ETV Bharat / state

Year Ender 2022: ବିଦାୟୀ ବର୍ଷ ଥିଲା ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ବଡ ଚ୍ୟାଲେଞ୍ଜ

ସ୍ବାସ୍ଥ୍ୟ କ୍ଷେତ୍ରରେ 2022 ବର୍ଷ ଥିଲା ରାଜ୍ୟ ପାଇଁ ଏକ ଚ୍ୟାଲେଞ୍ଜପୂର୍ଣ୍ଣ ବର୍ଷ । ତେବେ 2022 ମସିହାରେ ରାଜ୍ୟରେ ସ୍ବାସ୍ଥ୍ୟ କ୍ଷେତ୍ରରେ ସଫଳତା ଓ ବିଫଳତା ଦେଖିବାକୁ ମିଳିଥିଲା । ଏନେଇ ଆମର ବିଶେଷ ଉପସ୍ଥାପନା...

year ender 2022
year ender 2022
author img

By

Published : Dec 27, 2022, 10:20 PM IST

ଭୁବନେଶ୍ବର: ଆଉ କିଛିଦିନର ଅପେକ୍ଷା ପରେ ଶେଷ ହୋଇଯିବ 2022 ବର୍ଷ । ପୁଣି କେତେ ନୂଆ ଆଶା, ଉଦ୍ଦିପନାକୁ ନେଇ ଆସିବ ବର୍ଷ 2023 । ସେହି ଦିନକୁ ଏବେ ଉତ୍ସାହର ସହ ଚାହିଁ ବସିଛନ୍ତି ବିଶ୍ବବାସୀ । କିନ୍ତୁ ରାଜ୍ୟରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଘଟିଥିବା ସଫଳତା ଓ ବିଫଳତା ସବୁଦିନ ପାଇଁ ମନେ ରହିବ। ତେବେ ବିଶେଷ ଭାବରେ ରାଜ୍ୟରେ 2022 ବର୍ଷ ଆରମ୍ଭରୁ କାରୋନା ରହିଥିଲେ ମଧ୍ୟ ସଂକ୍ରମଣ କମିଥିଲା । ଯାହା ଫଳରେ ସମସ୍ତ କଟକଣା ଆଧାରରେ ଶିକ୍ଷାନୁଷ୍ଠାନ, ବିଭିନ୍ନ କାର୍ଯ୍ୟାଳୟ ଖୋଲିଥିଲା । ଏହା ସହ ରାଜ୍ୟରେ ଲାଗିରହିଥିଲା ହଇଜା ଭଳି ରୋଗ । ଯାହା ଅନେକଙ୍କୁ ମୃତ୍ୟୁ ମୁଖରେ ପକାଇଥିଲା । ରାଜ୍ୟରେ କରୋନା ପରିଚାଳନା ସହ ରାଜ୍ୟରେ ଅଧିକରୁ ଅଧିକ ଖୋଲିବ କ୍ୟାନ୍ସର ହସ୍ପିଟାଲ, ଖୋଲିଲା ମେଡିକାଲ କଲେଜ, ଗର୍ଭପାତ ପାଇଁ ଉଦ୍ଦିଷ୍ଟ ମେଡିକାଲ ବୋର୍ଡ, ଲେବୁଲ୍‍-3 ଟ୍ରାମା କେୟାର ସେଣ୍ଟର, ଡାକ୍ତର ନିଯୁକ୍ତି ଏବଂ ଶିଶୁ ମାତୃ ମୃତ୍ୟୁ ହାର ମଧ୍ୟ କମି ପାରିବା ଭଳି ରାଜ୍ୟ ସରକାର ଅନେକ ସଫଳତା ପାଇଥିବା ବେଳେ ଅନେକ ସମୟରେ ସ୍ବାସ୍ଥ୍ୟ କ୍ଷେତ୍ରରେ ବା ସେବାରେ ନଗ୍ନ ଚିତ୍ର ଦେଖିବାକୁ ମିଳିଛି । ତେବେ ଅଧିକ ତଥ୍ୟ ଜାଣନ୍ତୁ ଆମର ସ୍ବତନ୍ତ୍ର ଉପସ୍ଥାପନା ଫର୍ଦ୍ଦ-2022ରେ...

