ETV Bharat / state

ମାତ୍ର ଅଢେଇ ଦିନରେ ପ୍ରସ୍ତୁତ ହେଲା ସଉରା ଓ ଦେଶିଆ ଭାଷାରେ ବହି - ନ୍ୟାସନାଲ ବୁକ ଟ୍ରଷ୍ଟ

ନ୍ୟାସନାଲ ବୁକ ଟ୍ରଷ୍ଟ ଦ୍ବାରା ୩ଦିନିଆ କର୍ମଶାଳା ଆୟୋଜିତ ହୋଇଥିବା ବେଳେ ୬ଟି ପୁସ୍ତକକୁ ଆଦିବାସୀ ଦୁଇଟି ଭାଷାରେ ଅନୁବାଦ କରାଯାଇଛି । ଅଧିକ ପଢନ୍ତୁ

nbt
nbt
author img

By

Published : Jan 6, 2023, 11:34 AM IST

nbt

କୋରାପୁଟ: ନ୍ୟାସନାଲ ବୁକ ଟ୍ରଷ୍ଟ ଦ୍ବାରା ଆୟିଜିତ ହୋଇଥିବା ତିନିଦିନିଆ କର୍ମଶାଳା ଗତକାଲି(ଗୁରୁବାର) ଶେଷ ହୋଇଛି । ଏହି ୩ ଦିନ ମଧ୍ୟରେ ୬ଟି ପୁସ୍ତକକୁ ଆଦିବାସୀ ଦୁଇଟି ଭାଷାରେ ଅନୁବାଦ କରାଯାଇଛି । ଏନବିଟି ଦ୍ଵାରା ପ୍ରକାଶିତ ୬ଟି ପୁସ୍ତକକୁ ସଉରା ଓ ଦେଶିଆ ଦୁଇଟି ଭାଷାରେ ଅନୁବାଦ କରା ଯାଇଛି ବୋଲି ଆଦିବାସୀ ଗବେଷଣା ମଞ୍ଚର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପାଢ଼ୀ ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ମହଙ୍ଗା ପଡିଲା ପୋଲିସକୁ ଦୁର୍ବ୍ୟବହାର, କଂଗ୍ରେସ ନେତା ଗିରଫ

ରାଷ୍ଟ୍ରୀୟ ପୁସ୍ତକ ନ୍ୟାସ, ଏନବିଟି, ନୂଆ ଦିଲ୍ଲୀ, ଶିକ୍ଷା ମନ୍ତ୍ରଣାଳୟ ଭାରତ ସରକାର ଏବଂ ଆଦିବାସୀ ଗବେଷଣା ମଞ୍ଚଏବଂ କୁନ୍ଦ୍ରାର ମିଳିତ ଆନୁକୁଲ୍ୟରେ ସଉରା ଓ ଦେଶିଆ ଭଳି ଓଡ଼ିଶାର ଦୁଇଟି ପ୍ରମୁଖ ଆଦିବାସୀ ଭାଷା ରେ ପିଲାଙ୍କ ପାଇଁ ଅନୁଦିତ ପୁସ୍ତକ ରଚନାର କର୍ମଶାଳା ଗୁରୁବାର ଦିନ ସମ୍ପନ୍ନ ହୋଇଯାଇଛି । ଆୟୋଜିତ ହୋଇଥିବା ଏହି ତ୍ରିଦିବସୀୟ ଆଦିବାସୀ ଭାଷାର ଅନୁବାଦ କର୍ମଶାଳାରେ ଏନବିଟିର ସହକାରୀ ନିର୍ଦ୍ଦେଶକ ପଙ୍କଜ ଚତୁର୍ବେଦୀ ଯୋଗଦେଇ ଆଦିବାସୀ ଭାଷାରେ ପୁସ୍ତକ ଅନୁବାଦ କରିବାରେ ସଫଳ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: Russian Suspicious Death: ମୃତ୍ୟୁକୁ ନେଇ ବଢିଲା ସସପେନ୍ସ, ଭୁବନେଶ୍ୱରରେ ଠାବ ହେଲେ ଆଉ ୨ ବିଦେଶୀ

ଗୁଣୁପୁର ଅଞ୍ଚଳରୁ ସଉରା ଏବଂ କୋଟପାଡ଼ ଓ ନବରଙ୍ଗପୁର ଅଞ୍ଚଳର ଆଦିବାସୀ ଭାଷା ବିଶେଷଜ୍ଞ ଓ ଗବେଷକ ଯୋଗଦେଇ ଏହି ଶିଶୁ ପୁସ୍ତକ ଗୁଡ଼ିକୁ ରଚନା କରିଥିବା ନେଇ ଆଦିବାସୀ ଗବେଷଣା ମଞ୍ଚର ଅଧ୍ୟକ୍ଷ ଜଣାଇଛନ୍ତି । ଏହି ପୁସ୍ତକ ଗୁଡ଼ିକ ଯେତେବେଳେ ପିଲାଙ୍କ ପାଖରେ ପହଞ୍ଚିବ ସେମାନଙ୍କ ନିଜ ନିଜ ମାତୃଭାଷାରେ ରୁଚିପୂର୍ଣ୍ଣ ଗଳ୍ପ, ଗୀତ ଓ ସାହିତ୍ୟକୁ ଆପଣାଇନେବାର ସୁଯୋଗ ପାଇବେ ବୋଲି ପଙ୍କଜ ଚତୁର୍ବେଦୀ ମତ ପ୍ରକାଶ କରିଛନ୍ତି । ଅଢେଇ ଦିନରେ 12 ଜଣ ଅକ୍ଲାନ୍ତ ପରିଶ୍ରମ କରି ଏହି ପୁସ୍ତକ ଗୁଡ଼ିକ ଅନୁବାଦ ସହିତ ପ୍ରୁଫ ରିଡିଂ ଓ କମ୍ପ୍ୟୁଟରରେ ଟାଇପ କରି ମୁଦ୍ରଣ ପାଇଁ ପ୍ରସ୍ତୁତ କରିବା ଏକ ଅଭୂତ ପୂର୍ବ କାର୍ଯ୍ୟ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.