ETV Bharat / state

କୋରୋନା ଲକଡାଉନର ନଷ୍ଟକୁ ଭୁଲି ଆଗକୁ ଯାଉଛି ବାବୁଲ ନର୍ସରି

author img

By

Published : Jun 15, 2020, 10:35 PM IST

କୋରାପୁଟରୁ ଜୟପୁର ମଧ୍ୟରେ ଲମ୍ବିଯାଇଥିବା ଜାତୀୟ ରାଜପଥ ଉପର ଦେଇ ଯାତ୍ରା କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ବାବୁଲ ନର୍ସରି ଦୃଷ୍ଟି ଆକର୍ଷଣ କରୁଛି ତାର ବିବିଧ ରଙ୍ଗରେ । ଅଧିକ ପଢନ୍ତୁ..

babul-nursery-is-moving-forward-forgetting-the-loss-of-c

କୋରାପୁଟ: ବର୍ଷତମାମ ଫୁଲ,ଫଳ, ଚାରା ଓ ଗଛରେ ଭରି ରହିଥିବା ଏହି ନର୍ସରି ଏହାର ପ୍ରତିଷ୍ଠାତା ବାବୁଲ ସିଂଙ୍କ ହାଡଭଙ୍ଗା ପରିଶ୍ରମର କାହାଣୀ ବର୍ଣ୍ଣନା କରୁଛି । ସାଧାରଣ ସମୟରେ ବର୍ଷର ପ୍ରତି ମାସରେ ହାରାହାରି ଦେଢଲକ୍ଷ ଟଙ୍କାର ବ୍ୟବସାୟ କରୁଥିବା ଏହି ନର୍ସରିରେ କୋରୋନା ଲକଡାଉନର ପ୍ରହାର ଭାରି ଜୋରରେ ପଡିଛି । ବସନ୍ତ ଓ ଗ୍ରୀଷ୍ମ ସମୟରେ କିଛି ଋତୁ ଅନୁଯାୟୀ ଫୁଟୁଥିବା ଫୁଲଗଛ ଓ ଚାରା ଗ୍ରାହକଙ୍କ ଅପେକ୍ଷା କରି ନଷ୍ଟ ହୋଇଯିବା ଫଳରେ ପ୍ରାୟ 5 ଲକ୍ଷ ଟଙ୍କାର ବ୍ୟବସାୟ ହୋଇପାରିନଥିବା ବାବୁଲ ସିଂ ଜଣାଇଛନ୍ତି ।

କୋରୋନା ଲକଡାଉନର ନଷ୍ଟକୁ ଭୁଲି ଆଗକୁ ଯାଉଛି ବାବୁଲ ନର୍ସରି

ତଥାପି ବାବୁଲ କିମ୍ବା ତାଙ୍କ ନର୍ସରିରେ କାମ କରୁଥିବା ପୁଷବତୀ ଖିଲଙ୍କ ଭଳି ମଜୁରିଆ ମଧ୍ୟ କାନ୍ଧରେ କାନ୍ଧ ମିଳାଇ ଭବିଷ୍ୟତକୁ ସଜାଡ଼ିବାରେ ଲାଗି ପଡିଛନ୍ତି । କୋରୋନା ଲକଡାଉନ ଯୋଗୁଁ ପରିବହନରେ ପଡିଥିବା ଶିଥିଳତା ଧୀରେ ଧୀରେ ଖୋଲିଲା ବେଳକୁ ରାଜମହେନ୍ଦ୍ରୀରୁ ଏକ ଟ୍ରକ ବୋଝେଇ ଫୁଲ ଫଳଗଛ ଆସି ପହଁଚିଛି । ତାକୁ ସଜାଡି ଗ୍ରାହକଙ୍କୁ ପୁଣିଥରେ ଆକର୍ଷିତ କରିବା ପାଈଁ ପ୍ରକୃତିର ମନୋରମ ସୌନ୍ଦର୍ଯ୍ୟ କୋଳରେ ସମସ୍ତେ ମନ ପ୍ରାଣ ଏକ କରିଦେଇଛନ୍ତି ।

ବାବୁଲ ନର୍ସରୀକୁ ଏହି ଅଞ୍ଚଳରେ ଅନେକ ଛୋଟବଡ ଉଦ୍ୟୋଗୀଙ୍କ ସେବାରେ ନିୟୋଜିତ କରି ଏକ ସାମୁହିକ ପ୍ରଗତି ଆଣିବାର ବାବୁଲଙ୍କ ସ୍ବପ୍ନକୁ କୋରୋନା ଲକଡାଉନର କ୍ଷତି ପ୍ରତିବନ୍ଧକ ସାଜି ପାରିନାହିଁ । ଆଜି ମଧ୍ୟ ସେ ସଂକଳ୍ପ ବଦ୍ଧ । ତାଙ୍କର ଏହି ସଂକଳ୍ପର ବଳରେ ଦିନକୁ ଦିନ ସୁନ୍ଦର ହୋଇଉଠୁଥିବା ଏହି ନର୍ସରିରେ ଗୌରବମୟ ଭବିଷ୍ୟତ ପ୍ରତିଫଳିତ ହେଉଥିବା ଦେଖିପାରି ମିନତୀ କୁମାରୀ ସାହୁଙ୍କ ଭଳି ଗ୍ରାହକ ମଧ୍ୟ ବାବୁଲଙ୍କ ଯାତ୍ରାର ସଫଳତା କାମନା କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.