ETV Bharat / state

ବିବାଦ ମଧ୍ୟରେ ସୀମାନ୍ତ ଫାଟୁସିନେରିରେ ସିନ୍ଧୁରିପୁ କାମିଙ୍କ ବାଜିମାତ୍‌ - କୋଟିଆ ନିର୍ବାଚନ

ଶାନ୍ତି ଶୃଙ୍ଖଳାର ସହ ହେଲା କୋଟିଆରେ ଆନ୍ଧ୍ରପ୍ରଦେଶର ପଞ୍ଚାୟତ ନିର୍ବାଚନ। ଏହି ଅଞ୍ଚଳରେ ଆନ୍ଧ୍ରର ନିର୍ବାଚନକୁ ନେଇ ବିବାଦ ଲାଗି ରହିଛି। ଅଧିକ ପଢ଼ନ୍ତୁ...

andhra election ends peacfully at kotia
କୋଟିଆରେ ଆନ୍ଧ୍ର ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଶେଷ
author img

By

Published : Feb 14, 2021, 12:39 PM IST

କୋରାପୁଟ: ଶାନ୍ତି ଶୃଙ୍ଖଳାର ସହ ହେଲା କୋଟିଆରେ ଆନ୍ଧ୍ରପ୍ରଦେଶର ପଞ୍ଚାୟତ ନିର୍ବାଚନ। ଏହି ଅଞ୍ଚଳରେ ଆନ୍ଧ୍ରର ନିର୍ବାଚନକୁ ନେଇ ବିବାଦ ଲାଗି ରହିଛି। ଫାଟୁସିନେରିକୁ ପଞ୍ଚାୟତର ମାନ୍ୟତା ଦେଇଛନ୍ତି ଆନ୍ଧ୍ର ସରକାର। ମୋଟ 12ଟି ଗ୍ରାମର 1025 ମତଦାତାଙ୍କୁ ନେଇ ଫାଟୁସିନେରିରେ ମତଦାନ ଶେଷ ହୋଇଛି।

ତଳ ଗଂଜେଇପଦର ଓ ଫଗୁଣସିନେରୀ ରେ ଜଣେ ଲେଖାଏଁ ପ୍ରାର୍ଥୀ ନିର୍ବାଚନ ପାଇଁ ପ୍ରତିଦ୍ବନ୍ଦିତା କରୁଛନ୍ତି। ଏଥିପାଇଁ ଫାଟୁସିନେରିରେ ନିର୍ବାଚନ ଅନୁଷ୍ଠିତ ହୋଇଛି। ଗତକାଲି (ଶନିବାର) ହୋଇଥିବା ନିର୍ବାଚନରେ ସର୍ବମୋଟ ୬୧୫ଜଣ ମତଦାତା ସେମାନଙ୍କ ମତ ଅଧିକାର ସାବ୍ୟସ୍ତ କରିଥିଲେ। ସରପଞ୍ଚ ପଦବୀ ପାଇଁ ଦୁଇ ପ୍ରାର୍ଥୀ ସିନ୍ଧୁରିପୁ କାମି ଓ କଣ୍ଡାପାଲି ପାଇଡ଼ିଲାଙ୍କ ମଧ୍ୟରେ ନିର୍ବାଚନ ଲଢ଼େଇ ହୋଇଥିଲା।

ଏହି ନିର୍ବାଚନରେ ସିନ୍ଧୁରିପୁ କାମି ୪୪ଖଣ୍ଡ ଭୋଟ ଅଧିକ ପାଇ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି। ଏହାକୁ ନେଇ ସାଲୁର ରିଟର୍ଣ୍ଣିଂ ଅଧିକାରୀ ସୂଚନା ଦେଇଛନ୍ତି । ସିନ୍ଦୁରିପୁ କାମୀ 299 ଖଣ୍ଡ ଭୋଟ ପାଇଥିବା ବେଳେ ପ୍ରତିଦ୍ବନ୍ଦୀ ପାଇଡ଼ିଲାମା 245 ଖଣ୍ଡ ଭୋଟ ପାଇଛନ୍ତି।

ଓଡ଼ିଶାରେ ଆନ୍ଧ୍ରପ୍ରଦେଶର ନିର୍ବାଚନକୁ ନେଇ ଦୃଢ଼ ବିରୋଧ ଦେଖା ଦେଇଛି। ଏହାକୁ ନେଇ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏହି ମାମଲାକୁ ନେଇ ଆନ୍ଧ୍ର ସରକାରଙ୍କ ସ୍ପଷ୍ଟୀକରଣ ମାଗିଛନ୍ତି ସୁପ୍ରିମକୋର୍ଟ। ଫେବ୍ରୁଆରୀ 19 ତାରିଖରେ ଏହାକୁ ନେଇ ପୁନଃ ଶୁଣାଣି ହେବ। ସୁପ୍ରିମକୋର୍ଟଙ୍କ ଶୁଣାଣି ଉପରେ ଫାଟୁସିନେରୀ, ଫଗୁଣସିନେରୀ ଓ ତଳ ଗଂଜେଇପଦରର ସରପଞ୍ଚଙ୍କ ଭାଗ୍ୟ ନିରୂପଣ ହେବ । କୋଟିଆ ଅଞ୍ଚଳରେ ନିର୍ବାଚନକୁ ନେଇ ସୁପ୍ରିମକୋର୍ଟଙ୍କ ଶୁଣାଣିକୁ ନେଇ ସଭିଙ୍କ ନଜର ରହିଛି।

କୋରାପୁଟରରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.