କାରୋନା ଭୟ
କାରୋନା ଭୟ

1. ବର୍ଷ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କାରୋନା ଭୟ

ବର୍ଷ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କରୋନା ଭୟ ରହିଥିଲା । ବର୍ଷ ଆରମ୍ଭରେ ରାଜ୍ୟରେ କାରୋନା ସଂକ୍ରମଣ ରହିଥିଲେ ମଧ୍ୟ ସେତେଟା ସଂକ୍ରମଣର ଭୟ ଆତଙ୍କିତ କରି ନ ଥିଲା। ଯାହା ଫଳରେ କଟକଣା ରେ କୋହୋଳ ମଧ୍ୟ ହୋଇଥିଲା । ସମସ୍ତ ଶିକ୍ଷାନୁଷ୍ଠାନ, ବିଭିନ୍ନ କାର୍ଯ୍ୟଳୟ ଖୋଲାଯାଇଥିଲା ଏବଂ ସବୁଠି ପଚାଶ ପ୍ରତିଶତ କର୍ମଚାରୀମାନେ କାର୍ଯ୍ୟ କରିଥିଲେ । କିନ୍ତୁ ବର୍ଷ ଶେଷ ବେଳକୁ ପୁଣି ଥରେ ସଂକ୍ରମଣ ଭୟର ରୂପ ନେଇଥିବା ବେଳେ ଦେଶରେ ବା ରାଜ୍ୟରେ ସେଭଳି ପରିସ୍ଥିତି ସୃଷ୍ଟି ହୋଇ ନଥିବା ଦେଖାଯାଇଛି ।

2. ‘‘ସୁସ୍ଥ ଓଡ଼ିଶା-ସୁଖୀ ଓଡ଼ିଶା’’

‘‘ସୁସ୍ଥ ଓଡ଼ିଶା-ସୁଖୀ ଓଡ଼ିଶା’’ ର ସଫଳ ରୂପାୟନ ଦିଗରେ ବଡ ପଦକ୍ଷେପ । ରାଜ୍ୟ ସରକାର ଓଡ଼ିଶା ବାହାରେ ଥିବା 103 ଟି ସୁପର ସ୍ପେସାଲିଟି ହସ୍ପିଟାଲକୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରିଛନ୍ତି। ଏହା ସହ ଚଳିତ ବର୍ଷ ନଭେମ୍ବର ମାସରେ 4500 ଜଣ ଓଡ଼ିଆ ଲୋକ ଦେୟ ମୁକ୍ତ ଚିକିତ୍ସା ପାଇଛନ୍ତି। ଜାନୁଆରୀ ରୁ ନଭେମ୍ବର ମାସ ମଧ୍ୟରେ ସମୁଦାୟ 28 ହଜାର ଓଡ଼ିଆଙ୍କର ବାହାର ରାଜ୍ୟର ହସ୍ପିଟାଲ ମାନଙ୍କରେ ମାଗଣା ଚିକିତ୍ସା ହୋଇଛନ୍ତି। ଏହି ବାବଦରେ ରାଜ୍ୟ ସରକାର ପ୍ରାୟ 39 କୋଟି ଟଙ୍କାର ବିଲ୍ ପୈଠ କରିଛନ୍ତି। ଚଳିତବର୍ଷ ନଭେମ୍ବର ଶେଷ ସୁଦ୍ଧା ରାଜ୍ୟ ବାହାରେ ଥିବା ଉଚ୍ଚମାନର 103 ଟି ସୁପର ସ୍ପେସାଲିଟି ହସ୍ପିଟାଲରେ ବି.ଏସ୍.କେ.ୱାଇ ତାଲିକା ଅନ୍ତର୍ଭୁକ୍ତ କରାଯାଇଛି ।

3. ଶିଶୁ ମାତୃ ମୃତ୍ୟୁହାରରେ ହ୍ରାସ

ଶିଶୁ ମାତୃ ମୃତ୍ୟୁ ହ୍ରାସରେ ଓଡିଶା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି। 2005 ମସିହାରେ 2020 ମସିହା ମଧ୍ୟରେ ରାଜ୍ୟରେ ଆଇ ଏମ ଆରରେ 39 ପଏଣ୍ଟ ହ୍ରାସ ଘଟିଛି। ରାଜ୍ୟରେ ଶିଶୁ ମୃତ୍ୟୁ ହାର ପ୍ରତି ଏକ ହଜାରରେ 36 କୁ କମିଛି। ଏବେ ପ୍ରସୂତି ଓ ନବଜାତ ଶିଶୁଙ୍କୁ 48 ଘଣ୍ଟା ସ୍ବାସ୍ଥ୍ୟସେବା ମିଳିପାରୁଛି। ଏଥିଲାଗି ରାଜ୍ୟରେ 74 ଟି ମାତୃ ଓ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ହୋଇଛି। ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ନବଜାତ ଶିଶୁଙ୍କ ଯତ୍ନ ଓ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ 48 ରୁ ଅଧିକ ଆଶାକର୍ମୀ ନିୟୋଜିତ ଅଛନ୍ତି। ରାଜ୍ୟରେ ଏବେ 44 ଟି ସ୍ବତନ୍ତ୍ର ନବଜାତ ସ୍ବାସ୍ଥ୍ୟସେବା କେନ୍ଦ୍ର କାର୍ଯ୍ୟ କରୁଛି। ଏଠାରେ ଜନ୍ମ ପରବର୍ତ୍ତୀ ମୃତ୍ୟୁହାର ଓ ମସ୍ତିଷ୍କର କ୍ଷତିକୁ ରୋକିବା ପାଇଁ ସମସ୍ତ ପ୍ରକାର ସୁବିଧା ରହିଛି।

