ETV Bharat / state

କାମିଆଙ୍କ ସ୍ପଷ୍ଟୀକରଣ; ମୁଁ ଶ୍ରୀମନ୍ଦିର ନିୟମ ଭାଙ୍ଗିନି, ଗୋମାଂସ ଖାଇନି କି ପ୍ରଚାର କରିନି

author img

By ETV Bharat Odisha Team

Published : Dec 24, 2023, 7:45 AM IST

Updated : Dec 24, 2023, 9:02 AM IST

Kamiya Jani controversy: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ମହାପ୍ରସାଦର ମହାତ୍ମ୍ୟକୁ ନେଇ ବ୍ଲଗ କରିବା ପରେ ବିବାଦରେ ଫୁଡ଼ ବ୍ଲଗର କାମିଆ ଜାନି । ଭିଡିଓ ଜାରି କରି ସ୍ପଷ୍ଟୀକରଣ ରଖିଲେ କାମିଆ । ଆଧିକ ପଢନ୍ତୁ

ଫୁଡ଼ ବ୍ଲଗର କାମିଆ ଜାନି
Kamiya Jani controversy

Kamiya Jani controversy

ଭୁବନେଶ୍ବର: ୟୁଟ୍ୟୁବର କାମିଆ ଜାନିଙ୍କ ଶ୍ରୀମନ୍ଦିର ପ୍ରବେଶ ନେଇ ରାଜ୍ୟରେ ବଢୁଛି ବିବାଦ । ଏହି ବିବାଦ ତେଜିବା ପରେ ଭିଡିଓ ଜାରି କରି ସ୍ପଷ୍ଟୀକରଣ ରଖିଛନ୍ତି ଫୁଡ଼ ବ୍ଲଗର କାମିଆ ଜାନି । ସେ କହିଛନ୍ତି, ''ମୁଁ ଶ୍ରୀମନ୍ଦିରର କୌଣସି ନିୟମ ଭଙ୍ଗ କରିନାହିଁ । ମୁଁ ଜଣେ ହିନ୍ଦୁ, କେବେବି ଗୋ ମାଂସ ଖାଇନି କି ଏହାର ପ୍ରଚାର କରୁନାହିଁ । ମୁଁ କେବଳ ସ୍ଥାନୀୟ ଭୋଜନ ବାବଦରେ ଲୋକଙ୍କୁ ଜଣାଏ । କେରଳ ଭିଡ଼ିଓରେ ମଧ୍ୟ ସେଇୟା କରିଛି । ଯାହାର ସ୍କ୍ରିନ ସଟ ବ୍ୟବହାର କରାଯାଇଛି । ମୋତେ ଲାଗୁଛି ଏକ ଭୁଲ ବୁଝାମଣା ହୋଇଛି । ଏହି ସ୍ପଷ୍ଟୀକରଣ ଭୁଲ ବୁଝାମଣାକୁ ଦୂର କରିବ । ''

କାମିଆ ଭିଡିଓରେ କହିଛନ୍ତି ଯେ, ମୋତେ ନେଇ କିଛି ଦିନ ହେବ ଭିନ୍ନ ଭିନ୍ନ କଥା ହେଉଛି । ମୁଁ କିଛି କଥାର ସ୍ପଷ୍ଟୀକରଣ ଦେବାକୁ ଚାହୁଁଛି । ମୁଁ ଜଣେ ଫୁଡ଼, ଟ୍ରାଭେଲ କଣ୍ଟେଣ୍ଟ କ୍ରିୟେଟର ୟୁଟ୍ୟୁବର । ମୋ କାମ ହେଉଛି ଦେଶର ବିଭିନ୍ନ ସ୍ଥାନକୁ ଯାଇ ସଂସ୍କୃତି, ପରମ୍ପରା, ଖାଦ୍ୟ, ଜୀବନଶୈଳୀ ବାବଦରେ ପ୍ରଚାର ପ୍ରସାର କରିବା । ୟୁଟ୍ୟୁବର ଭାବେ ଦେଶର ଐତିହ, ପରମ୍ପରା ଓ ସଂସ୍କୃତିକୁ ସାରା ବିଶ୍ଵରେ ପହଞ୍ଚାଇବା ମୋର ଲକ୍ଷ୍ୟ । ମୁଁ ଦେଶର ବହୁ ଐତିହସ୍ଥଳୀକୁ ଯାଇ ତାହାର କାହାଣୀ ଓ ଭିତ୍ତିଭୂମିର ବିକାଶ ବାବଦରେ ଲୋକଙ୍କୁ ଜଣାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏହାର ପ୍ରଶଂସା କରିଛନ୍ତି ।

କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ମୋତେ ସଂସ୍କୃତି ଆମ୍ବାସେଡ଼ର ଭାବେ ପୁରସ୍କୃତ ମଧ୍ୟ କରିଛନ୍ତି । ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଓ ଏହାର ଭିତ୍ତିଭୂମିର ଉନ୍ନତି ବାବଦରେ ସୂଚନା ଲୋକଙ୍କ ପାଖରେ ପହଞ୍ଚାଇବା ମୋର ଉଦ୍ଦେଶ୍ୟ ଥିଲା । ମୋର ପୁରୀ ଭିଡିଓ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ବିବାଦୀୟ ହୋଇଛି । ମୁଁ ଜାଣିଛି ମନ୍ଦିର ପ୍ରଶାସନର କିଛି ନୀତି ନିୟମ ଅଛି । ତେଣୁ ମୁଁ କିଛି ସ୍ପଷ୍ଟୀକରଣ ଦେବାକୁ ଚାହୁଁଛି ।

ଏହା ମଧ୍ୟ ପଢନ୍ତୁ-ରାଜ୍ୟ ରାଜନୀତିରେ କାମିଆ ଝଡ଼: ଭାବାବେଗ ସହ ନ ଖେଳିବା ଉଚିତ୍ କହିଲେ ଧର୍ମେନ୍ଦ୍ର

ମୁଁ ଶ୍ରୀମନ୍ଦିରର କୌଣସି ନିୟମ ଭଙ୍ଗ କରିନାହିଁ । ମୁଁ ଜଣେ ହିନ୍ଦୁ ଅଟେ । ମୁଁ କେବେ ଗୋମାଂସ ଭକ୍ଷଣ କରିନାହିଁ କିମ୍ବା ଏହାର ପ୍ରଚାର ପ୍ରସାର ମଧ୍ୟ କରିନାହିଁ । ମୁଁ କେବଳ ସ୍ଥାନୀୟ ଭୋଜନ ବାବଦରେ ଲୋକଙ୍କୁ ଜଣାଏ । କେରଳ ଭିଡ଼ିଓରେ ମଧ୍ୟ ସେଇୟା କରିଛି । ଯାହାର ସ୍କ୍ରିନ ସଟ ବ୍ୟବହାର କରାଯାଇଛି । ମୋତେ ଲାଗୁଛି ଏକ ଭୁଲ ବୁଝାମଣା ହୋଇଛି । ଏହି ସ୍ପଷ୍ଟୀକରଣ ଏହି ଭୁଲ ବୁଝାମଣାକୁ ଦୂର କରିବ । ଆମେ ସମସ୍ତେ ଆମ ଦେଶ ଓ ସଂସ୍କୃତିକୁ ଭଲ ପାଉଛେ ବୋଲି କହିଛନ୍ତି କାମିଆ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 24, 2023, 9:02 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.