ETV Bharat / state

Black Rice Farming: ରାଜ୍ୟକୁ କଳା ଚାଉଳ ଯୋଗାଇବ କୋରାପୁଟ

author img

By

Published : Dec 11, 2021, 7:58 PM IST

ଚାଷୀଙ୍କ ମନରେ ଉତ୍ସାହ ବଢାଇଛି କଳା ଧାନ ଚାଷ (Black Rice farming in Koraput)। ଏହି ଧାନ ଅଧିକ ଉତ୍ପାଦନ ମଧ୍ୟ ହେଉଛି । ରୋଗପ୍ରତିରୋଧକ ଶକ୍ତି ବଢାଇବା ସହ ଡାଇବେଟିସ ରୋଗୀଙ୍କ ପାଇଁ କଳା ଧାନ ବେଶ ଉପଯୋଗୀ। କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଓ କୋଟପାଡ ବ୍ଲକ ହୋଇଛି କଳା ଧାନ ଚାଷ। ଅଧିକ ପଢନ୍ତୁ

Black Rice farming in Koraput
Black Rice farming in Koraput: ରାଜ୍ୟକୁ କଳା ଚାଉଳ ଯୋଗାଇବ କୋରାପୁଟ

କୋରାପୁଟ: ସବୁଜ କିଆରିରେ ପାଚିଛି କଳା ଧାନ । ଚାଷୀଙ୍କ ମନରେ ଉତ୍ସାହ ବଢାଇଛି କଳା ଧାନ ଚାଷ (Black Rice farming) । ଏହି ଧାନ ଅଧିକ ଉତ୍ପାଦନ ମଧ୍ୟ ହେଉଛି । ରୋଗପ୍ରତିରୋଧକ ଶକ୍ତି ବଢାଇବା ସହ ଡାଇବେଟିସ ରୋଗୀଙ୍କ ପାଇଁ କଳା ଧାନ ବେଶ ଉପଯୋଗୀ । କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକର ଲୁଲା ଗ୍ରାମ ଓ କୋଟପାଡ ବ୍ଲକର ଭୁର୍ସି ଗ୍ରାମରେ ହୋଇଛି କଳା ଧାନ ଚାଷ।

ଜିଲ୍ଲାରେ ଏବେ 100 ହେକ୍ଟରରୁ ଉର୍ଦ୍ଧ୍ବ ଜମିରେ ଲାଗିଛି କଳା ଧାନ । ଏହାର ଚାରା , ଧାନ , ଚାଉଳ ଓ ଏପରିକି ଏହାର ଭାତ କଳା ରଙ୍ଗର ହୋଇଥିବା ଯୋଗୁଁ ଚାଷୀଙ୍କ ଭିତରେ କୌତୁହଳ ସୃଷ୍ଟି ହୋଇଛି । ତେବେ ଡାଇବେଟିସ ଉପରେ ନିୟନ୍ତ୍ରଣ ଓ ମାନସିକ ସ୍ବାସ୍ଥ୍ୟରେ ବିକାଶ କରିବାରେ ଏହି ଚାଉଳ କାମରେ ଆସୁଥିବା ଜଣପଡିଛି । ଜିଲ୍ଲାର କୋଟପାଡ ଅଞ୍ଚଳରେ ପ୍ରଗତି ଓ ଦଶମନ୍ତପୁର ବ୍ଲକରେ ଅଗ୍ରଗାମୀ ସ୍ବେଚ୍ଛାସେବୀ ସଂଗଠନ ଏହି ଧାନର ବ୍ୟାପକ ଚାଷ କରିବା ପାଇଁ ଚାଷୀଙ୍କୁ ପ୍ରୋତ୍ସାହିତ କରୁଛନ୍ତି ।