4. ନବଦମ୍ପତିଙ୍କୁ ବିବାହ ଗିଫ୍ଟ

ନବ ଦମ୍ପତିଙ୍କୁ ସରକାରୀ ଉପହାର। ନବ ବିବାହିତଙ୍କୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯିବ ଏକ ଉପହାର । ଯାହାକୁ କୁହାଯାଉଥିଲା “ନବଦମ୍ପତି ଗିଫ୍ଟ”। ଯେଉଁ ଗିଫ୍ଟ ପ୍ୟାକେଟରେ ରହିଛି 2ଟି ଟାୱେଲ, ନେଲ କଟର , ଆଇନା,ପାନିଆ, ଟିକିଲି, ରୁମାଲ ସହ ପରିବାର ନିୟୋଜନ କିଟ । ଏହି ପରିବାର ନିୟୋଜନ କିଟରେ ନିରୋଧକ, ଓରାଲ କଣ୍ଟ୍ରା ସେପଟିକ ପିଲ , ପ୍ରେଗନେନ୍ସି ଟେଷ୍ଟିଂ କୀଟ, ଏମରଜେନ୍ସି କଣ୍ଟ୍ରା ସେପ୍ଟିକ ପିଲସ ଓ ବିବାହ ପଞ୍ଜିକରଣ ଫର୍ମ ରହିଛି। ଯାହା ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ନବଦମ୍ପତିଙ୍କୁ ବିବାହ ଉପହାର ଯୋଜନା ଆରମ୍ଭ ହେଉଛି। କିନ୍ତୁ ଏ ପର୍ଯ୍ୟନ୍ତ ନବଦମ୍ପତି ଗିଫ୍ଟ ଦିଆଯାଇ ପାରିଲା ନାହିଁ। ଏହାର ମୂଳ ଉଦେଶ୍ୟ ଥିଲା, ନବଦମ୍ପତିଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା। ନବଦମ୍ପତିମାନେ ବିଳମ୍ବରେ ପ୍ରଥମ ସନ୍ତାନ ଓ ଦ୍ବିତୀୟ ସନ୍ତାନ ଲାଗି ଅତିକମରେ 2 ବର୍ଷର ବ୍ୟବଧାନ ରଖିବା ଆଦି ମୂଳ ଉଦେଶ୍ୟ ରହିଥିଲା ।

5. ଦେଶର ଶ୍ରେଷ୍ଠ 20 ମେଡିକାଲ କଲେଜ ମଧ୍ୟରେ ଭୁବନେଶ୍ଵର ଏମ୍ସ

ଦେଶର ଶ୍ରେଷ୍ଠ 20 ମେଡିକାଲ କଲେଜ ମଧ୍ୟରେ ସ୍ଥାନ ପାଇଥିଲା ଏମ୍ସ ଭୁବନେଶ୍ୱର। ଅନ୍ୟ ଏମ୍ସ ହସ୍ପିଟାଲ ତୁଳନାରେ ଭୁବନେଶ୍ଵର ଏମ୍ସ ଭଲ ପ୍ରଦର୍ଶନ କରି ସଫଳତା ହାସଲ କରିଛି। ପ୍ରଥମ ଥର ପାଇଁ ପ୍ରତିଷ୍ଠାନକୁ ଏହି ସଫଳତା ମିଳିଛି। ‘ଇଣ୍ଟେକ୍ କ୍ବାଲିଟି ଆଣ୍ଡ ଗଭର୍ନାନ୍ସ’, ‘ଏକାଡେମୀକ ଉତ୍କର୍ଷତା’, ‘ଭିତ୍ତିଭୂମି ଏବଂ ଅଭିଜ୍ଞତା’, ‘ବ୍ୟକ୍ତିତ୍ୱ ଏବଂ ନେତୃତ୍ୱ ବିକାଶ’, ‘ବୃତ୍ତିଗତ ଉନ୍ନତି ଏବଂ ପ୍ଲେସମେଣ୍ଟ ଆଦି ଭଳି ପାଞ୍ଚଟି କାରଣ ଯୋଗୁଁ ମିଳିଥିଲା ବଡ ସଫଳତା। ଏହା ସତ୍ତ୍ବେ ଏକ ବର୍ଷ ମଧ୍ୟରେ ଏମ୍ସକୁ ପ୍ରାୟ ଏକ ଲକ୍ଷ ରୋଗୀ ଆସିଛନ୍ତି।

