ETV Bharat / state

ରାଜଧାନୀରେ ହିଟ୍ ଆଣ୍ଡ ରନ୍: ପର୍ଯ୍ୟଟକଙ୍କ ଉପରେ ମାଡ଼ିଗଲା ଦ୍ରୁତଗାମୀ କାର, ଘଟଣାସ୍ଥଳରେ ଶିକ୍ଷୟିତ୍ରୀ ମୃତ

author img

By ETV Bharat Odisha Team

Published : Nov 13, 2023, 2:05 PM IST

Updated : Nov 13, 2023, 3:17 PM IST

Hit and run incident: ଲିଙ୍ଗରାଜ ମନ୍ଦିର ପରିସରରେ ଦୁର୍ଘଟଣା । ମହିଳାଙ୍କ ଉପରେ ମାଡିଗଲା ଦ୍ରୁତଗାମୀ କାର । ଅଧିକ ପଢନ୍ତୁ

Etv Bharat
Etv Bharat
ରାଜଧାନୀରେ ହିଟ୍ ଆଣ୍ଡ ରନ୍

ଭୁବନେଶ୍ବର: ରାଜଧାନୀରେ ସାମ୍ନାକୁ ଆସିଲା ହିଟ୍ ଆଣ୍ଡ ରନ୍ ଘଟଣା । ପର୍ଯ୍ୟଟକଙ୍କ ଉପରକୁ ମାଡି ଗଲା ଦ୍ରୁତଗାମୀ କାର । ସ୍ବାମୀ ଓ ଝିଅ ଆଗରେ ଚାଲିଗଲା ମହିଳାଙ୍କ ଜୀବନ । କାର ଧକ୍କାରେ ମୃତ ମହିଳାଙ୍କ ସ୍ବାମୀ ଓ ଝିଅ ଆହତ ହୋଇଛନ୍ତି । ଲିଙ୍ଗରାଜ ମନ୍ଦିର ପାଖରେ ଏହି ଦୁର୍ଘଟଣା ଘଟିଛି । ମୃତକ ହେଉଛନ୍ତି ବ୍ରହ୍ମପୁର ତୁଳସୀ ନଗରର ସୁଲୋଚନା ମହାନ୍ତି । ସେ ପେସାରେ ଜଣେ ଶିକ୍ଷୟିତ୍ରୀ । ଲିଙ୍ଗାରଜ ମନ୍ଦିର ବୁଲିବାକୁ ଆସିଥିବା ବେଳେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି । ଏନେଇ କମିଶନରେଟ ପୋଲିସ ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ବ୍ରହ୍ମପୁର ତୁଳସୀ ନଗରର ଜୁରିନାଥ ବେବର୍ତ୍ତା ତାଙ୍କ ପତ୍ନୀ ସୁଲୋଚନା ମହାନ୍ତି ଓ ଝିଅକୁ ନେଇ ଶ୍ରାଦ୍ଧ ଓ ବଡବଡୁଆ ଡାକିବା ପାଇଁ ଲିଙ୍ଗରାଜ ମନ୍ଦିରକୁ ଆସିଥିଲେ । ବଡବଡୁଆ ଡାକି ମନ୍ଦିର ଚାରିପାଖେ ବୁଲୁଥିଲେ । ଏହି ସମୟରେ ଏକ କାର ହଠାତ୍ ପଛୁ ପଟୁ ଆସି ତିନି ଜଣଙ୍କୁ ଧକ୍କା ଦେଇଥିଲା । ମହିଳାଙ୍କ ଉପରେ କାରଟି ସମ୍ପୂର୍ଣ୍ଣ ମାଡ଼ି ଯାଇଥିବା ବେଳେ ତାଙ୍କ ସ୍ବାମୀ ଓ ଝିଅ ଛିଟିକି ହୋଇ ପଡ଼ିଥିଲେ । ଦୁର୍ଘଟଣା ପରେ ତୁରନ୍ତ ଗାଡି ଛାଡି ଡ୍ରାଇଭର ଫେରାର ହୋଇଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ଗାନ୍ଧି ମାର୍ଗରେ ମୃତଦେହ: ହିଟ୍ ଆଣ୍ଡ ରନ୍ ନା ପ୍ରି ପ୍ଲାନ୍ ମର୍ଡର ? ବଢିଲା ସନ୍ଦେହ

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଲୋକେ ତିନି ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ମହିଳାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ସ୍ବାମୀ ଓ ଝିଅଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ତେବେ ମହିଳା ଜଣଙ୍କ କୁକୁଡାଖଣ୍ଡି ବ୍ଲକ ବାଳକୃଷ୍ଣ ପୁର ପ୍ରାଥମିକ ସ୍କୁଲ୍‌ ଶିକ୍ଷୟିତ୍ରୀ ଥିଲେ । ସେ ବ୍ରହ୍ମପୁର ତୁଳସୀ ନଗର ତୃତୀୟ ଲାଇନରେ ରୁହନ୍ତି । ତାଙ୍କ ସ୍ଵାମୀ ଚୁଡଙ୍ଗପୂର ଏମଇ ସ୍କୁଲରେ ଶିକ୍ଷକ ଅଛନ୍ତି । ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୃତକଙ୍କ ପରିବାର ଲୋକେ ଦାବି କରିଛନ୍ତି । ଅନ୍ୟପଟେ ମୃତକର ପରିବାରକୁ ଭେଟିଛନ୍ତି ଏକାମ୍ର ବିଧାୟକ ଅଶୋକ ପଣ୍ଡା । ଏଭଳି ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି ।

ତେବେ ମନ୍ଦିର ଚତୁଃପାର୍ଶ୍ବରେ ପୋଲିସ ଓ ଵାରିକେଡ୍‌ ରହିଥିବା ବେଳେ ଦ୍ରୁତ ବେଗରେ ଗାଡି ଚଲାଉଥିଲେ ଡ୍ରାଇଭର। କାରର ବ୍ୟାକ୍‌ ଗିୟର ଅଟୋଟମେଟିକରେ ଥିବାରୁ ଡ୍ରାଇଭର ଜଣକ ହୁଏ ତ ଏପରି ଦୁର୍ଘଟଣା ଘଟାଇଥାଇ ପାରନ୍ତି ବୋଲି ପୋଲିସ ଅନୁମାନ କରୁଛି । ତେବେ ଏ କାର କାହାର ଓ କିଏ ସେହି ଡ୍ରାଇଭର ସେନେଇ ପୋଲିସ ତଦନ୍ତ କରୁଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 13, 2023, 3:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.