କୋରାପୁଟ: ଜୟପୁର ସହରର ପାରାବେଡା ଅଞ୍ଚଳରେ ଥିବା ଶିଶୁ ସଦନରେ ଦଶମ ଶ୍ରେଣୀ ଛାତ୍ରର ଆତ୍ମହତ୍ୟା । ଗତକାଲି(ସୋମବାର) ରାତି ଦଶଟାବେଳେ ସେ ଆତ୍ମହତ୍ୟା କରିଥିବା ସୂଚନା ।
ଗତକାଲି(ସୋମବାର) ରାତିରେ ସମସ୍ତେ ଖାଇବା ପାଇଁ ବସିଥିବାବେଳେ ଛାତ୍ର ଜଣଙ୍କ ଖାଇବାକୁ ଆସିନଥିଲା । ତାକୁ ଖୋଜିବା ପରେ ସେ ଶୌଚାଳୟର ଦୁଆର ବନ୍ଧରେ ଚିରା ହୋଇଥିବା ଚାଦରକୁ ବେକରେ ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା ।
ତେବେ ଆତ୍ମହତ୍ୟାର ସବିଶେଷ କାରଣ ସମ୍ପର୍କରେ ତଦନ୍ତ ଚାଲିଛି ଓ ମରଶରୀରର ପୋଷ୍ଟମର୍ଟମ ପରେ ଅଧିକ ତଥ୍ୟ ସାମ୍ନାକୁ ଆସିପାରିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସ ଜଣାଇଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