6. Teaching ହସ୍ପିଟାଲ ଭାବେ ଘୋଷଣା ହେଲା କ୍ୟାପିଟାଲ ହସ୍ପିଟାଲ

ଟିଚିଂ ହସ୍ପିଟାଲ ଭାବେ ଘୋଷଣା ହେଲା କ୍ୟାପିଟାଲ ହସ୍ପିଟାଲ। କ୍ୟାପିଟାଲ ହସ୍ପିଟାଲକୁ ମଡେଲ ହସ୍ପିଟାଲରେ ପରିଣତ କରିବା ସହ ଆଗାମୀ 50 ବର୍ଷକୁ ଦୃଷ୍ଟିରେ ରଖି ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ଆଗାମୀ ବର୍ଷଠାରୁ ଏଠାରେ ଆରମ୍ଭ ହେବ ଡାକ୍ତରୀ ପାଠପଢ଼ା । ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ଏଜୁକେସନ୍ ଆଣ୍ଡ ରିସର୍ଚ ଆଣ୍ଡ କ୍ୟାପିଟାଲ୍ ହସ୍ପିଟାଲ ନାମରେ (PG Institute of Medical Education and Research and capital hospital) ପରିବର୍ତ୍ତନ ହୋଇଥିବା ବେଳେ ବଦଳିଛି ହସ୍ପିଟାଲର ଭିତ୍ତିଭୂମି ।

ନକଲି ଔଷଧ
ନକଲି ଔଷଧ

7. ବଜାରରେ ପୁଳା ପୁଳା ନକଲି ଔଷଧ

ବଜାରରେ ବୁଲୁଛି ପୁଳା ପୁଳା ଡୁପ୍ଲିକେଟ୍ ମେଡିସିନ। ବଜାରରେ ଛାଇ ଗଲାଣି ନକଲି ଔଷଧ। ଦାମୀ କମ୍ପାନୀ ବ୍ରାଣ୍ଡ୍‌ରେ ଖଳ ବ୍ୟବସାୟୀ ଖେଳାଇଛନ୍ତି ନକଲି ଔଷଧ। ବିଶେଷକରି କୋଭିଡ୍‌ ମହାମାରୀ ଆରମ୍ଭ ପରଠାରୁ ଔଷଧ ବ୍ୟବସାୟ ଆକାଶଛୁଆଁ ହୋଇଥିବା ବେଳେ ଚାହିଦାର ଫାଇଦା ନେବାକୁ ଉଦ୍ୟମ କରି ଆସିଛନ୍ତି ଅସାଧୁ ବ୍ୟବସାୟୀ। ଏବେ ସ୍ଥିତି ଏମିତି ଯେ ଅଧିକାଂଶ ବିଶ୍ବାସ ଆଉ ଭରସାଯୋଗ୍ୟ ଔଷଧର ନକଲି ପ୍ରସ୍ତୁତ କରାଯାଇ ବଜାରକୁ ଛଡ଼ା ଯାଉଛି। ନକଲି ଔଷଧ ଟେଲମା-୪୦, ଟେଲମା-ଏମ ଓ ଏପରିକି ଅନେକ ଔଷଧ ନକଲି ଆସୁଛି। ବିଶେଷ କରି କଟକ ଭୁବନେଶ୍ଵର ବ୍ରହ୍ମପୁର ଆଦି ଅଞ୍ଚଳରେ ନକଲି ଔଷଧର ବ୍ୟବସାୟୀ ଧରାପଡିଛନ୍ତି। ଲକ୍ଷ ଲକ୍ଷ ଟଙ୍କାର ନକଲି ଔଷଧ ଜବତ ମଧ୍ୟ କରାଯାଇଛି।

