ETV Bharat / state

ସମ୍ଭାବ୍ୟ ବନ୍ୟା ମୁକାବିଲା ଲାଗି ଜଳସମ୍ପଦ ବିଭାଗ ପ୍ରସ୍ତୁତ: ସର୍ବୋଚ୍ଚ ଯନ୍ତ୍ରୀ - ସର୍ବୋଚ୍ଚ ଯନ୍ତ୍ରୀ ଜଳ ସମ୍ପଦ ବିଭାଗ

ବର୍ତ୍ତମାନ ହୀରାକୁଦର ଜଳସ୍ତର ପ୍ରାୟ 603.6 ମିଟର ରହିଛି । ହୀରାକୁଦକୁ ଉପରମୁଣ୍ଡରୁ ହାରାହାରି ଜଳ ଇନଫ୍ଲୋ ହେଉଛି ପାଖାପାଖି 80 ହଜାର କ୍ୟୁସେକ । କୌଣସି ପ୍ରକାର ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ଆମେ ପ୍ରସ୍ତୁତ ଥିବା କହିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି । ଅଧିକ ପଢ଼ନ୍ତୁ

ସମ୍ଭାବ୍ୟ ବନ୍ୟା ମୁକାବିଲା ଲାଗି ଜଳସମ୍ପଦ ବିଭାଗ ପ୍ରସ୍ତୁତ :ସର୍ବୋଚ୍ଚ ଯନ୍ତ୍ରୀ

author img

By

Published : Jun 30, 2023, 6:22 PM IST

Updated : Jun 30, 2023, 10:24 PM IST

ସମ୍ଭାବ୍ୟ ବନ୍ୟା ମୁକାବିଲା ଲାଗି ଜଳସମ୍ପଦ ବିଭାଗ ପ୍ରସ୍ତୁତ: ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ବର: ଛତିଶଗଡର କଲମା ବ୍ୟାରେଜର 60ରୁ ଊର୍ଦ୍ଧ୍ବ ଗେଟ ଦେଇ ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ହୀରାକୁଦକୁ ଜଳ ପ୍ରବାହ ବଢିଛି । ହେଲେ ବର୍ତ୍ତମାନ ରାଜ୍ୟରେ କୌଣସି ବନ୍ୟା ପରିସ୍ଥିତିର ସମ୍ଭାବନା ନାହିଁ । ରାଜ୍ୟର ଆବଶ୍ୟକତା ମେଣ୍ଟାଇବା ଲାଗି ଆମେ ଉପର ମୁଣ୍ଡରୁ ଆହୁରି ଅଧିକ ଜଳ ଆଶା କରାଯାଉଛି । ଆଗାମୀ ଦିନରେ କୌଣସି ପ୍ରକାର ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ଆମେ ପ୍ରସ୍ତୁତ ଅଛି ବିଭାଗ । ଏହା କହିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ।

ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, "ହୀରାକୁଦର ଜଳସ୍ତର ବହୁତ କମ ଥିଲା । ବର୍ତ୍ତମାନ ହୀରାକୁଦର ଜଳସ୍ତର ପ୍ରାୟ 603.6 ମିଟର ରହିଛି । ହୀରାକୁଦକୁ ଉପରମୁଣ୍ଡରୁ ହାରାହାରି ଜଳ ଇନଫ୍ଲୋ ହେଉଛି ପାଖାପାଖି 80 ହଜାର କ୍ୟୁସେକ । ଆସନ୍ତା 24 ଘଣ୍ଟା ପରେ ଜଳସ୍ତର 605.3 ମିଟର ପାଖାପାଖି ହେବ । ହୀରାକୁଦ ଜଳସ୍ତର ବହୁତ ତଳେ ଥିବାରୁ ଆମେ ଆହୁରି ଅଧିକ ଜଳ ଚାହୁଁଛୁ । ରାଜ୍ୟରେ ବିଦ୍ୟୁତ ଉତ୍ପାଦନ ପାଇଁ ଆମେ ଅଧିକ ଜଳ ଆଶା କରୁଛୁ । ଇରିଗେସନ ମଧ୍ୟ ଆରମ୍ଭ ହେଲାଣି । ଜୁଲାଇ 31 ସୁଦ୍ଧା ହୀରାକୁଦ ଜଳସ୍ତର 605 ମିଟର ହେବା କଥା । 605 ମିଟର ଜଳସ୍ତର ନହେଲେ ଇରିଗେସନ ପାଇଁ ଦେବା ସମସ୍ୟା ହେବ ।"

ସମ୍ଭାବ୍ୟ ବନ୍ୟାକୁ ନେଇ ବିଭାଗ ପକ୍ଷରୁ ପ୍ରସ୍ତୁତି ବୈଠକ ହୋଇଛି । ବିଭିନ୍ନ ସ୍ତରରେ ବୈଠକ ହୋଇ ବିଭିନ୍ନ ନିର୍ଦ୍ଦେଶ ଦିଆଯାଇଛି । ଅତିରିକ୍ତ ଶାସନ ସଚିବ ଅନୁ ଗର୍ଗ, ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ ଓ ପରେ ମୁଖ୍ୟମନ୍ତ୍ରୀ ବୈଠକ ନେଇଛନ୍ତି । ବନ୍ୟା ପ୍ରସ୍ତୁତି, ପରିଚାଳନା ଓ ମୁକାବିଲା ନେଇ ବିସ୍ତୃତ ଆଲୋଚନା ହୋଇଛି । ଗତବର୍ଷ ବନ୍ୟାରେ ହୋଇଥିବା ଘାଇର ସ୍ଥିତି, ନଦୀବନ୍ଧର ବର୍ତ୍ତମାନର ଅବସ୍ଥା ବାବଦରେ ସମୀକ୍ଷା ହୋଇଛି । ସୃଷ୍ଟି ହୋଇଥିବା ଘାଇ ଓ ଘଳିଆ ମରାମତି ସରିଛି । ଗତ ବର୍ଷ ମହାନଦୀରେ 12 ଲକ୍ଷ କ୍ୟୁସେକରୁ ଅଧିକ ଜଳ ଆସିଥିଲା । ସଫଳ ମୁକାବିଲା କରାଯାଇଥିଲା।

ସମ୍ଭାବ୍ୟ ବନ୍ୟା ମୁକାବିଲା ଲାଗି ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । କଣ୍ଟ୍ରୋଲ ରୁମ ଖୋଲା ଯାଇଛି । ଅଧିକାରୀ ମାନେ ନିୟୋଜିତ ହୋଇଛନ୍ତି । ଘାଇ ମରାମତି ପାଇଁ ଆବଶ୍ୟକ ସରଞ୍ଜାମ ବାଲି ବସ୍ତା, ବହଲ୍ଲା ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ ରଖାଯାଇଛି । ଆମ ନଦୀ ବନ୍ଧ ସମ୍ପୂର୍ଣ୍ଣ ସୁଦୃଢ ରହିଛି । 7500 କିଲୋମିଟର ନଦୀ ବନ୍ଧ ଭଲ ଅବସ୍ଥାରେ ଅଛି । ଗତବର୍ଷ ମହାନଦୀ ବନ୍ୟାରେ 700 ରୁ ଉର୍ଦ୍ଧ୍ବ ଘଳିଆ ପଡିଥିଲା । ଜିଲ୍ଲାମାନଙ୍କୁ ସତର୍କ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 30, 2023, 10:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.