ETV Bharat / state

କୋରାପୁଟରେ ବଢିଲା ବାଇପାସ୍ ରାସ୍ତା ନିର୍ମାଣ ସମ୍ଭାବନା - କୋରାପୁଟରୁ ସୁନାବେଡା

ଜୁଲାଇ 4 ତାରିଖ ଦିନ ଜିଲ୍ଲା ପ୍ରଶାସନ, ସାଂସଦ, ବିଧାୟକ, ଏନଏଚ କର୍ତ୍ତୃପକ୍ଷ ଓ ରେଳ ବିଭାଗ ଅଧିକାରୀ ଜାଗା ପରିଦର୍ଶନ କରିବାର ନିଷ୍ପତ୍ତି ହୋଇଛି । ଫଳରେ ବାଇପାସ କାମ ଆରମ୍ଭ ହେବା ନେଇ ନୂତନ ଆଶା ସଞ୍ଚାର ହୋଇଥିବା କୋରାପୁଟ ସାଂସଦ ସପ୍ତଗିରି ଉଲାକା କହିଛନ୍ତି ।

Bypass road cBypass road construction possibility Increased, site visits on Saturdayonstruction possibility Increased, site visits on Saturday
ବଢିଲା ବାଇପାସ୍ ରାସ୍ତା ନିର୍ମାଣ ସମ୍ଭାବନା, ଶନିବାର ସ୍ଥାନ ପରିଦର୍ଶନ
author img

By

Published : Jul 1, 2020, 9:08 AM IST

କୋରାପୁଟ: ରାୟପୁର ଠାରୁ ବିଶାଖାପାଟଣା ଯାଇଥିବା ଜାତୀୟ ରାଜପଥରେ ବଢୁଛି ଦୁର୍ଘଟଣା । କୋରାପୁଟ ବାସୀଙ୍କ ପାଇଁ ଏହି ରାସ୍ତା ମରଣଯନ୍ତା ପାଲଟୁଛି । ଜନ ଗହଳିପୂର୍ଣ୍ଣ ରାସ୍ତାକୁ ଲାଗିକି ଥିବା ବଜାର ଓ ସରକାରୀ କ୍ବାଟର୍ସ ଯୋଗୁଁ ଦିନକୁ ଦିନ ରାସ୍ତା ସଂକୀର୍ଣ୍ଣ ହେଉଛି । ଫଳରେ ଏହି ରାସ୍ତାରେ ନିୟମିତ ଦୁର୍ଘଟଣାର ଖବର ମିଳୁଛି ।

କୋରାପୁଟରେ ବଢିଲା ବାଇପାସ୍ ରାସ୍ତା ନିର୍ମାଣ ସମ୍ଭାବନା

ସହରବାସୀଙ୍କ ଅସୁବିଧାକୁ ଦେଖି, କୋରାପୁଟରୁ ସୁନାବେଡା ଯିବା ରାସ୍ତାରେ ରେଳ ଓଭର ବ୍ରିଜ ନିକଟରୁ ରାସ୍ତାକୁ ରେଳବାଇ କଲୋନୀ ଓ ଷ୍ଟାଡିୟମ ବାଟଦେଇ ଜୟପୁର ରାସ୍ତାରେ କଫି ବୋର୍ଡ ପର୍ଯ୍ୟନ୍ତ ଏକ ବାଇପାସ ରାସ୍ତାର ଯୋଜନା କରାଯାଇଥିଲା । ମାତ୍ର ରାଜନୈତିକ ଇଚ୍ଛାଶକ୍ତି ଓ ପ୍ରଶାସନିକ ସ୍ତରରେ ଆଗ୍ରହର ଅଭାବ ଯୋଗୁଁ ଦୀର୍ଘ ବର୍ଷ ପରେ ମଧ୍ୟ ଏନେଇ କୌଣସି ପଦକ୍ଷେପ ନିଆଯାଇନାହିଁ । ରେଳବିଭାଗ ଓ ଜାତୀୟ ରାଜପଥ ବିଭାଗ ମଧ୍ୟରେ ସମନ୍ବୟର ଅଭାବ ମଧ୍ୟ ଏହାର କାରଣ ହୋଇଛି ।

ରେଳବାଇ କଲୋନୀ ନିକଟ ରାସ୍ତାକୁ ନେଇ ଏନଏଚ ଓ ରେଳବାଇ ପରସ୍ପର ଯୁକ୍ତି ଉପସ୍ଥାପନ କରୁଥିଲେ ମଧ୍ୟ କଥା ଆଗକୁ ବଢ଼ିପାରୁନି । ତେବେ ଏନେଇ ନିକଟରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଆସନ୍ତା ଜୁଲାଇ 4 ତାରିଖ ଦିନ ଜିଲ୍ଲା ପ୍ରଶାସନ, ସାଂସଦ, ବିଧାୟକ, ଏନଏଚ କର୍ତ୍ତୃପକ୍ଷ ଓ ରେଳ ବିଭାଗ ଅଧିକାରୀ ଜାଗା ପରିଦର୍ଶନ କରିବାର ନିଷ୍ପତ୍ତି ହୋଇଛି । ଫଳରେ ବାଇପାସ କାମ ଆରମ୍ଭ ହେବା ନେଇ ନୂତନ ଆଶା ସଞ୍ଚାର ହୋଇଥିବା କୋରାପୁଟ ସାଂସଦ ସପ୍ତଗିରି ଉଲାକା କହିଛନ୍ତି ।

କୋରାପୁଟରୁ ସି.ଏଚ.ଶାନ୍ତାକାର , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.