8.ଜାତୀୟ ରାଜପଥ କଦରେ ଖୋଲିବ ଟ୍ରମା କେୟାର କେନ୍ଦ୍ର

ରାଜ୍ୟରେ ପ୍ରତିଷ୍ଠା ହେବ ଲେବୁଲ୍‍-3 ଟ୍ରମା କେୟାର ସେଣ୍ଟର। ଜାତୀୟ ରାଜପଥ ପାଶ୍ୱର୍ରେ ପ୍ରତିଷ୍ଠା ଲାଗି ସରକାର ଘୋଶୋଣା କରିଛନ୍ତି। ପ୍ରତି ଜିଲ୍ଲାରେ ଗୋଟିଏ କରି ପ୍ରତିଷ୍ଠା ଲାଗି ଯୋଜନା କରାଯାଇଛି। ସଡକ ଟ୍ରାଫିକ ଦୁର୍ଘଟଣାରେ ମୃତ୍ୟୁ ହାରରେ ଜରୁରୀକାଳୀନ ମେଡିକାଲ କେୟାର (ଟ୍ରମା କେୟାର) କୁ ମଜବୁତ କରିବାରେ ଓଡିଶା ସରକାର ଏବେ ଆଗକୁ ଆସିଛନ୍ତି। ଅଧିକ ଶକ୍ତିଶାଳୀ କରିବା ପାଇଁ ସରକାର ପ୍ରଥମ 48 ଘଣ୍ଟା ମଧ୍ୟରେ ସଡ଼କ ଟ୍ରାଫିକ୍ ଦୁର୍ଘଟଣା ଯୋଗୁଁ ଟ୍ରମା ପୀଡ଼ିତଙ୍କୁ ଚିକିତ୍ସା ଯୋଗାଇ ଦେବା ପାଇଁ ଆଉ 55 ଟି ଟ୍ରମା କେୟାର ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯାହା 30 ଟି ଜିଲ୍ଲା ରେ 55 ଟି ଟ୍ରମା କେୟାର କରାଯିବା ନେଇ ଯୋଜୋନା କରାଯାଇଛି।

9 ସ୍ବାସ୍ଥ୍ୟ ସେବାର ନଗ୍ନ ଚିତ୍ର

ସ୍ବାସ୍ଥ୍ୟ ସେବାର ନଗ୍ନ ଚିତ୍ର। ମୋବାଇଲ ଲାଇଟରେ ଚାଲିଥିଲା ରୋଗୀ ଚିକିତ୍ସା। ଡାକ୍ତରଖାନା ପରିସରରେ ଜଣେ ରୋଗୀଙ୍କୁ ଅଟୋ ଭିତରେ ମୋବାଇଲ ଲାଇଟ ରେ ଇଂଜେକସନ ଓ ସାଲାଇନ ଦେଇ ଚାଲିଥିଲା ଚିକିସା। ଏହା ପୁଣି ରାଜଧାନୀର ଉପକଣ୍ଠରେ ଥିବା ନିଆଳି ଅଞ୍ଚଳରେ ଦେଖିବାକୁ ମିଳିଥିଲା ଏଭଳି ଘଟନା। ଅନେକ ସ୍ଥାନରେ ମଧ୍ୟ ସିକ୍ୟୁରିଟି ଗାର୍ଡ ମଧ୍ୟ ରୋଗୀ ସେବା କରୁଥିବା ନଜରକୁ ଆସିଛି। ଏହା ସହ ଖଟିଆ ଓ ସଠିକ ମେଡ଼ିସିନ ସହ ସଠିକ ଚିକିସା ଅଭାବରୁ ରୋଗୀ ମୃତ୍ୟୁବରଣ କରିଥିବା ନଜରକୁ ମଧ୍ୟ ଆସିଛି।

10. ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପାଇଁ ସଞ୍ଜିବନୀ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା

ଉପାନ୍ତ ଅଞ୍ଚଳବାସୀଙ୍କ ପାଇଁ ବରଦାନ ସାଜିଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା। 32ଶହରୁ ଅଧିକ ରୋଗୀ ପାଇଲେଣି ସୁପର ସ୍ପେସାଲିଷ୍ଟ ଚିକିତ୍ସା। ସର୍ବାଧିକ ହୃଦ ରୋଗ ବିଭାଗରେ ଅଧିକ 600 ଜଣ ରୋଗୀ ବର୍ତ୍ତମାନ ସୁଧା ଡାକ୍ତରଙ୍କ ପରାମର୍ଶ ନେଇସାରିଲେଣି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର 4 ଟି ଜିଲ୍ଲାବାସୀଙ୍କୁ ଏହି ସେବା ଦିଆଯାଇଛି। ବିଶେଷଜ୍ଞ ଡାକ୍ତରଙ୍କ ଏକ ପ୍ରତିନିଧି ଦଳ ଏସବୁ ଜିଲ୍ଲାକୁ ଯାଇ ରୋଗୀଙ୍କୁ ସେବା ଯୋଗାଇଛନ୍ତି। ବିଭିନ୍ନ ବିଭାଗର ଦକ୍ଷ ଡାକ୍ତରମାନେ ଉପାନ୍ତ ଜିଲ୍ଲାର ଚିକିତ୍ସାଳୟକୁ ବିମାନ ଯୋଗେ ଯାଇ ସେଠାରେ ହୃଦରୋଗୀ, ସ୍ନାୟୁରୋଗୀ, କିଡନୀ ଓ ମୂତ୍ରାଶୟ ରୋଗୀଙ୍କ ଭଳି ସୁପର ସ୍ପେସାଲିଟି ସେବା ଆବଶ୍ୟକ କରୁଥିବା ରୋଗୀଙ୍କ ପରୀକ୍ଷା ଓ ଚିକିତ୍ସା କରୁଛନ୍ତି। ସମସ୍ତ ସୁବିଧା ସହ ଉତ୍ତମ ଡାକ୍ତର ପହଞ୍ଚାଇବା ଏବଂ ଆବଶ୍ୟକ ସ୍ଥଳେ ଏୟାରଲିଫ୍ଟ କରି ବଡ ମେଡିକାଲରେ ଭର୍ତ୍ତି କରାଇବା ପାଇଁ ଏହି ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା କାର୍ଯ୍ୟ କରୁଛି ।

