ETV Bharat / state

ବଢିବ ଶୀତ, ଜାଡରେ ଥରିବ ସାରା ଓଡ଼ିଶା

ରାଜ୍ୟରେ ବଢିବ ଶୀତ, ଜାଡରେ ଥରିବ ସାରା ଓଡ଼ିଶା । ଆଜିଠାରୁ ରାତ୍ରି ତାପମାତ୍ରା ଧୀରେ ଧୀରେ ୩ ରୁ 5 ଡ଼ିଗ୍ରୀ ଯାଏଁ ତଳକୁ ଖସିବା ଆରମ୍ଭ ହେବ । ଅଧିକ ପଢ଼ନ୍ତୁ

author img

By

Published : Nov 23, 2022, 8:22 PM IST

winter cold to increase in Odisha as temperature getting lower
ବଢିବ ଶୀତ, ଜାଡରେ ଥରିବ ସାରା ଓଡ଼ିଶା

ଭୁବନେଶ୍ବର: ରାଜ୍ୟରେ ବଢିବ ଶୀତ, ଜାଡରେ ଥରିବ ସାରା ଓଡ଼ିଶା । ଆଜି(ବୁଧବାର)ଠାରୁ ରାତ୍ରି ତାପମାତ୍ରା ଧୀରେଧୀରେ ୩ ରୁ 5 ଡ଼ିଗ୍ରୀ ଯାଏଁ ତଳକୁ ଖସିବା ଆରମ୍ଭ ହେବ । ରାଜ୍ୟର ଅନେକ ସ୍ଥାନରେ ଶୀତ ବଢିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ବଢିବ ଶୀତ, ଜାଡରେ ଥରିବ ସାରା ଓଡ଼ିଶା

ଗତ ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ାରେ ରାଜ୍ୟର ସର୍ବନିମ୍ନ ତାପମତ୍ରା ୧୩.୮ ଡିଗ୍ରୀ ରେକର୍ଡ କରାଯାଇଛି । କନ୍ଧମାଳର୦ ଦାରିଙ୍ଗବାଡ଼ିରେ ୧୫.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ବରରେ ୧୯.୧ ଡିଗ୍ରୀ ରେକର୍ଡ ହୋଇଛି । ଏହା ସ୍ବାଭାବିକଠାରୁ ୧.୭ ଡିଗ୍ରୀଠାରୁ ଅଧିକ ଥିଲା । ଆସନ୍ତାକାଲି ଭୁବନେଶ୍ବରର ତାପମାତ୍ରା ୧୮ ଡିଗ୍ରୀ ପାଖାପାଖି ରହିବା ନେଇ ଆକଳନ କରାଯାଇଛି । ବର୍ତ୍ତମାନ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୨ରୁ ୪ ଡିଗ୍ରୀ କମ୍‌ ତାପମାତ୍ରା ରହିଛି । ଅନୁଗୋଳ, ଢେଙ୍କାନାଳ, କଳାହାଣ୍ଡି, କଟକ, ଗଞ୍ଜାମ, ଗଜପତି ଆଦି ଜିଲ୍ଲାରେ ସ୍ବଳ୍ପ ବର୍ଷାର ସମ୍ଭାବନା ରହିଛି ।

ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ କୁହୁଡି ପଡ଼ିବା ସହ ଶୀତ ବଢିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ଏହି ସମୟରେ ରାଜ୍ୟରେ ଶୁଖିଲା ପାଗ ରହିବ । ଆଗାମୀ ୪ରୁ ୫ ଦିନ ମଧ୍ୟରେ ରାଜ୍ୟରେ ଅନେକ ସ୍ଥାନରେ ପାଗ ମୁଖ୍ୟତ ଶୁଖିଲା ରହିବ । ଏହାକୁ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ହବିବୁର ରେହମାନ ବିଶ୍ବାସ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.