିହାରେ ଜୟପୁର ସହର ଉପକଣ୍ଠରେ ନିର୍ମାଣ କରିଥିଲେ ଗୋଶାଳା।

ଫଟୋ ସୌଜନ୍ୟ:ସମ୍ବାଦଦାତା, କୋରାପୁଟ
author img

By

Published : Apr 14, 2019, 8:57 AM IST

କୋରାପୁଟ: ଗୋମାତାକୁ ନେଇ ଭାରତୀୟ ସଭ୍ୟତା ଓ ସଂସ୍କୃତିରେ ରହିଛି ବିଶେଷ ମହତ୍ତ୍ଵ। ଗୋମାତାଙ୍କ ଦୁଗ୍ଧ ଓ ଗୋବର ମନୁଷ୍ୟର ଅନେକ ଉପକାର କରୁଥିବାବେଳେ ହାଇବ୍ରିଡ ଗାଈଙ୍କ ପାଇଁ ଦେଶୀ ଗାଈଙ୍କ ପ୍ରାଧାନ୍ୟ କମୁଥିବା ଦେଖିବାକୁ ମିଳିଛି । ଆଉ ଏହି ଅବହେଳିତ ଗାଈଙ୍କୁ ନେଇ କୋରାପୁଟ ଜୟପୁରରରେ ଗଠି ଉଠିଛି ମହର୍ଷି ସନ୍ଦିପନୀ ଗୋଶାଳା।

ନିସ୍ବାର୍ଥପର ଗୋସେବା କରିବା ସହ ଅଦରକାରୀ ଓ ଅବହେଳିତ ହୋଇ ରାସ୍ତାରେ ବୁଲୁଥିବା ଗାଈଙ୍କୁ ଉଦ୍ଧାର କରି ସେମାନଙ୍କର ଉପଯୁକ୍ତ ଥଇଥାନ କରିବା ଉଦ୍ଦେଶ୍ୟରେ କିଛି ବ୍ୟକ୍ତି ଆଗେଇ ଆସିଥିଲେ। ଆଉ ୨୦୧୫ ମସିହାରେ ଜୟପୁର ସହର ଉପକଣ୍ଠରେ ଏକ ପୌରପରିଷଦର ପରିତ୍ୟକ୍ତ ସ୍ଥାନରେ ନିର୍ମାଣ କରିଥିଲେ ଗୋଶାଳା।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କୋରାପୁଟ

ପ୍ରାରମ୍ଭିକ ପର୍ଯ୍ୟାୟରେ ଦୁଇଟି ଗାଈଙ୍କୁ ନେଇ ଆରମ୍ଭ କରିଥିବା ଗୋଶାଳା ଆଜି ଅନ୍ୟୁନ ଶହେଟି ଗାଈଙ୍କୁ ନିରନ୍ତର ସେବା ଯୋଗାଇ ଦେବାରେ ସମର୍ଥ ହୋଇଛି। ଏହି ଗୋଶାଳାରେ ଶାରୀରିକ ଭାବେ ବିକଳାଙ୍ଗ ହୋଇଯାଇଥିବା କିଛି ଗାଈଙ୍କୁ ମଧ୍ୟ ସେବା ଯୋଗାଇ ଦିଆଯାଉଛି।

ଆଉ ଗାଈଙ୍କ ଦୁଗ୍ଧକୁ ବିକ୍ରି କରିବା ସହ ଗୋବରରୁ ଖତ ପ୍ରସ୍ତୁତ କରି ଚାଷୀଙ୍କୁ ଯୋଗାଇ ଦିଆଯାଉଛି। ଗୋଶାଳାର କାର୍ଯ୍ୟରେ ଅନୁପ୍ରାଣିତ ହୋଇ ପାଖଆଖ ପଡ଼ୋଶୀ ମଧ୍ୟ ନିଜ ସାମର୍ଥ୍ୟ ମୁତାବକ ଅର୍ଥ ଓ ସମୟ ଦେଇ ଗୋମାତାର ସେବା କରୁଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Intro:Body:

DFVDVFFVBGFB

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.