ଡେଙ୍ଗୁ
ଡେଙ୍ଗୁ

11 ଆତଙ୍କ ସୃଷ୍ଟି କରିଥିଲା ମଙ୍କିପକ୍ସ, ଟମାଟୋ ଫ୍ଲୁ

ବର୍ଷ ଆରମ୍ଭରୁ ଆତଙ୍କ ଖେଳାଇଥିଲା ମଙ୍କିପକ୍ସ। ଏହାକୁ ନେଇ ରାଜ୍ୟ ସରକାର ସରଭିଲାନ୍ସ ମଧ୍ୟ କଡାକଡି କରିଥିଲେ। ଯାହାକୁ ଲୋକେ ଭୟଭୀତ ଅବସ୍ଥାରେ ରହିଥିଲେ। ବିଶେଷ କରି ହସ୍ପିଟାଲରେ ଛୋଟ ଛୁଆ ରୋଗୀ ଆସୁଛନ୍ତି ତେବେ ସେମାନଙ୍କ ଉପରେ କଡା ନଜର ରଖାଯାଇଥିଲା। ବିଶେଷ କରି ମଙ୍କି ପକ୍ସରେ ଜ୍ବର ସାଙ୍ଗକୁ ଘା ହୋଇଥାଏ। ଟମାଟୋ ଫ୍ଲୁ - ମହାମାରୀ କରୋନାର ଭୟ ଲୋକଙ୍କ ମନରୁ ଯାଇ ନଥିବା ବେଳେ ଟମାଟୋ ଫ୍ଲୁ ସମସ୍ତଙ୍କ ଚିନ୍ତା ବଢ଼ାଇଥିଲା। ଦେଶରେ ରହସ୍ୟମୟ ଟମାଟୋ ଫ୍ଲୁ ଯୋଗୁ ଲୋକେ ଆତଙ୍କିତ ପଡିଥିଲେ। ଯାହା ଅଧିକାଂଶ ଆକ୍ରାନ୍ତ ବୟସ ପ୍ରାୟ 5 ବର୍ଷରୁ କମ। ଟମାଟୋ ଫ୍ଲୁର ଲକ୍ଷଣ ଚିକୁନଗୁନିୟା ରୋଗ ସହ ପ୍ରାୟ ସମାନ। ଟମାଟୋ ଫ୍ଲୁ ଯୋଗୁ ଅତ୍ୟଧିକ ଜ୍ବର, ଶରୀର ଘୋଳାବିନ୍ଧା, ଆଣ୍ଠୁଗଣ୍ଠି ଫୁଲିବା ଭଳି ଲକ୍ଷଣ ଦେଖାଯାଏ। ସେହିପରି ଛୋଟ ପିଲାଙ୍କ ଶରୀରରେ ଆଲର୍ଜି ଭଳି କିଛି ଫଳିବା ସହ ନାଲି ଦାଗ ସୃଷ୍ଟି ହୋଇଥାଏ।

