ETV Bharat / state

ଆଗ ମାଟି ପରେ ପାର୍ଟି ନ୍ୟାୟରେ କୋଟିଆ ବିକାଶ ପାଇଁ ହାତ ମିଶାଇଲେ ସର୍ବଦଳ - ଆଗ ମାଟି ପରେ ପାର୍ଟି

ନ୍ୟାୟରେ କୋଟିଆ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ । ବିଜେଡି, କଂଗ୍ରେସ ଓ ବିଜେପିର ନେତୃବୃନ୍ଦ ଆଜି କୋରାପୁଟରେ ଗୋଟିଏ ମଞ୍ଚରେ ଏକାଠି ହୋଇ ହାତରେ ହାତ ମିଶାଇଲେ । ଅଧିକ ପଢନ୍ତୁ...

ଆଗ ମାଟି ପରେ ପାର୍ଟି ନ୍ୟାୟରେ କୋଟିଆ ବିକାଶ ପାଇଁ ସବୁ ଦଳ ହାତ ମିଶାଇଲେ

author img

By

Published : Apr 7, 2021, 6:19 AM IST

କୋରାପୁଟ: ଆଗ ମାଟି ପରେ ପାର୍ଟି । ନ୍ୟାୟରେ କୋଟିଆ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ । ବିଜେଡି, କଂଗ୍ରେସ ଓ ବିଜେପିର ନେତୃବୃନ୍ଦ ଆଜି କୋରାପୁଟରେ ଗୋଟିଏ ମଞ୍ଚରେ ଏକାଠି ହୋଇ ହାତରେ ହାତ ମିଶାଇଲେ । ଆନ୍ଧ୍ର ସରକାର କୋଟିଆ ଅଞ୍ଚଳରେ ଦାଦାଗିରି ପ୍ରଦର୍ଶନ କରି ଜନସାଧାରଣଙ୍କୁ ଲୋଭନୀୟ ଉପହାର ଦେଇ ନିଜ ଆଡକୁ ଆକର୍ଷିତ କରୁଥିବା ବେଳେ ଏହି କାର୍ଯ୍ୟରେ ଓଡିଶା ମାଟିରେ ରହି ଆନ୍ଧ୍ରକୁ ସହଯୋଗ କରୁଥିବା ବ୍ୟକ୍ତିଙ୍କୁ ଠାବ କରି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେମାନେ ଏକ ସ୍ଵରରେ ଦାବି କରିଛନ୍ତି ।

ଆଗ ମାଟି ପରେ ପାର୍ଟି ନ୍ୟାୟରେ କୋଟିଆ ବିକାଶ ପାଇଁ ସବୁ ଦଳ ହାତ ମିଶାଇଲେ

ସମସ୍ତ ରାଜନୈତିକ ନେତୃବୃନ୍ଦ ଏକାଠି ବସିବା କୋରାପୁଟ ଅଞ୍ଚଳରେ ସଂଗଠିତ ହୋଇଥିବା ଯୋଗୁଁ ଭବିଷ୍ୟତରେ କୋରାପୁଟ ଅଞ୍ଚଳର ଅନ୍ୟାନ୍ୟ ବିବିଧ ସମସ୍ୟାର ସମ୍ମିଳିତ ଭାବେ ସମାଧାନ ଯେ ହୋଇପାରିବ ସେନେଇ ଏକ ଦୃଢ ବିଶ୍ଵାସ ଜନ୍ମିଥିବା ଏହି ବୈଠକର ଆବାହକ ତଥା ବିଜେଡିର ଜିଲ୍ଲା ସଭାପତି ଇଶ୍ଵର ଚନ୍ଦ୍ର ପାଣିଗ୍ରାହୀ ଆଶା ପୋଷଣ କରିଛନ୍ତି । ଆନ୍ଧ୍ର ପ୍ରଦେଶର ଉଚ୍ଚ ନ୍ୟାୟାଳୟ ଆନ୍ଧ୍ର ଦ୍ଵାରା କୋଟିଆ ପଞ୍ଚାଯତର ତିନୋଟି ଗ୍ରାମ ସମେତ ଆନ୍ଧ୍ରର ଅନ୍ୟାନ୍ୟ ଅଞ୍ଚଳରେ କରାଯିବାକୁ ଥିବା ଜିଲ୍ଲା ପରିଷଦ ନିର୍ବାଚନ ଉପରେ ରହିତାଦେଶ ଦେଇଥିଲେ ହେଁ କୋଟିଆ ଅଞ୍ଚଳରେ ଆନ୍ଧ୍ର ସରକାରଙ୍କ ନିର୍ବାଚନ ପ୍ରକ୍ରିୟା ବାତିଲ ହୋଇଯାଇନାହିଁ ।

ତେଣୁ ବୁଧବାର ଦିନ ଏହି ସମସ୍ତ ଦଳର ନେତୃବୃନ୍ଦ କୋଟିଆ ଗସ୍ତ କରି ଲୋକଙ୍କୁ ଆନ୍ଧ୍ରର ପ୍ରଲୋଭନକୁ ତିରଷ୍କାର କରିବା ପାଇଁ ପ୍ରବର୍ତ୍ତାଇବେ ବୋଲି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଜଣାଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.