ETV Bharat / state

ପାଣିପାଇଁ ଛଟପଟ ହଂସରାଡ଼ି ଗ୍ରାମବାସୀ - ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସୋରଣ ପଞ୍ଚାୟତ

ଚିଲିକା ବ୍ଲକ ହଂସରାଡ଼ି ଗ୍ରାମରେ ଜଳ ପାଇଁ ହାହାକାର । ଖରାଦିନେ ଜଳ ଟିକେ ନପାଇ ଡହଳବୁକଳ ହେଉଛନ୍ତି ୧୫୦୦ରୁ ଊର୍ଦ୍ଧ୍ବ ଲୋକ । ଅଧିକ ପଢନ୍ତୁ...

ପାଣିପାଇଁ ଛଟପଟ ହଂସରାଡ଼ି ଗ୍ରାମବାସୀ
ପାଣିପାଇଁ ଛଟପଟ ହଂସରାଡ଼ି ଗ୍ରାମବାସୀ
author img

By

Published : Apr 27, 2021, 2:17 PM IST

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସୋରଣ ପଞ୍ଚାୟତ ହଂସରାଡ଼ି ଗ୍ରାମରେ ଉତ୍କଟ ରୂପ ନେଲାଣି ଜଳ ସମସ୍ୟା । ଗ୍ରାମରେ ପ୍ରାୟ ୧୫୦୦ରୁ ଊର୍ଦ୍ଧ୍ବ ଲୋକ ବସବାସ କରୁଥିବାବେଳେ ଏବେ ଜଳ ପାଲଟିଛି ସାତ ସପନ । କୂଅ ଅଛି ହେଲେ ପାଣି ନାହିଁ, ପୋଖରୀ ଅଛି କିନ୍ତୁ ଶୁଖିଲା । ଏପରିକି ସରକାରୀ ସ୍ତରରେ ପାନୀୟ ଜଳଯୋଗାଣ ପାଇଁ ପାଇପ୍ ଅଛି ହେଲେ ପାଣି ଆସୁନି ।

ପାଣିପାଇଁ ଛଟପଟ ହଂସରାଡ଼ି ଗ୍ରାମବାସୀ

ସୋରଣ ପଞ୍ଚାୟତର ବଡ଼ଡିହ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପରୁ ମାନସିଂପୁର, ଚମ୍ପାଦେଇପୁର, ବଡ଼ଡିହ, ହଂସରାଡ଼ି ଏବଂ ରାଧାମୋହନପୁର ଅଞ୍ଚଳର ୧୦ ହଜାରରୁ ଊର୍ଦ୍ଧ୍ବ ଗ୍ରାମବାସୀଙ୍କ ପାଇଁ ପାନୀୟ ଜଳଯୋଗାଣ ପ୍ରକଳ୍ପଟି କାର୍ଯ୍ୟ କରୁଥିଲେ ବି ହଂସରାଡ଼ି ଗ୍ରାମର ୧୫୦୦ ଗ୍ରାମବାସୀ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ।

କେଉଁଠି ଅଣ୍ଟାଏ ଗାତ କରି ଜଳକୁ ଅନେଇ ରହୁଛନ୍ତି ତ ପୁଣି କେଉଁଠି ଅଧକିଲୋମିଟର ଦୂରରେ ଥିବା ଅନ୍ୟ ଏକ ଗ୍ରାମ ଚମ୍ପାଦେଇପୁରରେ ଅବସ୍ଥିତ ଏକ କୂଅକୁ ସହସ୍ରାଧିକ ଗ୍ରାମବାସୀ ନିର୍ଭରଶୀଳ ହେଉଛନ୍ତି । ତଥାପି ପାନୀୟ ଜଳ ମିଳିବା କଷ୍ଟକର । ବହୁବାର ଗ୍ରାମବାସୀଙ୍କର ମଧ୍ୟରେ ପାଣିପାଇଁ ଝଗଡା ହଉଥିବା ଦେଖିବାକୁ ମିଳିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.