ଟମାଟୋ ଫ୍ଲୁ
ଟମାଟୋ ଫ୍ଲୁ

12. ରାଜ୍ୟରେ ସାଂଘାତିକ ହୋଇଥିଲା ହଇଜା ଓ ଡେଙ୍ଗୁ

ରାଜ୍ୟରେ ସାଂଘାତିକ ଅବସ୍ଥାରେ ଥିଲା ହଇଜା। ସାମନାକୁ ଆସିଥିଲା କାଶୀପୁର ହଇଜାର ଅସଲ ଚିତ୍ର। ପଦାରେ ପଡିଥିଲା ଜିଲ୍ଲା ପ୍ରଶାସନର କାର୍ଯ୍ୟ। ବର୍ଷା ଦିନ ହେଲେ ଝାଡ଼ାବାନ୍ତି ରୋଗ ବଢେ। ବିଶେଷଭାବରେ ଦକ୍ଷିଣ ଓଡିଶାର ଜିଲ୍ଲା ଗୁଡ଼ିକରେ ବିପଦ ଅଧିକ ଥାଏ । କାଶୀପୁର, କୋରାପୁଟ ଓ ନବରଙ୍ଗପୁର ଆଦି ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିଛି। ଅନେକଙ୍କ ସଂଖ୍ୟାରେ ଲୋକଙ୍କର ମୃତ୍ୟୁ ଘଟଛି। ଯାହା ଫଳର ସ୍ବାସ୍ଥ୍ୟ ବିଭାଗର ଏକ ଟିମ ଗଠନ ହୋଇଥିଲା। ଘଟଣା ସ୍ଥଳରେ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ମାନେ ଯାଇଆ ସ୍ଥିତି ଅନୁଧାନ ମଧ୍ୟ କରିଥିଲେ। ଏହାକୁ ନେଇ ମଧ୍ୟ ରାଜ୍ୟରେ ଚର୍ଚ୍ଚାରେ ରହିଥିଲା। ଡେଙ୍ଗୁ- ରାଜ୍ୟରେ ଡେଙ୍ଗୁ ମ୍ୟାଲେରିଆ କୁ ନେଇ ଅନେକ ଯୋଜୋନା କରାଯାଉଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅନେକ ପଦକ୍ଷେପ ନେଉଛି। ରାଜ୍ୟରେ ନିୟମିତ ଭାବେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଘଟିଥିଲା। ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। 2021 ତୁଳନାରେ 2022 ମସିହାରେ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି।

13. ଓଡ଼ିଶାରେ ବାଧ୍ୟତାମୂଳକ ହେଲା ‘କ୍ୟାନସର ରୋଗୀ’ଙ୍କ ଡାଟାବେସ

କ୍ୟାନସର ପୀଡ଼ିତ ହେଉଥିବା ପ୍ରତ୍ୟେକ ରୋଗୀଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ ବାଧ୍ୟତାମୂଳକ ହୋଇଛି । ରାଜ୍ୟର ସମସ୍ତ ପ୍ରକାରର ସରକାରୀ ଓ ଘରୋଇ ହସ୍ପିଟାଲ, ପାଥୋଲୋଜି ସମେତ ଇଏସଆଇ, ରେଳବାଇ, ଆର୍ମି ଓ ଶିଳ୍ପାନୁଷ୍ଠାନ ଦ୍ବାରା ପରିଚାଳିତ ହସ୍ପିଟାଲଗୁଡ଼ିକ ସେମାନଙ୍କ ପାଖକୁ ଆସୁଥିବା କ୍ୟାନସର ରୋଗୀଙ୍କ ସମ୍ପର୍କରେ ତଥ୍ୟ ଦେବାକୁ ବାଧ୍ୟ । ଏଥିପାଇଁ ରାଜ୍ୟ ସରକାର କ୍ୟାନସରକୁ ‘ରିପୋର୍ଟ ଯୋଗ୍ୟ ରୋଗ’ ଭାବେ ଘୋଷଣା କରିବା ସହ ସମସ୍ତ ମେଡିକାଲ ପ୍ରତିଷ୍ଠାନ,ଡାକ୍ତର ଓ ପାଥୋଲୋଜିଷ୍ଟମାନେ ସେମାନଙ୍କ ପାଖକୁ ଆସୁଥିବା କ୍ୟାନସର ରୋଗୀଙ୍କ ସମ୍ପର୍କରେ ରିଏଲ ଟାଇମ୍ ଡାଟା ପ୍ରସ୍ତୁତ କରିବେ ତଥା କ୍ୟାନସର ଚିହ୍ନଟ ହେବାର ଅତିବେଶୀରେ ୨ ସପ୍ତାହ ମଧ୍ୟରେ ଏନେଇ ଭୁବନେଶ୍ବରର ନାଇଜର କ୍ୟାମ୍ପସରେ ଟାଟା ମୋମେରିଆଲ ସେଂଟର ସହଯୋଗରେ ଆରମ୍ଭ ହୋଇଥିବା ଜନସଂଖ୍ୟା ଆଧାରିତ କ୍ୟାନସର ପଞ୍ଜିକା(ପିବିସିଆର)କୁ ଅବଗତ କରାଇବେ ।

