ETV Bharat / state

କଲବଲ କଲା ଫିଡ୍ସ ରୋଗ, କଷ୍ଟରୁ ମୁକ୍ତି ପାଇଁ ଆତ୍ମହତ୍ୟା କଲେ ଯୁବତୀ

କଲବଲ କଲା ଫିଡ୍ସ ରୋଗ । ଫିଡ୍ସ ରୋଗ କଷ୍ଟରୁ ମୁକ୍ତି ପାଇଁ ଆତ୍ମହତ୍ୟା କଲେ ଯୁବତୀ । ହଷ୍ଟେଲରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଅଧିକ ପଢନ୍ତୁ

କଲବଲ କଲା ଫିଡ୍ସ ରୋଗ
କଲବଲ କଲା ଫିଡ୍ସ ରୋଗ
author img

By

Published : Nov 11, 2022, 9:42 PM IST

Updated : Nov 11, 2022, 10:45 PM IST

ଭୁବନେଶ୍ବର: ଅସହ୍ୟ ହେଲା ଫିଡ୍ସ ରୋଗ କଷ୍ଟ । ରୋଗରୁ ମୁକ୍ତି ନମିଳିବାରୁ ଚରମ ନିଷ୍ପତ୍ତି ନେଲେ ଯୁବତୀ । ମେଡିସିନ ଖାଇ ଅତିଷ୍ଠ ହେବା ପରେ ଶେଷରେ ଜୀବନ ହାରିଲେ ଯୁବତୀ । ସୁଇସାଇଡ ନୋଟ ଲେଖି ଆତ୍ମହତ୍ୟା କଲେ ରୋଗରେ ପୀଡିତା ଯୁବତୀ । ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ଭୁବନେଶ୍ବର ଖଣ୍ଡଗିରି ଥାନା ଅଞ୍ଚଳରେ । ମୃତ ଯୁବତୀ ଜଣଙ୍କ ହେଉଛନ୍ତି ପୁରୀ ଗୋପ ଅଞ୍ଚଳର ତିରିପଦାଗଡ଼ ଗ୍ରାମର ଦୀପ୍ତି ପାଣି । ପୋଲିସ ହଷ୍ଟେଲରୁ ଏକ ସୁଇସାଇଡ ନୋଟ ମଧ୍ୟ ଜବତ କରିଛି । ଯେଉଁଥିରେ ମେଡିସିନ ଖାଇ ଖାଇ ମୁଁ ଆଉ ପାରୁନି ବୋଲି ଲେଖିଥିଲେ ଯୁବତୀ ଜଣଙ୍କ ।

ଏହା ମଧ୍ୟ ପଢନ୍ତୁ-ପ୍ରକାଶ ପାଇଲା ଓଜେଏସ ପରୀକ୍ଷା ଫଳ, ଆଦ୍ୟାଶା ମିଶ୍ର ଟପ୍ପର

ମିଳିଥିବା ସୂଚନା ଅନୁୟାୟୀ ଦୀପ୍ତି ପାଣି ଖଣ୍ଡଗିରି ବାରଭୁଜାରେ ଏକ ଘରୋଇ କମ୍ପାନୀରେ ଚାକିରୀ କରୁଥିଲେ । ସେ ଖଣ୍ଡଗିରି ଥାନା ଅଞ୍ଚଳର ଏକ ହଷ୍ଟେଲରେ ରହୁଥିଲେ । କିଛି ଦିନ ହେଲା ସେ ଫିଡ୍ସ ରୋଗରେ ପୀଡିତ ଥିଲେ । ଭଲ ହେବା ପାଇଁ ମେଡିସିନ ମଧ୍ୟ ଖାଉଥିଲେ । କିନ୍ତୁ ରୋଗ କଷ୍ଟରୁ ମୁକ୍ତି ପାଇପାରୁନଥିଲେ ଯୁବତୀ ଜଣଙ୍କ । ରୋଗ କଷ୍ଟରେ ଜର୍ଜରିତ ହୋଇ ଶେଷରେ ସେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଲେ । ସେ ରହୁଥିବା ହଷ୍ଟେଲରେ ଶେଷରେ ରୋଗ କଷ୍ଟରୁ ମୁକ୍ତି ପାଇଁ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ଆରମ୍ଭ ହେବ ୭୫୪୦ ହାଇସ୍କୁଲ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା

ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛି । ଏହାପରେ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଥିବା ଜଣାପଡିଛି । ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ତେବେ କେତେ ଦିନ ଧରି ଏହି ରୋଗରେ ପୀଡିତ ଥିଲେ ସେନେଇ କିଛି ସ୍ପଷ୍ଟ ସୂଚନା ହସ୍ତଗତ ହୋଇନାହିଁ । ମୃତ ଯୁବତୀଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 11, 2022, 10:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.