ଅଗ୍ରଗାମୀ ତରଫରୁ ଦଶମନ୍ତପୁର ବ୍ଲକର ଗୁଲିମୁଷା ଗ୍ରାମର ଜୈବିକ ପଦ୍ଧତିରେ ଚାଷ କରୁଥିବା କ୍ଷୁଦ୍ର ଚାଷୀ ସଭା ପ୍ରଧାନୀକୁ ପରୀକ୍ଷାମୂଳକ ଭାବେ ଚାଷ କରିବା ପାଇଁ ଏକ ପ୍ରଦର୍ଶନୀରୁ କିଛି ବିହନ ଆଣି ଦିଆଯାଇଥିଲା । ସେହି ଧାନକୁ ବ୍ୟବହାର କରି ପ୍ରଧାନୀ ଅଧ କିଲୋ ବିହନ ପାଇବା ପରେ ଏବେ ଏକ ଏକର ଜମିରେ ଚାଷ କରିଛନ୍ତି। ଏହି ସଫଳତାକୁ ନେଇ ଅଗ୍ରଗାମୀ ତରଫରୁ ସମଗ୍ର ଦଶମନ୍ତପୁର ବ୍ଲକରେ ପ୍ରତ୍ୟେକ ଚାଷୀ ପାଖରେ ପହଞ୍ଚିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଅତୁଲ କୁମାର ନାୟକ କହିଛନ୍ତି ।

ସେହିପରି ପ୍ରଗତି ତରଫରୁ ଚାଷୀଙ୍କ ପାଇଁ ମଣିପୁରରୁ ଏହି ବିହନ ଆଣି ଚାଷୀଙ୍କୁ ଦିଆଯାଇଛି । କୋଟପାଡ ବ୍ଲକର ଢାମଣାହାଣ୍ଡି ପଞ୍ଚାୟତ ଅନ୍ତର୍ଗତ ଭୂର୍ସି ଗ୍ରାମରେ ଚାଷୀ ଏହି ଚାଷର ଉତ୍ପାଦକୁ ଦେଖି ଉତ୍ସାହିତ ହୋଇଛନ୍ତି। ଏହି ଧାନର ଚାହିଦା ଅଧିକ ଥିଲାବେଳେ ଏହାର ଔଷଧୀୟ ଗୁଣ ଯୋଗୁଁ ଚାଷୀ ମଧ୍ୟ ଅଧିକ ଉତ୍ସାହିତ ହୋଇଛନ୍ତି । ତେବେ ଏହାର ଜୈବିକ ପ୍ରକ୍ରିୟାରେ ଚାଷ କରିବା ଦିଗରେ ଧ୍ୟାନ ଦେବା ପାଇଁ ଯୋଜନା କରାଯାଇଥିବା ପ୍ରଗତିର ସମ୍ପାଦକ ପ୍ରଭାକର ଅଧିକାରୀ କହିଛନ୍ତି । କଳା ଧାନ କିଲୋ 200 ରୁ 300 ଟଙ୍କାରେ ବିକ୍ରି ହେଉଥିବା ବେଳେ ବାହାର ବଜାରରେ କଳା ଚାଉଳ କିଲୋ 500 ରୁ 600 ଟଙ୍କାରେ ବିକ୍ରି ହେଉଥିବା ସଂସ୍ଥାର ଅଧିକାରୀ କହିଛନ୍ତି ।

ତେବେ ବର୍ତ୍ତମାନ ଏହି କଳା ଧାନ ପ୍ରତି ଚାଷୀ ଅକର୍ଷିତ ହେଉଛନ୍ତି । ବଡ ଚାଷୀ ଅଧିକ ଲାଭ ଆଶାରେ ଚାଷୀ ଜୈବିକ ସାର ବଦଳରେ ରାସାୟନିକ ସାର ପ୍ରୟୋଗ ନେଇ ଚିନ୍ତାର କାରଣ ପାଲଟିଛି । ତେବେ ଜୈବିକ ପଦ୍ଧତିରେ କଳାଧାନ ଚାଷ କଲେ ଅଧିକ ଅମଳ ହେବା ସହ ଏହା ଡାଇବେଟିସ ରୋଗୀଙ୍କ ପାଇଁ ଉପାଦେୟ ହୋଇପାରିବ। ଏହା ସହ ଛୋଟଛୋଟ ଚାଷୀ ଅଧିକ ଲାଭବାନ ହେବା ସହ ଆତ୍ମନିର୍ଭର ଶୀଳ ହୋଇପାରିବେ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.