କ୍ୟାନସର ମହୌଷଧି
କ୍ୟାନସର ମହୌଷଧି
କ୍ୟାନସର
କ୍ୟାନସର

14.କ୍ୟାନସର ମହୌଷଧି

ମଇଁଷି କ୍ଷୀର ମହୌଷଧି ! କ୍ୟାନସରର ରାମବାଣ ସାଜିବ କି ଚିଲିକା ମଇଁଷି କ୍ଷୀର। ଚିଲିକା ଅଞ୍ଚଳର ମଇଁଷି କ୍ଷୀରରେ ରହିଛି ମଣିଷ ଶରୀର ପାଇଁ ଆବଶ୍ୟକ ଉପାଦେୟ ଉପାଦନ । ଏହି ଅଞ୍ଚଳର ମଇଁଷି କ୍ଷୀରରୁ ମାରାତ୍ମକ କ୍ୟାନସର ପ୍ରତିରୋଧୀ ଔଷଧ ପ୍ରସ୍ତୁତ ଉପରେ ଗବେଷଣା ବି ଚାଲିଛି । ରିପୋର୍ଟ ଅନୁସାରେ ଚିଲିକା ଅଞ୍ଚଳରେ ଦେଖାଯାଉଥିବା ମଇଁଷି ସ୍ବତନ୍ତ୍ର ଓ ବିରଳ । ଏମାନଙ୍କ କ୍ଷୀରରେ ରହିଛି ବହୁ ରୋଗ ପ୍ରତିରୋଧୀ ବ୍ୟାକ୍ଟେରିଆ।

ସ୍ଵାସ୍ଥ୍ୟ କ୍ଷେତ୍ରରେ ଡାକ୍ତର ନିଯୁକ୍ତି
ସ୍ଵାସ୍ଥ୍ୟ କ୍ଷେତ୍ରରେ ଡାକ୍ତର ନିଯୁକ୍ତି

15. ସ୍ଵାସ୍ଥ୍ୟ କ୍ଷେତ୍ରରେ ଡାକ୍ତର ନିଯୁକ୍ତି

ରାଜ୍ୟ ସରକାର 377 ପିଜି ଡାକ୍ତରଙ୍କୁ ନିଯୁକ୍ତି ପାଇଛନ୍ତି। କ୍ୟାପିଟାଲ ହସ୍ପିଟାଲ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲା ମେଡିକାଲ ଏବଂ ମେଡିକାଲ କଲେଜରେ ଡାକ୍ତରମାନଙ୍କୁ ନିଯୁକ୍ତି ମିଳିଛି। ବିଶେଷ କରି ମେଡିକାଲ କଲେଜ ସମେତ ଉପାନ୍ତ ଏବଂ ଆଦିବାସୀ ବହୁଳ ଜିଲ୍ଲାକୁ ନିଯୁକ୍ତି କ୍ଷେତ୍ରରେ ପ୍ରଧାନ୍ୟ ଦିଆଯାଇଛି। ଇଏନ୍‍ଟି, ଜେନେରାଲ ମେଡିସିନ୍‍, ସ୍ତ୍ରୀ ଓ ପ୍ରସୂତି, ଶିଶୁ ରୋଗ, ଗାଏନୋଲୋଜି ଅଙ୍କୋଲୋଜି, ରେଡିଓଥେରାପି, ସର୍ଜିକାଲ ଅଙ୍କୋଲୋଜି, ଆନେସ୍ଥେସିଓଲୋଜି, ଚର୍ମ, ଫାର୍ମାକଲୋଜି, ଜେନେରାଲ ସର୍ଜରୀ, ଚକ୍ଷୁ, ନେଫ୍ରୋଲୋଜି, ମାନସିକ ରୋଗ, ବାୟୋକେମିଷ୍ଟ୍ରି, ଅସ୍ଥିଶଲ୍ୟ ଆଦି ବିଭାଗରେ ସ୍ନାତକୋତ୍ତର ପାଠ୍ୟକ୍ରମ ଶେଷ କରିଥିବା ଏହି ଡ଼ାକ୍ତରମାନଙ୍କ ନିଯୁକ୍ତି ଦିଆଯାଇଛି। ରାଜ୍ୟ ସରକାର 358 ଏଲୋପାଥିକ୍‍ ମେଡିକାଲ ଅଫିସର, 116 ହୋମିଓପାଥିକ୍‍ ମେଡିକାଲ ଅଫିସର ଏବଂ 36 ହୋମିଓପାଥିକ୍‍ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.