ETV Bharat / state

କୋରାପୁଟ ବଜାରରେ ବଢୁଛି କରଡିର ଚାହିଦା - ବାଉଁଶ କରଡି

ଏବେ କୋରାପୁଟ ବଜାରରେ ଭରି ପଡିଛି ବାଉଁଶ କରଡି। ଖାଇବାକୁ ବେଶ ସୁଆଦିଆ ହୋଇଥିବା ବେଳେ ବଜାରରେ ମଧ୍ୟ ଏହାର ଚାହିଦା ବେଶ ରହିଛି । ଯାହାକୁ ନେବା ପାଇଁ ଲୋକଙ୍କ ମଧ୍ୟରେ ବେଶ ଆଗ୍ରହ ଦେଖିବାକୁ ମିଳିଛି ।

ଡିଜାଇନ ଫଟୋ
author img

By

Published : Aug 4, 2019, 9:47 PM IST

କୋରାପୁଟ: ପ୍ରକୃତି କୋରାପୁଟ ବଜାରକୁ କେତେବେଳେ କଞ୍ଚା କାଜୁ ତ ଆଉ କେତେବେଳେ ବଡାଛତୁ , ବାଲିଛତୁ , ଶ୍ରାବଣ ଛତୁ ଗ୍ରାହକଙ୍କ ପାଇଁ ପଠାଇ ଆସିଛି । ଏବେ ବଜାରରେ ଭରି ପଡିଛି ବାଉଁଶ କରଡି। ଯାହା ଖାଇବାକୁ ବେଶ ସୁଆଦିଆ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଆଦିବାସୀ ମହିଳା ବଣ ଜଙ୍ଗଲକୁ ଯାଇ ଅନେକ କଷ୍ଟ କରି ବାଉଁଶ କରଡି ସଂଗ୍ରହ କରିଥାନ୍ତି । ଉପଯୁକ୍ତ କରଡିକୁ ଠାବ କରି, ବାଉଁଶରୁ ତାକୁ ତୋଳି ଆଣିବା ପରେ ଚୋପା ଛଡାଇ ଭଲଭାବେ ଧୋଇଥାନ୍ତି । ପରେ କରଡି ବିଡା ପିଛା ୨୦ ଟଙ୍କାରେ ବଜାରରେ ବିକ୍ରି କରୁଥିବା କାକିରିଗୁମ୍ମାରୁ କୋରାପୁଟ ଆସି କରଡି ବିକୁଥିବା ଆଦିବାସୀ ମହିଳା ଲଚମଣି କହିଛନ୍ତି ।

କରଡିକୁ ନେଇ ଭଳିକି ଭଳି ସୁଆଦିଆ ବ୍ୟଞ୍ଜନ ପ୍ରସ୍ତୁତ କରି ହେଉଥିବା ଯୋଗୁଁ ଏହାର ଚାହିଦା ଅଧିକ ରହିଥାଏ । ବର୍ଷର କେବଳ ବର୍ଷାଦିନରେ ଏହା ମିଳୁଥିବା ଯୋଗୁଁ ଲୋକେ କରଡିର ଆଗମନକୁ ଆଗ୍ରହର ସହିତ ଅପେକ୍ଷା କରିଥାନ୍ତି ବୋଲି ଘରକୁ କରଡି କିଣି ନେଉଥିବା ଗ୍ରାହକ ମନୋଜ ବେହେରା ମତ ରଖିଛନ୍ତି ।

ତେବେ ପଣଶରୁ ଚିପ୍ସ ତିଆରି କରି ତାର ବଜାର ମୂଲ୍ୟରେ ବୃଦ୍ଧି ଆଣିବା ଭଳି କରଡିର ମଧ୍ୟ ଗୁଣାତ୍ମକ ମାନ ବୃଦ୍ଧି କରାଯାଇପାରିଲେ, ଅତି କଷ୍ଟରେ ବଣ ଜଙ୍ଗଲରୁ ସଂଗ୍ରହ କରି ଅତି କମ ଦାମରେ ବିକ୍ରି କରି ଦେଉଥିବା ଆଦିବାସୀ ମହିଳା ଅଧିକ ଲାଭବାନ ହୋଇପାରନ୍ତେ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

କୋରାପୁଟରୁ ସି ଏଚ ଶାନ୍ତାକାର, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.