କୋରାପୁଟ: କୁନି ପିଲାଙ୍କ କୁନି ରଥ ଓ କୁନି ଜଗନ୍ନାଥ ଠାକୁର । କୋରୋନା ଯୋଗୁଁ ଚଳିତ ବର୍ଷ ପୁରୀ ଛଡା ଅନ୍ୟ ସବୁ ସ୍ଥାନରେ ରଥଯାତ୍ରା ବନ୍ଦ ହୋଇଥିବା ବେଳେ କୋରାପୁଟ ସହର ଗାନ୍ଧିନଗରରେ ଏକ ଛୋଟ ଗଳିରେ ଟିକି ରଥରେ ବଡ଼ଠାକୁରଙ୍କୁ ବସାଇ ଛୋଟ ପିଲା ପାଳିଛନ୍ତି ରଥଯାତ୍ରା । କୋଭିଡ କଟକଣା ଯୋଗୁଁ କୋରାପୁଟରେ ରଥଯାତ୍ରା ହୋଇନଥିବା ବେଳେ କୁନିପିଲା ମାନେ ଏହି ଛୋଟରଥ ତିଆରି କରି ଏଠାରେ ଠାକୁରଙ୍କୁ ପୂଜା କରିଛନ୍ତି ।
ରଥ ତିଆରି କରିବାରେ କୁନି କୁନି ପିଲାଙ୍କ ଆଗ୍ରହ ଦେଖି ଗାଁର ବଡ଼ମାନେ ମଧ୍ୟ ସହଯୋଗର ହାତ ବଢ଼ାଇଥିଲେ । କୋରୋନାର ତୃତୀୟ ଲହରରୁ ବଞ୍ଚିବା ପାଇଁ ଯାତ୍ରାର ଆୟୋଜନ କରିଥିବା କହିଛନ୍ତି କୁନି କୁନି ପିଲାମାନେ । ପିଲା ମାନଙ୍କ ଏପରି କାମ ଆଗକୁ ସହାୟକ ହେବ ବେଲି କହିଛନ୍ତି ଗ୍ରାମର ବୁଦ୍ଧିଜୀବୀ ଗଣ ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