କୋରାପୁଟ: କୋଟିଆରେ ଯେଉଁ ପରିମାଣର ବିକାଶର ଭିତ୍ତିଭୂମି ପ୍ରସ୍ତୁତି କରାଯାଇଛି ତାହା ଓଡ଼ିଶାର ଯେକୌଣସି ପଞ୍ଚାୟତ ଠାରୁ ଢେର ଅଧିକ ବୋଲି କୋରାପୁଟ ଜିଲ୍ଲାପାଳ ଅବଦଲ ଅକ୍ତର ସୂଚନା ପ୍ରଦାନ କରିଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ପ୍ରଭୃତି କ୍ଷେତ୍ରରେ ରାଜ୍ୟ ସରକାର ଅନେକ କାର୍ଯ୍ୟ କରିଛନ୍ତି ଓ ଆଗକୁ ଲୋକଙ୍କ ଜୀବନ ଜୀବିକା କ୍ଷେତ୍ରରେ କିପରି ଉନ୍ନତି ଆସିପାରିବ ସେନେଇ କାର୍ଯ୍ୟ କରାଯିବ ବୋଲି ସେ ଜଣାଇଛନ୍ତି ।
ଆଜି ଜିଲ୍ଲା ପ୍ରଶାସନର ଅଧିକାରୀଙ୍କୁ ନେଇ ଏ ସଂକ୍ରାନ୍ତରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । କୋଟିଆର ସାମଗ୍ରିକ ବିକାଶ ପାଇଁ ସମସ୍ତ ଅଧିକାରୀ କୋଟିଆ ଅଞ୍ଚଳକୁ ନିୟମିତ ଗସ୍ତ କରି ଲୋକଙ୍କ ସୁବିଧା ଅସୁବିଧା କଥା ବୁଝିବା ସହ ଓଡିଶା ସରକାରଙ୍କ ବିକାଶ ମୂଳକ କାର୍ଯ୍ୟକ୍ରମର ସଫଳ ରୂପାୟନ କରିବା ଦିଗରେ କାର୍ଯ୍ୟ କରିବେ ବୋଲି ଏହି ବୈଠକରେ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