ETV Bharat / state

ଆଜିଠୁ ଜାଡ଼ରେ ଥରିବ ଓଡ଼ିଶା, ତାପମାତ୍ରା 2ରୁ 4 ଡିଗ୍ରୀ ତଳକୁ ଖସିବ - ଆଜିଠୁ ରାଜ୍ୟରେ ଥଣ୍ଡା ପଡ଼ିବ

ଆଜିଠୁ ରାଜ୍ୟରେ ଥଣ୍ଡା ପଡ଼ିବ । ରାତ୍ରି ତାପମାତ୍ରା 2ରୁ 4 ଡିଗ୍ରୀ ତଳକୁ ଖସିବ । ଆସନ୍ତା 7 ତାରିଖ ଯାଏ ଶୀତ ବଢ଼ିବ । ଅଧିକ ପଢ଼ନ୍ତୁ

winter cold increasing in odisha
ଆଜିଠୁ ଜାଡ଼ରେ ଥରିବ ଓଡ଼ିଶା, ତାପମାତ୍ରା 2ରୁ 4 ଡିଗ୍ରି ତଳକୁ ଖସିବ
author img

By

Published : Dec 4, 2022, 8:02 AM IST

Updated : Dec 4, 2022, 8:59 AM IST

ଭୁବନେଶ୍ବର: ଆଜିଠୁ ରାଜ୍ୟରେ ବଢ଼ିବ ଶୀତ । ରାତ୍ରି ତାପମାତ୍ରା 2ରୁ 4 ଡିଗ୍ରୀ ତଳକୁ ଖସିବ । କେନ୍ଦ୍ରୀୟ ଭାରତରେ ସୃଷ୍ଚି ହୋଇଥିବା ଗୁରୁଚାପ ବଳୟ ଆସନ୍ତା 7 ତାରିଖ ଯାଏ ରହିବ । ଦିନରେ ପାଗ ଖରାଟିଆ ଓ ଶୁଖିଲା ରହିବା ବେଳେ ରାତିରେ ଥଣ୍ଡା ବଢ଼ିବ । ତେବେ 8 ତାରିଖରୁ ତାପମାତ୍ରାରେ ହ୍ରାସ ଦେଖିବାକୁ ମିଳିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

ଗତ 24 ଘଣ୍ଟାରେ ରାଜ୍ୟରେ ପାଗ ଶୁଖିଲା ରହିଛି । ରାଜ୍ୟର ସର୍ବନିମ୍ନ ତାପମାତ୍ରା କୋରାପୁଟରେ 11.5 ଡିଗ୍ରୀ ରହିଥିବାବେଳେ କେନ୍ଦୁଝରରେ 13.18 ଡିଗ୍ରୀ ରେକର୍ଡ ହୋଇଛି । ଭୁବନେଶ୍ବରରେ 18.8 ଡିଗ୍ରି ଏବଂ କଟକରେ 16.8 ଡିଗ୍ରୀ ରହିଛି । ଅନ୍ୟପଟେ ରାଜ୍ୟରେ 7 ତାରିଖ ପର୍ଯ୍ୟନ୍ତ ଶୀତ ବଢ଼ିବ ଓ 8 ତାରିଖ ପରଠାରୁ ଥଣ୍ଡା କମିଯିବ ।

ରାଜ୍ୟର ଅନୁଗୋଳ, ବୌଦ୍ଧ ବଲାଙ୍ଗୀର, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ ଏବଂ ଗଜପତିରେ ରାତ୍ରି ତାପମାତ୍ରା କମିବା ସହ କୁହୁଡ଼ି ବୃଦ୍ଧି ପାଇବ । ଦକ୍ଷିଣ ଉପକୂଳ ଜିଲ୍ଲାରେ ଆଜି ଠାରୁ (ରବିବାର) 5 ତାରିଖ ଯାଏ ସର୍ବନିମ୍ନ ତାପମାତ୍ରା 1ରୁ 1.5 ଡିଗ୍ରୀ, ଉତ୍ତର ଉପକୂଳ ଓ ଆଭ୍ୟନ୍ତର ଉତ୍ତରରେ 3ରୁ 6 ତାରିଖ ମଧ୍ୟରେ 2 ଡିଗ୍ରୀ ଓ ଦକ୍ଷିଣ ଆଭ୍ୟନ୍ତର, କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାରେ 3ରୁ 7 ତାରିଖ ଭିତରେ 4ରୁ 5 ଡିଗ୍ରୀ କମିପାରେ ।

ଆସନ୍ତା 5 ତାରିଖ ବେଳକୁ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା କ୍ରମେ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଅବପାତର ରୂପ ନେବ । ଏହାପରେ ଦକ୍ଷିଣରେ ତାମିଲନାଡୁ ଓ ପଣ୍ଡିଚେରୀ ଉପକୂଳରେ ପହଞ୍ଚିପାରେ । ତେବେ ଏହାର ସିଧାସଳଖ ପ୍ରଭାବ ଓଡ଼ିଶା ପଡ଼ିବ ନାହିଁ ବୋଲି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।

Last Updated : Dec 4, 2022, 8:59 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.