ETV Bharat / state

ଯୁବକ ଓ ଛାତ୍ରମାନଙ୍କ ସମସ୍ୟା ଉଠାଇବା ପାଇଁ ଡରୁଛି ବିଜେଡି ଯୁବମୋର୍ଚ୍ଚା: ଈରାଶିଷ

author img

By

Published : Jul 7, 2023, 9:41 PM IST

ଗତକାଲି ଆୟୋଜିତ ହୋଇଛି ଯୁବ ବିଜେଡି କାର୍ଯ୍ୟକାରିଣୀ । ଆଜି ଏହାକୁ ଟାର୍ଗେଟ କରିଛି ବିଜେପି ଯୁବମୋର୍ଚ୍ଚା । ସାମ୍ବାଦିକ ସମ୍ମିଳନୀରେ ଯୁବକ ଓ ଛାତ୍ର ମାନଙ୍କ ସମସ୍ୟା ଉଠାଇବା ପାଇଁ ବିଜେଡି ଯୁବମୋର୍ଚ୍ଚା ଡରୁଛି ବୋଲି ଅଭିଯୋଗ କରିଛନ୍ତି ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଈରାଶିଷ ଆଚାର୍ଯ୍ୟ । ଅଧିକ ପଢ଼ନ୍ତୁ

ବିଜେଡି ଯୁବମୋର୍ଚ୍ଚାକୁ ବିଜେପି ଯୁବମୋର୍ଚ୍ଚାର ଟାର୍ଗେଟ

ଭୁବନେଶ୍ବର: ଗତକାଲି ବିଜେଡି ପକ୍ଷରୁ ଯୁବ ସମ୍ମିଳନୀ ଭୁବନେଶ୍ବର ଶଙ୍ଖ ଭବନରେ ଆୟୋଜିତ ହୋଇଯାଇଛି । ୨୦୨୪ ନିର୍ବାଚନ ପୂର୍ବରୁ ରାଜ୍ୟରେ କିଭଳି ବିଜେଡି ଛାତ୍ର, ଯୁବ ସାମ୍ମୁଖ୍ୟକୁ ଅଧିକ କ୍ରିୟାଶୀଳ କରାଯିବ, ସେନେଇ ଆଲୋଚନା କରାଯାଇଛି । ଛାତ୍ର ଓ ଯୁବ ବିଜେଡିର କାର୍ଯ୍ୟକାରିଣୀରେ ସ୍ବତନ୍ତ୍ର ନିର୍ବାଚନୀ ରଣନୀତି ପ୍ରସ୍ତୁତ କରାଯାଇଛି । ତେବେ ବିଜେଡି ଯୁବମୋର୍ଚ୍ଚାକୁ ଆଜି ଟାର୍ଗେଟ କରିଛି ବିଜେପି ଯୁବମୋର୍ଚ୍ଚା । ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଈରାଶିଷ ଆଚାର୍ଯ୍ୟ ଉଭୟ ବିଜୁ ଯୁବ ଓ ଛାତ୍ର ଜନତା ଦଳ ଉପରେ ବର୍ଷିଛନ୍ତି ।

ବିଜେପି ରାଜ୍ୟ କର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଈରାଶିଷ କହିଛନ୍ତି, "ବିଜେଡି ଯୁବମୋର୍ଚ୍ଚା ଯୁବକ ଓ ଛାତ୍ର ମାନଙ୍କ ସମସ୍ୟା ଉଠାଇବା ପାଇଁ ଡରୁଛି । କାରଣ ରାଜ୍ୟର ଛାତ୍ର ଓ ଯୁବକ ମାନଙ୍କୁ ସମସ୍ୟା ଭିତରକୁ ଠେଲି ଦେଇଛନ୍ତି ରାଜ୍ୟ ସରକାର । ଯୁବକ ମାନଙ୍କ ପାଇଁ ରୋଜଗାର ନାହିଁ । ଗାଁ ଗାଁରେ ଯୁବକ ମାନଙ୍କୁ ନିଶାରେ ବୁଡାଇ ରଖିଛନ୍ତି ଏ ସରକାର । ୯ ଲକ୍ଷ ବେକାରୀ ଓଡ଼ିଶାରେ ରହିଛନ୍ତି । କଲେଜ, ୟୁନିଭର୍ସିଟିରେ ନିର୍ବାଚନ ବନ୍ଦ କରି ଦେଇଛନ୍ତି । କାରଣ ହେଉଛି ରାଜ୍ୟରେ ଏବେ ସଚିବ ଠାରୁ ଆରମ୍ଭ କରି ବିଡିଓ ପର୍ଯ୍ୟନ୍ତ ସମସ୍ତେ ରାଜନୀତି କରିବେ । ଆଉ ଯୁବକ ମାନେ ବାବୁ ମାନଙ୍କର ବୁକୁଚାବୁହା ହେବେ ।"

ଏହା ମଧ୍ୟ ପଢ଼ନ୍ତୁ...ଯୁବ ଓ ଛାତ୍ର ବିଜେଡିର କାର୍ଯ୍ୟକାରିଣୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ

ସେପଟେ ଗତକାଲି ଶଙ୍ଖ ଭବନରେ ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଥିଲା । ଏନେଇ ଈରାଶିଷ କହିଛନ୍ତି, "ଆମେ ଗଣମାଧ୍ୟମ ଜରିଆରେ ଯାହା ଖବର ପାଇଲୁ, ବିଜୁ ଯୁବ ଜନତା ଦଳ ପ୍ରତ୍ୟେକ ଜିଲ୍ଲାରେ ଜନ ସଂକଳ୍ପ ସମାବେଶ କରିବ । ଆମର ପ୍ରଶ୍ନ, କଣ ସଂକଳ୍ପ କରିବେ ? ସଚିବ ମାନଙ୍କ ଗସ୍ତ ବେଳେ କାମ କରିବା ପାଇଁ ସଂକଳ୍ପ କରିବେ ନା 5T ସଚିବ ଯେଉଁ ରାଜ୍ୟରୁ ଆସିଛନ୍ତି ତାମିଲନାଡୁକୁ ଦାଦନ ଶ୍ରମିକ ହୋଇଯିବା ନେଇ ସଂକଳ୍ପ କରିବେ ? ଅନ୍ୟପଟେ ମହାନଦୀକୁ ନେଇ ଆନ୍ଦୋଳନ କରିବେ ବୋଲି କହିଛନ୍ତି । ମାଠିଆରେ ପାଣି ଆଣି ଆନ୍ଦୋଳନ ହୋଇଥିଲା । କୁଆଡେ ଗଲା ଆନ୍ଦୋଳନ ? ଧାନର ଏମ୍‌ଏସ୍‌ପି କଥା ଉଠାଇଛନ୍ତି । ଆମର ପ୍ରଶ୍ନ, କୁଆଡେ ଗଲା ରାଜ୍ୟ ସରକାରଙ୍କ ବୋନସ କଥା ?"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.