କୋରାପୁଟ: ପୁଣି ମାଡିଲା କୋରୋନା । ଜିଲ୍ଲାର ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ବ୍ୟାପିଲା କୋରୋନା । ମେଡିକାଲରେ କିଛି ବ୍ୟକ୍ତି କୋରୋନା ପଜିଟିଭ ଚିହ୍ନଟ ହେବାପରେ ଗତାକାଲି ଠାରୁ ଛାତ୍ରଛାତ୍ରୀଙ୍କ ଅଫଲାଇନ କ୍ଲାସ ବନ୍ଦ ରହିବା ସହ ଅନଲାଇନ କ୍ଲାସ ଆରମ୍ଭ ହେବାନେଇ କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରୁ ଏକ ବିଜ୍ଞପ୍ତି ଜାରି କରିଥିଲେ ।
ବିଜ୍ଞପ୍ତି ଅନୁଯାୟୀ ଛାତ୍ରଛାତ୍ରୀ ନିଜ ନିଜ କ୍ଳାସ ଟାଇମଟେବୁଲ ମୁତାବକ ଗୁଗଲ ମିଟରେ ଅଧ୍ୟାପକଙ୍କ ସହ ଯୋଗାଯୋଗ ସ୍ଥାପନ କରିପାରିବେ । ଏଥି ସହିତ ଆସନ୍ତା 8 ତାରିଖ ପର୍ଯ୍ୟନ୍ତ ମହାବିଦ୍ୟାଳୟର କେନ୍ଦ୍ରୀୟ ପାଠାଗାର ବନ୍ଦ ରଖାଯାଇ ସମଗ୍ର ପରିସରକୁ ସାନିଟାଇଜ କରାଯିବ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