ETV Bharat / state

ରାଜ୍ୟ ବିଜେପିର କିଏ ମୁଖ୍ୟମନ୍ତ୍ରୀ ଚେହେରା ? ଜୟ ନାରାୟଣ କହିଲେ ଅନେକ ଅଛନ୍ତି, କାଉଣ୍ଟର କଲା ବିଜେଡି - ବିଜେପିର ନିର୍ବାଚନ ପ୍ରସ୍ତୁତି

ଆଗକୁ ନିର୍ବାଚନ ଥିବାବେଳେ ରାଜ୍ୟରେ ବିଜେପି ଜିତିଲେ ଦଳର ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ଏବେଠୁ ଚର୍ଚ୍ଚା ଆରମ୍ଭ ହେଲାଣି । ଯାହାକୁ ନେଇ ଉତ୍ତର ରଖିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ଅଧିକ ପଢନ୍ତୁ

chief minister face in odisha bjp
ବିଜେପିର ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଚର୍ଚ୍ଚା
author img

By ETV Bharat Odisha Team

Published : Sep 24, 2023, 5:42 PM IST

ବିଜେପିର ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଚର୍ଚ୍ଚା

ଭୁବନେଶ୍ବର: ପାଖେଇ ଆସୁଛି 2024 ସାଧାରଣ ନିର୍ବାଚନ । ରାଜ୍ୟରେ ବିଜେପି ଜିତିଲେ ଦଳର ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ଏବେଠୁ ଚର୍ଚ୍ଚା ଆରମ୍ଭ ହେଲାଣି । ଏହାରି ଭିତରେ 'ଓଡ଼ିଶା ବିଧାନସଭା ନିର୍ବାଚନ କେମିତି ଲଢ଼ିବେ ?' ପ୍ରଶ୍ନରେ ଧର୍ମେନ୍ଦ୍ରଙ୍କ ଉତ୍ତରକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ବଢିଛି । ଧର୍ମେନ୍ଦ୍ର କହିଛନ୍ତି, "ବିଜେପି କାହିଁକି ଏବେ ଠାରୁ ନିଜର ଫର୍ମୁଲା କହିବ ? ମହାରାଷ୍ଟ୍ର ଏବଂ ହରିଆଣାରେ ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ବିଜେପି ଜିତିଛି । ଅନ୍ୟ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚେହେରା ବିନା ବିଜେପି ଜିତିଛି ।" ସେହିପରି ବିଜେପିରୁ "୨୦୨୪ରେ ମୁଖ୍ୟମନ୍ତ୍ରୀ ଚେହେରା କିଏ?" ପ୍ରଶ୍ନର ଉତ୍ତର ଦେଇ ଜୟନାରାୟଣ ମିଶ୍ର କହିଛନ୍ତି, "ବିଜେପିରେ ଅନେକ ଚେହେରା ଅଛନ୍ତି । ଯିଏ ବି ହେଲେ ନବୀନ ବାବୁଙ୍କଠୁ ବେଟର୍ ହେବେ ।"

ଗତକାଲି ଓଡ଼ିଶା ବିଧାନସଭା ନିର୍ବାଚନ କେମିତି ଲଢ଼ିବେ ପ୍ରଶ୍ନରେ ଧର୍ମେନ୍ଦ୍ରଙ୍କ ଉତ୍ତରକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ବଢିଛି । ଧର୍ମେନ୍ଦ୍ର କହିଛନ୍ତି, "ବିଜେପି କାହିଁକି ଏବେ ଠାରୁ ନିଜର ଫର୍ମୁଲା କହିବ ? ମହାରାଷ୍ଟ୍ର ଏବଂ ହରିଆଣାରେ ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ବିଜେପି ଜିତିଛି । ଅନ୍ୟ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚେହେରା ବିନା ବିଜେପି ଜିତିଛି । ଓଡ଼ିଶାରେ ମଧ୍ୟ ବିଜେପି ଜିତିବ ।" ତେବେ ଏହାର କଡା ଜବାବ ଦେଇଛି ବିଜେଡି । "ବିଜେପିରେ ଗୃହ କନ୍ଦଳ ବଢିଛି । ତେଣୁ ଜଣଙ୍କର ନାଁ କହିଲେ ଅନ୍ୟ ଜଣେ ବିବାଦ କରିବ । ସେହି ଭୟରେ ସେମାନେ ଘୋଷଣା କରିବାକୁ ଡ଼ରୁଛନ୍ତି । ଏମିତିକି ରାଜ୍ୟରେ ବିଜେପି ଜିତିବା ଦିବା ସ୍ୱପ୍ନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିପକ୍ଷରେ ଲଢ଼ିବାକୁ ବିଜେପିରେ ନେତା ନାହାନ୍ତି"ଏମିତି କିଛି କହି କଟାକ୍ଷ କରିଛି ଦଳ । ସେପଟେ ବିଜେଡିକୁ କାଉଣ୍ଟର କରିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ସେ କହିଛନ୍ତି, "ବିଜେପିରେ ଅନେକ ଚେହେରା ଅଛନ୍ତି । ଯେ କେହି ବି ନବୀନ ବାବୁଙ୍କଠାରୁ ବେଟର୍ ହେବେ । ହେଲେ ନବୀନଙ୍କୁ ବାଦ ଦେଲେ ବିଜେଡିର କିଏ ?

ଏହା ବି ପଢନ୍ତୁ...2024 Election: ରେଙ୍ଗାଲି ଆସନ ପାଇଁ କିଏ ହେବ ବିଜେଡି ପ୍ରାର୍ଥୀ ?

ସେପଟେ କଂଗ୍ରେସ କହିଛି ଦଳରେ ମଧ୍ୟ ଅନେକ ଚେହେରା ରହିଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିରୋଧରେ ଜନ ଅସନ୍ତୋଷ ବଢୁଛି । ତେଣୁ କଂଗ୍ରେସ ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ଘୋଷଣା କରିବ। ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ରାଜ୍ୟରେ ବିଜେପି ଜିତିଲେ ଦଳର ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ଏବେଠୁ ଚର୍ଚ୍ଚା ଆରମ୍ଭ ହେଲାଣି । ହେଲେ ଓଡ଼ିଶାରେ ବିଜେପି ମଙ୍ଗ ଧରିଥିବା ଧର୍ମେନ୍ଦ୍ର ପ୍ରଧାନ ପରୋକ୍ଷରେ କହିଦେଇଛନ୍ତି ଯେ ଏଥର ବିଜେପି ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ନିର୍ବାଚନ ଲଢ଼ିବ । ଆଉ ଦଳ ଜିତିବ ବୋଲି ମଧ୍ୟ ଦମ୍ଭୋକ୍ତି ବାଢିଛନ୍ତି ଧର୍ମେନ୍ଦ୍ର । ସେ କହିଛନ୍ତି, "ଅନ୍ୟ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚେହେରା ବିନା ବିଜେପି ଜିତିଛି । ଓଡ଼ିଶାରେ ମଧ୍ୟ ବିଜେପି ଜିତିବ । ସେହିପରି ୨୦୨୪ରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍‌ଡିଏ ନିର୍ବାଚନ ଲଢ଼ିବ । ଆଉ ଲୋକସଭାରେ ୩୫୦ରୁ ଅଧିକ ଆସନ ପାଇ କେନ୍ଦ୍ରରେ ସରକାର ଗଢିବ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.