ETV Bharat / state

ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଦୁଷ୍କର୍ମ ! ଅଭିଯୁକ୍ତ ଠିକାଦାର ଅଟକ - ଦୁଷ୍କର୍ମ ଅଭିଯୋଗ ପରେ ଅଭିଯୁକ୍ତ ଠିକାଦାର ଅଟକ

ସରକାରୀ ଜମିରେ ଅସହାୟ ଯୁବତୀଙ୍କ ପାଇଁ ଘର ତୋଳିଦେବା ସହ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କଲା ଠିକାଦାର । ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ଠିକାଦାରକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଅଧିକ ପଢ଼ନ୍ତୁ

ଖୋର୍ଦ୍ଧାରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ
ଖୋର୍ଦ୍ଧାରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ
author img

By

Published : Jan 28, 2023, 10:12 PM IST

ଖୋର୍ଦ୍ଧା: ଆଦର୍ଶ ଥାନା ଅନ୍ତର୍ଗତ 12 ନମ୍ବର ୱାର୍ଡରେ ଏକ ଅଭାବନୀୟ ଘଟଣା ଦେଖାଯାଇଛି । ଜନୈକ ଯୁବତୀଙ୍କୁ ଜଣେ ଠିକାଦାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୋଲିସ୍ ଅଭିଯୁକ୍ତ ଯୁବକ ନାସିରକୁ ଅଟକ ରଖି ପଚରାଉଚରା ଜାରି ରଖିଥିବା ଜଣାପଡିଛି । ଅଭିଯୁକ୍ତ ଠିକାଦାର ପଶ୍ଚିମବଙ୍ଗର ହୋଇଥିବାବେଳେ ସେ ଏଠାରେ ରହି ଠିକାରେ ଘର ନିର୍ମାଣ କରୁଥିବା ଜଣାପଡ଼ିଛି ।

ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ସେ ପ୍ରାୟ 10ରୁ 12 ବର୍ଷ ଧରି ମାଉସୀ ଘରେ ରହୁଥିଲେ । ସେଠାରେ ରହି ସେ ଅନ୍ୟ ଘରେ କାମ କରନ୍ତି । ତେବେ ସେ 12 ନମ୍ବର ୱାର୍ଡରେ ଏକ ସରକାରୀ ଜମି ଜବରଦଖଲ କରିଥିଲେ । ମାତ୍ର ଉକ୍ତ ଜମି ଉପରେ ଘର ତୋଳିବାକୁ ପ୍ରତିବନ୍ଧକ ସାଜିଥିଲା ଅର୍ଥ । ଏହାର ସୁଯୋଗ ନେଇ ସେଠାରେ ବସବାସ କରୁଥିବା ଜଣେ ମହିଳା ଜବର ଦଖଲ ଜମିକୁ ଭାଗ କରିବାକୁ କହିଥିଲା । ଏହାପରେ ସେ ଅଧା ଜମିରେ ସମ୍ପୃକ୍ତ ମହିଳାଙ୍କ ଘରେ ରହୁଥିବା ଠିକାଦାର ନାସିର ନିଜ ହାତରୁ ଅର୍ଥ ଖର୍ଚ୍ଚ କରି ଘର ତୋଳିବାକୁ କହିଥିଲା । ଏହାସହ ବଳକା ଜମି ଉପରେ ପୀଡ଼ାତାଙ୍କ ପାଇଁ ମଧ୍ୟ ଘର ତୋଳିବାକୁ ଟଙ୍କା ଦେବାକୁ କହିଥିଲା ।

ତେବେ ଘର ଅଧା ତୋଳା ହୋଇଥିବାବେଳେ 25 ତାରିଖ ରାତିରେ ଅଭିଯୁକ୍ତ ନାସିର ଯୁବତୀ ରହୁଥିବା ଘରକୁ ଯାଇ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଥିଲା । ଏହାପରେ ନାସିର ଫେରାର ହୋଇଯାଇଥିଲା । ଏ ସମ୍ପର୍କରେ ଯୁବତୀ ମହିଳାଙ୍କୁ ଜଣାଇବା ପରେ ସେ କିଛି ପାଇବାକୁ ହେଲେ କିଛି ଦେବାକୁ ପଡ଼ିବ ବୋଲି କହିଥିଲେ । ଯାହାପରେ ଯୁବତୀ ଗତ 26 ତାରିଖରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହା ଜାଣି ସ୍ଥାନୀୟ ଅଞ୍ଚଳର ଲୋକେ ତାକୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରବର୍ତ୍ତୀ ସମୟରେ ଯୁବତୀ ଥାନାରେ ଅଭିଯୋଗ କରିଥିଲେ । ପୋଲିସ୍ ଏ ଘଟଣାରେ ନାସିରକୁ ଅଟକ ରଖି ପଚରାଉଚରା ଜାରି ରଖିଥିବା ଜଣାପଡ଼ିଛି । ଅଭିଯୁକ୍ତି ପଶ୍ଚିମବଙ୍ଗର ହୋଇଥିବାବେଳେ ଏଠାରେ ଠିକାରେ ଘର ନିର୍ମାଣ କରୁଥିବା ଜଣାପଡ଼ିଛି ।

ଇଟିଭି ଭାରତ, ଖୋର୍ଦ୍ଧା

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.