ETV Bharat / state

କୋଟିଆରେ ଅଙ୍ଗନବାଡ଼ି କେନ୍ଦ୍ର ଭଙ୍ଗା ଘଟଣାକୁ ନେଇ ଆନ୍ଧ୍ରରେ ଆଲୋଡନ - ଆନ୍ଧ୍ର ଓଡ଼ିଶା ସୀମା ବିବାଦ

ଓଡ଼ିଶାରେ ଆନ୍ଧ୍ର ନିର୍ମାଣ କରିଥିବା ଅଙ୍ଗନବାଡ଼ି କେନ୍ଦ୍ରକୁ ଭଙ୍ଗାଜାଇଥିବା ଘଟଣାକୁ ନେଇ ଆନ୍ଧ୍ରରେ ଆଲୋଡନ । ଆନ୍ଧ୍ର ଅଧିକାରୀଙ୍କ କୋଟିଆ ପଞ୍ଚାୟତ ଗସ୍ତରେ ଅବରୋଧ କରିଥିବା ଓଡ଼ିଶା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିକଲା ଆନ୍ଧ୍ର ପ୍ରଦେଶର ନବଗଠିତ ମନ୍ୟମ୍ ଜିଲ୍ଲାର ଆଦିବାସୀ ସଙ୍ଗଠନ । ଅଧିକ ପଢନ୍ତୁ

କୋଟିଆରେ ଆନ୍ଧ୍ର ଦ୍ବାରା ନିର୍ମାଣ ଅଙ୍ଗନୱାଡି ଧ୍ବଂସ, ଥାନାରେ ମାମଲା ଦାଏର

author img

By

Published : Jul 24, 2022, 10:12 PM IST

କୋରାପୁଟ: ଓଡ଼ିଶାରେ ଆନ୍ଧ୍ର ନିର୍ମାଣ କରିଥିବା ଅଙ୍ଗନବାଡ଼ି କେନ୍ଦ୍ରକୁ ଭଙ୍ଗାଜାଇଥିବା ଘଟଣାକୁ ନେଇ ଆନ୍ଧ୍ରରେ ଆଲୋଡନ । ଆନ୍ଧ୍ର ପ୍ରଦେଶର ନବଗଠିତ ମନ୍ୟମ୍ ଜିଲ୍ଲାର ଆଦିବାସୀ ସଙ୍ଗଠନ ଜିଲ୍ଲା ସଭାପତି ଶ୍ରୀଧରପୁ ଆପାରାଓ ଜିଲ୍ଲା କମିଟି ସଦସ୍ୟ ମନଚାଲା ଶ୍ରୀନିବାସା ରାଓ ସିପିଏମ୍ ଜିଲ୍ଲା କମିଟି ସଦସ୍ୟ ମାରି ଶ୍ରୀନିବାସା ରାଓ କୋରଡା ଏସ.ଆର.ରାଓ ଗତ କିଛିଦିନ ପୂର୍ବେ ଆନ୍ଧ୍ର ଅଧିକାରୀଙ୍କ କୋଟିଆ ପଞ୍ଚାୟତ ଗସ୍ତରେ ଅବରୋଧ କରିଥିବା ଓଡ଼ିଶା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ।

କୋଟିଆରେ ଆନ୍ଧ୍ର ଦ୍ବାରା ନିର୍ମାଣ ଅଙ୍ଗନୱାଡି ଧ୍ବଂସ, ଥାନାରେ ମାମଲା ଦାଏର

ଏଥିସହିତ ତଳ ଗଞ୍ଜେଇପଦର ଠାରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ଵାରା ନିର୍ମାଣ କରାଯାଉଥିବା ଅଙ୍ଗନବାଡ଼ି କୋଠାକୁ କିଛିଦିନ ପୂର୍ବେ କେହି ଧୂଳିସାତ କରିଦେଇଥିବା ବେଳେ ଆନ୍ଧ୍ର ସରକାରଙ୍କ ନିରବତାକୁ ନେଇ ଦଳ ପ୍ରଶ୍ନ ଉଠାଇଛି । କେନ୍ଦ୍ର ସରକାର ଏବେ ମଧ୍ୟ ଦୁଇ ମୁହାଁ କାର୍ଯ୍ୟ କରୁଛନ୍ତି ବୋଲି ଦଳ ଅଭିଯୋଗ କରିଛି ।

ଉଭୟ ରାଜ୍ୟର ବରିଷ୍ଠ ଅଧିକାରୀମାନେ ଏକାଠି ହୋଇ କୋଟିଆ ପଞ୍ଚାୟତର ଆଦିବାସୀଙ୍କ ସମସ୍ୟାର ସମାଧାନ କରିବା ଉଚିତ୍ । ତେବେ ଯଦି ଶୀଘ୍ର ସମସ୍ୟାର ସମାଧାନ ନହୁଏ ସେମାନେ ସିପିଏମ୍ ଆଦିବାସୀ ସଙ୍ଗଠନ ଏକ ବଡ଼ ଧରଣର ବିରୋଧ ପ୍ରଦର୍ଶନ କରିବେ ବୋଲି ଆନ୍ଧ୍ରପ୍ରଦେଶର ସାଲୁର୍ ଠାରେ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରିଛନ୍ତି ।

ଗତ କିଛିଦିନ ପୂର୍ବେ ମନ୍ୟମ୍ ଜିଲ୍ଲାପାଳ କୋଟିଆ ପଞ୍ଚାୟତ ଗସ୍ତ କରିବାକୁ ଆସିଥିବାବେଳେ ଓଡ଼ିଶା ପ୍ରଶାସନର ତୀବ୍ର ବିରୋଧ ପରେ ସେ ନେରେଡ଼ିବାଲାସା ଠାରୁ ଫେରିଯିବାକୁ ପଡ଼ିଥିଲା । ସେହିପରି ଦୁଇଦିନ ପୂର୍ବେ ମଧ୍ୟରାତ୍ରୀରେ କେହି ଆସି ତଳ ଗଞ୍ଜେଇପଦରରେ ଆନ୍ଧ୍ର ଦ୍ଵାରା ନିର୍ମାଣ କରାଯାଉଥିବା ଅଙ୍ଗନବାଡ଼ି କେନ୍ଦ୍ରକୁ ଡ୍ରୋଜର ଲଗାଇ ଧ୍ଵଂସ କରିଥିଲା । ପରେ ଏହାର ତଦନ୍ତ କରିବା ପାଇଁ ସାଲୁର ରୁରାଲ ଥାନାଧିକାରୀଙ୍କ ସମେତ ମଣ୍ଡଳ ସ୍ତରୀୟ ଆନ୍ଧ୍ର ପ୍ରଶାସନିକ ଅଧିକାରୀ ତଳ ଗଞ୍ଜେଇପଦର ଆସିବା ସହ ସାଲୁର ରୁରାଲ ଥାନାରେ ଏକ ମାମଲା ଦାଏର କରିଥିବା ଜଣାପଡିଛି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.